Breaking
News
Breaking
News
09-Sep-2026
*ସ୍ବର୍ଗତ ଅଶୋକ କୁମାର ସାହୁଙ୍କ ସ୍ମୃତି ରେ ଶ୍ରଦ୍ଧାଞ୍ଜଳୀ ସଭା*
ଓଡିଶା ଜନମତ ବରଗଡ଼ - ମନୋହର ଦାଶ :----
ସ୍ବର୍ଗତ ଅଶୋକ କୁମାର ସାହୁ ଙ୍କ ଦ୍ଵାଦଶାହ ଉପଲକ୍ଷେ ପଦ୍ମପୁର ଶାନ୍ତି ନଗର ସ୍ଥିତ ପୁରୋହିତ କଲ୍ୟାଣ ମଣ୍ଡପ ରେ ସ୍ବର୍ଗତ ଅରବିନ୍ଦ ସାହୁ ଫାଉଣ୍ଡେସନ ସଂଯୋଜନା ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି |
ଶିକ୍ଷକ ତଥା ସମାଜସେବୀ ସୁମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ଓ ପ୍ରଶାନ୍ତ କୁମାର ସାହୁଙ୍କ ଆବାହକତ୍ୱ ରେ ଆୟୋଜିତ ଏହି ସ୍ମୃତିଚାରଣ ସଭା ରେ ମନୋରଞ୍ଜନ ସିଂ ବରିହା, ଡ଼କ୍ଟର ଗଦାଧର ରଥ, ସୂର୍ଯ୍ୟ ପ୍ରସାଦ ହୋତା, ପ୍ରୀତି ରଞ୍ଜନ ପ୍ରଧାନ, ଶାନ୍ତନୁ ପାଣିଗ୍ରାହୀ, NAC vice chair person ଶ୍ରୀମତୀ ଭାରତୀ ନାୟକ,ଘନଶ୍ୟାମ ପୁଞ୍ଜି ପ୍ରମୁଖ ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇ ସ୍ଵଗର୍ତ ଅଶୋକ ସାହୁଙ୍କ କୀର୍ତି ଓ କୁର୍ତ୍ତୀ ର ମୂଲ୍ୟାୟନ କରିଥିଲେ |
ଶ୍ରୀଯୁକ୍ତ ଅଭିନାଶ ମିଶ୍ର ଦୀପ ପ୍ରଜ୍ବଳନ କରି ସମ୍ବର୍ଦ୍ଧନା ସଭା କୁ ଆରମ୍ଭ କରିବା ପରେ ଅତିଥି ମାନେ ପ୍ରଥମେ ସ୍ବର୍ଗତ ସାହୁଙ୍କ ଫୋଟୋ ଚିତ୍ର ରେ ଫୁଲ ଦେଇ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଓ ତାଙ୍କ ଆମର ଆତ୍ମା ର ସଦଗତି ପାଇଁ 2 ମିନଟ ନିରବ ପ୍ରାର୍ଥନା କରିଥିଲେ |
ସ୍ବର୍ଗତ ଅଶୋକ ସାହୁଙ୍କ 1988 ମସିହା ମାଟ୍ରିକ ବ୍ୟାଚ ର ସାଙ୍ଗ ମାନଙ୍କ ମଧ୍ୟରେ
ପ୍ରମୋଦ କୁମାର ପଣ୍ଡା, ସୁମନ୍ତ କୁମାର ସାହୁ,ରଘୁନାଥ ପୁରୀ, ସରୋଜ ମେହେର, ଅଶୋକ ବହିଦାର,ଭୂପାଳ ଦାଶ, ତୁଲାରାମ ସାହୁ, ଗୋପାଳ ପଣ୍ଡା, ଭାଗବତିଆ ହଂସ, ଅଭୟ ନାୟକ, ପ୍ରଫୁଲ ବେହେରା, ପ୍ରଦୀପ ସାହୁ ପ୍ରମୁଖ ଯୋଗ ଦେଇ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଦେବା ସହ ଅଶୋକ ର ଅମର ଆତ୍ମା ର ସଦଗତି କାମନା କରିଥିଲେ | ସାନ ଝିଅ ଶିଖାରାଣୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପୁତୁରା ଫିରୋଜ, ଭଣଜା ସନ୍ଦୀପ, ଶୁଭମ ଓ ବଡ ଝିଅ ଦୀପାଞ୍ଜଳୀ ଉପସ୍ଥିତ ରହି ସଭା ପରିଚାଳନା ରେ ସହଯୋଗ କରିଥିଲେ |
BACK TO TOP