Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ମୁଖ୍ୟମନ୍ତ୍ରୀ ଙ୍କ ମତ,ଛାତ୍ର, ଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ତିନି ବର୍ଷରେ 45 ହଜାର ଶିକ୍ଷକ ହେବେ ନିଯୁକ୍ତି |

09-Sep-2026

ମୁଖ୍ୟମନ୍ତ୍ରୀ ଙ୍କ ବଡ଼ ଘୋଷଣା,୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦ |

ଓଡିଶା ଜନ ମତ ବ୍ୟୁରୋ, 
 ଛାତ୍ର ଛାତ୍ରୀଙ୍କ ଶିକ୍ଷାକ୍ଷେତ୍ର ରେ ଉର୍ନ୍ନତି ପାଇଁ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ବଡ଼ ଚିନ୍ତା  | ସେଥି ପାଇଁ ଛାତ୍ର, ଛାତ୍ରୀଙ୍କ ଜ୍ଞାନ ର ଆହାରଣ ପାଇଁ ସବୁକିଛି ବ୍ୟବସ୍ତା  ଅର୍ଥାତ  ଶିକ୍ଷକ ନିଯୁକ୍ତି ଉପରେ ତାଙ୍କରି ମତ ବ୍ୟକ୍ତ କରିଛନ୍ତି | ,ଶିକ୍ଷା କେବଳ ଜ୍ଞାନ ପ୍ରଦାନ କରେ ନାହିଁ, ଶିକ୍ଷା ହେଉଛି ମଣିଷ ଗଢ଼ିବାର ଏକ ମହାନ ପ୍ରକ୍ରିୟା ଏବଂ ଆମର ଶିକ୍ଷକମାନେ ଏହି ଗୁରୁଦାୟିତ୍ୱ ତୁଲାଇ ଆସୁଛନ୍ତି। ଆଜିର ଦିନରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମ୍ପର୍କ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ହେବା ଆବଶ୍ୟକ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା ଆରମ୍ଭ କରାଯାଇଛି। ଆସନ୍ତା ୩ ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୪୫ ହଜାର ଶିକ୍ଷକ ପଦ ପୂରଣ କରାଯିବ। ଏହାସହ ୧୨ ହଜାର କୋଟି ଟଙ୍କାରେ ୨୨୦୦ ବିଶ୍ୱସ୍ତରୀୟ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ନିର୍ମାଣ କରାଯାଉଛି ଓ ପ୍ରାକ୍-ବିଦ୍ୟାଳୟ ପିଲାଙ୍କ ପାଇଁ ୪୫ ହଜାର ଶିଶୁ ବାଟିକା ଖୋଲାଯାଇଛି ବୋଲି ସେକେଣ୍ଡାରି ବୋର୍ଡ ହାଇସ୍କୁଲରେ ଗୁରୁ ଦିବସ ପାଳନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସୋସିଆଲ୍‌ ମିଡିଆ ଓ ମୋବାଇଲ୍‌ ଫୋନରେ ଅଧିକ ସମୟ ନଷ୍ଟ ନକରି ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ି ଭବିଷ୍ୟତ ଗଠନକୁ ଗୁରୁତ୍ବ ଦେବା ଆବଶ୍ୟକ। 
ସେକେଣ୍ଡାରି ବୋର୍ଡ ହାଇସ୍କୁଲ୍‌ରେ ଗୁରୁ ଦିବସ ସମାରୋହ
ଶିକ୍ଷକଙ୍କ ଜ୍ଞାନ, ଛାତ୍ରଛାତ୍ରୀଙ୍କ ପ୍ରତିଭା, ପୁରାତନ ଛାତ୍ରଙ୍କ ଅନୁଭବ ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟ ପରିସରରେ ସକାଳ ୧୦ଟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ନିଷ୍ଠାପର ସେବା ପ୍ରଦାନ କରିଥିବା ବିଶିଷ୍ଟ ଶିକ୍ଷାବିତ ଅଶୋକ କୁମାର ଶତପଥୀ, କୁମୁଦିନୀ ଜି, ଶକୁନ୍ତଳା ମହାନ୍ତି, ଦୈତାରୀ ସାହୁ, ଜୟନ୍ତୀ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ଶ୍ରେଣୀଗୃହରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଚୌଦ୍ବାର-କଟକ ବିଧାୟକ ସୌଭିକ ବିଶ୍ବାଳ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିସନର ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାୟକ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ, ସେକେଣ୍ଡାରି ବୋର୍ଡ ସ୍କୁଲର ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀ, ପୁରାତନ ଛାତ୍ର ସଂସଦ ସଭାପତି ନିଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ |

News Comment

You Might Also Like

BACK TO TOP