Breaking
News
Breaking
News
27-Oct-2026
ଜାତୀୟ ଏକତା ଦିବସରେ ଯୋଗଦେବା ପାଇଁ ବ୍ରହ୍ମପୁରରୁ ଏକତା ନଗର ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ରେ ଯାତ୍ରା କଲେ ୧୫୦ରୁ ଊର୍ଦ୍ଧ୍ୱ ନାଗରିକ
ଗଞ୍ଜାମ ଜିଲ୍ଲାରୁ ୫୨ ଜଣ ସାମିଲ
, ଓଡିଶା ଜନ ମତ,ବ୍ରହ୍ମପୁର, ୨୭/୧୦, କୃଷ୍ଣ ଚନ୍ଦ୍ର ସାମନ୍ତରା :----ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରଠାରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ୧୫୦ରୁ ଊର୍ଦ୍ଧ୍ୱ ନାଗରିକ ଆଜି ଅପରାହ୍ନରେ ବ୍ରହ୍ମପୁର ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଯାତ୍ରା କରିଛନ୍ତି। ଏଥିରେ ଗଞ୍ଜାମ ଜିଲ୍ଲାରୁ ୫୨ ଜଣ ନାଗରିକ ସାମିଲ ହୋଇଛନ୍ତି। ଏକତା ନଗର ଅଭିମୁଖେ ଯାଉଥିବା ସ୍ୱତନ୍ତ୍ର ଟ୍ରେନ୍କୁ ରାଜ୍ୟର ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ, ଦେଶର ଏକତା ଓ ଅଖଣ୍ଡତା ରକ୍ଷା ଦିଗରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନ ଚିରସ୍ମରଣୀୟ। ଜାତୀୟ ଏକତା ଦିବସର ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା ନାଗରିକମାନେ ଏକତା ଓ ଅଖଣ୍ଡତାର ବାର୍ତ୍ତା ନେଇ ଫେରିବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଚାରପ୍ରସାର କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ।
ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଦ୍ୟମ ଓ ନେତୃତ୍ୱରେ ଭାରତ ଆଜି ନକ୍ସଲ ମୁକ୍ତ ହୋଇପାରିଛି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଆଇଜି (ଦକ୍ଷିଣାଞ୍ଚଳ) ଜୟନାରାୟଣ ପଙ୍କଜ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଏସ୍ପି ଅଭିନବ ସୋନକର, ଗଞ୍ଜାମ ଏସ୍ପି ହରିଶ ବିସି, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଓ ସୁନୀଲ କେରକେଟା, ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଆକବରମ ସସ୍ୟା ରେଡ୍ଡୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଦାମ କୁମାର ସ୍ୱାଇଁ ଏବଂ ବ୍ରହ୍ମପୁର ରେଳ ଷ୍ଟେସନ ପରିଚାଳକ ଦୁର୍ଗା ପ୍ରସାଦ ବ୍ରହ୍ମାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
BACK TO TOP