Breaking News

ଅର୍ଣ୍ଣବ ବାତ୍ୟାକୁ ନେଇ କଲ୍ୟାଣ ସିଂହପୁର ପ୍ରଶାସନ ର ସତର୍କ ଅବଲମ୍ବନ |   (27-Oct-2026)       ||      ହିଞ୍ଜିଳି କାଟୁ ପୌର ପରିଷଦ ର ବାତ୍ୟା ବେଳେ ଡ୍ରେନେଜ ସଫେଇ କୁ ନେଇ ଅସନ୍ତୋଷ |    (27-Oct-2026)       ||      ଗଜପତି ରେ ବାତ୍ୟା ଅର୍ଣ୍ଣବ ର ମୁକାବିଲା ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରୁଜ ଙ୍କ ସ୍ଥିତି ସମୀକ୍ଷା |   (27-Oct-2026)       ||      ସୋରଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପୂର୍ବ ଛାତ୍ର ଏକତ୍ରୀ କରଣ ବୈଠକ ||   (27-Oct-2026)       ||      ପାରମ୍ପରିକ କଉଡ଼ି ଖେଳ ପ୍ରତିଯୋଗିତା କୁମାର ପୂର୍ଣମୀରେ ମୁଦୁପୁର ପଞ୍ଚାୟତ ରେ ଅନୁଷ୍ଠିତ ||   (27-Oct-2026)       ||      ଧନ ଦାତ୍ରୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ରଘୁନାଥ ପୁର ବ୍ଳକର ବିଭିନ୍ନ ସ୍ଥାନରେ ଚାଲିଛି ||   (27-Oct-2026)       ||      ବ୍ଳକ ପ୍ରଶାସନ ତରଫରୁ ସମ୍ଭାବ୍ୟ ବାତ୍ୟାକୁ ନେଇ 40ଜଣଙ୍କୁ ସ୍ଥାନାନ୍ତର |    (27-Oct-2026)       ||      ପୋଖରୀ ଗାଡ଼ ୱାଲ ନିର୍ମାଣ କୁ ନେଇ ବିବାଦ ||   (27-Oct-2026)       ||      ଜାତୀୟ ଏକତା ଦିବସରେ ସ୍ୱତନ୍ତ୍ର ଟ୍ରେନରେ ଏକତା ନଗର କୁ ଯାତ୍ରା କଲେ 150ରୁ ଉର୍ଦ୍ଧ ନାଗରିକ |    (27-Oct-2026)       ||      ସମ୍ଭାବ୍ୟ ବାତ୍ୟା"ଅର୍ଣ୍ଣବ `ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି ସମୀକ୍ଷା    (27-Oct-2026)       ||      ଭସାଣି ଯାତ୍ରା ସହ ସମପନା ହେଲା ଲଉଡ଼ି ଦର୍ହା ରେ କୁମାର ପୂର୍ଣ୍ଣିମା ରାବଣ ପୋଡି ||   (27-Oct-2026)       ||      ଗଞ୍ଜାମ ଜିଲ୍ଲପାଳ ଓ ପୋର୍ଟ କର୍ତ୍ତୃପକ୍ଷ ଙ୍କ ଆର୍ଯ୍ୟପଲୀ ଜେଟି ଓ ଗୋପାଳ ପୁର ବାତ୍ୟା ଆଶ୍ରୟ ସ୍ତଳ ପରିଦର୍ଶନ କଲେ |   (27-Oct-2026)       ||      ଭକ୍ତିମୟ ପରିବେଶ ରେ ଗଣ୍ଡଳା ଗ୍ରାମରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ |    (27-Oct-2026)       ||      କୋଦଳା ଏନଏସି ଅଞ୍ଚଳ ରେ ଧନ ଦାତ୍ରୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ||   (26-Oct-2026)       ||      ମାଝୀ ଗୁଡା ଜୁଆ ଆଡ୍ଡାରେ ପୋଲିସି ର ଚଢ଼ାଉ, 4ଯୁଆଡ଼ି ସହ ଟଙ୍କା, ମୋବାଇଲ ଓ ବାଇକ ଜବତ ||   (26-Oct-2026)       ||      ପାଇକମାଳ ବିଡ଼ିଓ ଙ୍କ ବିରୁଦ୍ଧରେ ମାଡ଼ ଅଭିଯୋଗ ରେ ଉଭୟ ପକ୍ଷରୁ ଥାନରେ ମାମଲା ରୁଜୁ ||   (26-Oct-2026)       ||      ରାଜବୋଡା ସମ୍ବର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣି |   (26-Oct-2026)       ||      ଦୁର୍ନୀତି ନିବାରଣ ତଥା ସାଧୁତାର ଶପଥ ପାଠ କରାଗଲା ବରଗଡ ଜିଲ୍ଳାର ସମସ୍ତ କାର୍ଯ୍ୟାଳୟ ରେ |    (26-Oct-2026)       ||      ପାଇକ ମାଳ ବ୍ଲକରେ ବିଜେଡିବର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ |   (26-Oct-2026)       ||      ହଳଦିଆ ପଦର ଓଭର ବ୍ରିଜ ରେ ପିଛା ଛାଡ଼ୁନି ଦୁର୍ଘଟଣା |   (26-Oct-2026)       ||     

17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||

10-Sep-2026

ଚର୍ଚ୍ଚାରେ ଦେବେନ୍ଦ୍ର ନାଏକ,ସତର ବର୍ଷରେ ସତର ସହରୁ ଅଧିକ ମଞ୍ଚରେ ଦଣ୍ଡ ନୃତ୍ୟ  ପରିବେଷଣ କରିଛନ୍ତି ||

ଓଡିଶା ଜନ ମତ ବ୍ୟୁରୋ, 

ଦଣ୍ଡ ନୃତ୍ୟ, ଷୋଳ ସୁଆଙ୍ଗ ଓଡ଼ିଶାର ପ୍ରାଚୀନ ଲୋକକଳା ଓ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଆଧୁନିକତାର ପ୍ରଭାବରେ ଏହି ପାରମ୍ପରିକ କଳା ଧୀରେ ଧୀରେ ଲୋପ ପାଇବାକୁ ବସିଛି। ଏହାକୁ ବଞ୍ଚାଇ ରଖିବା ସହ ଲୋକାଭିମୁଖୀ କରିବାରେ ନିଜକୁ ସମର୍ପିତ କରିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ପିତାମହୁଲ ଗ୍ରାମର ଯୁବ ଦଣ୍ଡ କଳାକାର ଦେବେନ୍ଦ୍ର ନାଏକ (୨୯)। ପିଲାଦିନରୁ ଗୀତ ପ୍ରତି ତାଙ୍କର ରହିଥିଲା ବିଶେଷ ଆଗ୍ରହ। ଗଁାରେ ହେଉଥିବା ଦଣ୍ଡରେ ଅଭିନୟ କରିବାକୁ ତାଙ୍କୁ କୁହାଯାଇଥିଲା। ସେଥିରେ ରାଜି ହୋଇ ମାତ୍ର ୧୨ ବର୍ଷ ବୟସରେ ‘ନାବକେଳି’ ସୁଆଙ୍ଗରେ ଶ୍ରୀକୃଷ୍ଣ ଭୂମିକାରୁ ଦଣ୍ଡ ନୃତ୍ୟ ଜୀବନ ଆରମ୍ଭ କରିଥିଲେ। ସେବେଠାରୁ ଆଉ ପଛକୁ ଫେରିନାହାନ୍ତି ଦେବେନ୍ଦ୍ର।
ଦୀର୍ଘ ୧୭ ବର୍ଷ ଧରି ସେ ଜିଲା ତଥା ଜିଲା ବାହାରେ ୧୭ଶହରୁ ଅଧିକ ମଞ୍ଚରେ ଦଣ୍ଡ ନୃତ୍ୟ ପରିବେଷଣ କରିସାରିଛନ୍ତି। ତାଙ୍କର ନିଆରା ଅଭିନୟ, ସଙ୍ଗୀତ ଓ ନୃତ୍ୟ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥାଏ। ଶାଳୀ ଭୂମିକା ହେଉ କି ଦିଅର ଭୂମିକା ପ୍ରତ୍ୟେକ ଚରିତ୍ରରେ ନିଜର ଅଭିନୟ ଦକ୍ଷତା ଦେଖାଇ ସେ ଦର୍ଶକଙ୍କ ମନ ଜିଣିଛନ୍ତି। ‘ଫକୀର ଫକିରାଣୀ’ ସୁଆଙ୍ଗରେ ଫକୀର, ‘ଦିଅର ଭାଉଜ’ ସୁଆଙ୍ଗରେ ଦିଅର, ‘ଶବର ଶବରୁଣୀ’ରେ ଶବର ଏବଂ ‘ଶାଳୀ ଭିଣେଇ’ ସୁଆଙ୍ଗରେ ଶାଳୀ ଭୂମିକାରେ ଅଭିନୟ କରି ନିଜର ସୱତନ୍ତ୍ର ପରିଚୟ ଗଢ଼ିଛନ୍ତି।
କେବଳ ଷୋଳ ସୁଆଙ୍ଗରେ ସୀମିତ ନୁହେଁ ଦେବେନ୍ଦ୍ରଙ୍କ କଳା ଯାତ୍ରା। ଗତ ୪ ବର୍ଷ ହେଲା ସେ ନିଜେ ଏକ ‘ଲୀଳାଦଣ୍ଡ’ ବା ‘ମିକ୍ସଚର ଦଣ୍ଡ’ ଦଳ ଗଠନ କରିଛନ୍ତି। ଏଥିରେ ସେ ନିଜେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏଥିସହ ସେ ସଙ୍କୀର୍ତ୍ତନରେ ଗାୟକ ଭାବେ ମଧ୍ୟ ସକ୍ରିୟ ଅଛନ୍ତି। ଦେବେନ୍ଦ୍ରଙ୍କ ଦଣ୍ଡ ନୃତ୍ୟ ଶିକ୍ଷାର ପ୍ରଥମ ଗୁରୁ ହେଉଛନ୍ତି ତାଙ୍କ ବାପା ଦଶରଥ। ଦଶରଥ ନିଜେ ମଧ୍ୟ ଜଣେ ଷୋଳ ସୁଆଙ୍ଗ ଦଣ୍ଡର ବୀଣାକାର କଳାକାର। ବାପାଙ୍କ କଳା ପ୍ରତିଭା ଦେଖି ଦଣ୍ଡ ନୃତ୍ୟ ପ୍ରତି ଦେବେନ୍ଦ୍ରଙ୍କ ଆକର୍ଷଣ ସୃଷ୍ଟି ହୋଇଥିଲା। ବାପାଙ୍କ ସମେତ ଗିରିଧାରୀ ଗେଜ, ନିରାକାର ଜେନା, ବିପ୍ର ମହାନନ୍ଦ, ଉଗେଶନ ଷାଣ୍ଢ ଓ ସନାତନ ରନବିଡ଼ା ପ୍ରମୁଖଙ୍କଠାରୁ ସେ ଦଣ୍ଡ ନୃତ୍ୟର ବିଭିନ୍ନ କଳା ଶିକ୍ଷା ଲାଭ କରିଛନ୍ତି। ସୁବର୍ଣ୍ଣପୁର ସମେତ ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀର, ଅନୁଗୋଳ, ବରଗଡ଼, ଦେବଗଡ଼, କଳାହାଣ୍ଡି, ଖୋର୍ଦ୍ଧା ଜିଲା ସମେତ ଭୁବନେଶ୍ୱରର ବିଭିନ୍ନସ୍ଥାନରେ ଦଣ୍ଡ ନୃତ୍ୟ ପରିବେଷଣ କରି ସେ ପ୍ରଶଂସା ସହ ବିଭିନ୍ନ ସମୟରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କ ଦଣ୍ଡ ନୃତ୍ୟର ଭିଡିଓ ପ୍ରଚାରିତ ହେବା ପରେ ତାଙ୍କର କଳା ଆହୁରି ଲୋକପ୍ରିୟ ହେଉଛି। ବିଭିନ୍ନ ସମୟରେ ସରକାରଙ୍କ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଦଣ୍ଡ ନୃତ୍ୟ ମାଧ୍ୟମରେ ପ୍ରଚାର କରିଛନ୍ତି। ଦଣ୍ଡ ନୃତ୍ୟ ପରିବେଷଣରେ ପରିବାରର ସମ୍ପୂର୍ଣ୍ଣ ସହଯୋଗ ମିଳୁଥିବା ସେ କହିଛନ୍ତି। ସାଙ୍ଗସାଥୀ, ଗ୍ରାମବାସୀ ଓ ପ୍ରଶଂସକଙ୍କ ଉତ୍ସାହ ତାଙ୍କୁ ଆହୁରି ଭଲ କରିବା ପାଇଁ ପ୍ରେରଣା ଦେଉଛି। ତେବେ ଏପର୍ଯ୍ୟନ୍ତ ସରକାରୀ ଭାବେ କୌଣସି ସହାୟତା କିମ୍ବା ସହଯୋଗ ପାଇ ନ ଥିବା ସେ କହିଛନ୍ତି। ସରକାରୀ ସହଯୋଗ ମିଳିଲେ ଏହି ପ୍ରାଚୀନ କଳାକୁ ଆହୁରି ଆଗକୁ ନେବା ପାଇଁ ତାଙ୍କର ଉତ୍ସାହ ବଢ଼ିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ପାରମ୍ପରିକ କଳାର ପ୍ରଚାର, ପ୍ରସାର ଓ ସୁରକ୍ଷା ଲକ୍ଷ୍ୟରେ ସେ ଆଗକୁ ମଧ୍ୟ ଷୋଳ ସୁଆଙ୍ଗ ଦଣ୍ଡ ଓ ଶ୍ରୀକୃଷ୍ଣ ଲୀଳାଦଣ୍ଡ ପରିବେଷଣ ଜାରି ରଖିବେ ବୋଲି କହିଛନ୍ତି। ପରିବାରର ୩ ପୁଅଙ୍କ ମଧ୍ୟରୁ ସବୁଠୁ ସାନ ଦେବେନ୍ଦ୍ରଙ୍କ ପରିବାରରେ ସ୍ତ୍ରୀ ଲିପ୍ସା ଓ ଦୁଇ ଝିଅ ଅଛନ୍ତି। ବଡ଼ ଝିଅର ବୟସ ୬ ବର୍ଷ ଓ ସାନ ଝିଅର ବୟସ ୨ ବର୍ଷ। ମାଟ୍ରିକ ପାସ କରିଥିବା ଦେବେନ୍ଦ୍ର ଦଣ୍ଡ ନୃତ୍ୟ ସହ ଧାନ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ନିଜ ମାଟିର କଳା ଓ ସଂସ୍କୃତିକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାର ତାଙ୍କ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

News Comment

You Might Also Like

BACK TO TOP