Breaking News

ଅର୍ଣ୍ଣବ ବାତ୍ୟାକୁ ନେଇ କଲ୍ୟାଣ ସିଂହପୁର ପ୍ରଶାସନ ର ସତର୍କ ଅବଲମ୍ବନ |   (27-Oct-2026)       ||      ହିଞ୍ଜିଳି କାଟୁ ପୌର ପରିଷଦ ର ବାତ୍ୟା ବେଳେ ଡ୍ରେନେଜ ସଫେଇ କୁ ନେଇ ଅସନ୍ତୋଷ |    (27-Oct-2026)       ||      ଗଜପତି ରେ ବାତ୍ୟା ଅର୍ଣ୍ଣବ ର ମୁକାବିଲା ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରୁଜ ଙ୍କ ସ୍ଥିତି ସମୀକ୍ଷା |   (27-Oct-2026)       ||      ସୋରଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପୂର୍ବ ଛାତ୍ର ଏକତ୍ରୀ କରଣ ବୈଠକ ||   (27-Oct-2026)       ||      ପାରମ୍ପରିକ କଉଡ଼ି ଖେଳ ପ୍ରତିଯୋଗିତା କୁମାର ପୂର୍ଣମୀରେ ମୁଦୁପୁର ପଞ୍ଚାୟତ ରେ ଅନୁଷ୍ଠିତ ||   (27-Oct-2026)       ||      ଧନ ଦାତ୍ରୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ରଘୁନାଥ ପୁର ବ୍ଳକର ବିଭିନ୍ନ ସ୍ଥାନରେ ଚାଲିଛି ||   (27-Oct-2026)       ||      ବ୍ଳକ ପ୍ରଶାସନ ତରଫରୁ ସମ୍ଭାବ୍ୟ ବାତ୍ୟାକୁ ନେଇ 40ଜଣଙ୍କୁ ସ୍ଥାନାନ୍ତର |    (27-Oct-2026)       ||      ପୋଖରୀ ଗାଡ଼ ୱାଲ ନିର୍ମାଣ କୁ ନେଇ ବିବାଦ ||   (27-Oct-2026)       ||      ଜାତୀୟ ଏକତା ଦିବସରେ ସ୍ୱତନ୍ତ୍ର ଟ୍ରେନରେ ଏକତା ନଗର କୁ ଯାତ୍ରା କଲେ 150ରୁ ଉର୍ଦ୍ଧ ନାଗରିକ |    (27-Oct-2026)       ||      ସମ୍ଭାବ୍ୟ ବାତ୍ୟା"ଅର୍ଣ୍ଣବ `ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି ସମୀକ୍ଷା    (27-Oct-2026)       ||      ଭସାଣି ଯାତ୍ରା ସହ ସମପନା ହେଲା ଲଉଡ଼ି ଦର୍ହା ରେ କୁମାର ପୂର୍ଣ୍ଣିମା ରାବଣ ପୋଡି ||   (27-Oct-2026)       ||      ଗଞ୍ଜାମ ଜିଲ୍ଲପାଳ ଓ ପୋର୍ଟ କର୍ତ୍ତୃପକ୍ଷ ଙ୍କ ଆର୍ଯ୍ୟପଲୀ ଜେଟି ଓ ଗୋପାଳ ପୁର ବାତ୍ୟା ଆଶ୍ରୟ ସ୍ତଳ ପରିଦର୍ଶନ କଲେ |   (27-Oct-2026)       ||      ଭକ୍ତିମୟ ପରିବେଶ ରେ ଗଣ୍ଡଳା ଗ୍ରାମରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ |    (27-Oct-2026)       ||      କୋଦଳା ଏନଏସି ଅଞ୍ଚଳ ରେ ଧନ ଦାତ୍ରୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ||   (26-Oct-2026)       ||      ମାଝୀ ଗୁଡା ଜୁଆ ଆଡ୍ଡାରେ ପୋଲିସି ର ଚଢ଼ାଉ, 4ଯୁଆଡ଼ି ସହ ଟଙ୍କା, ମୋବାଇଲ ଓ ବାଇକ ଜବତ ||   (26-Oct-2026)       ||      ପାଇକମାଳ ବିଡ଼ିଓ ଙ୍କ ବିରୁଦ୍ଧରେ ମାଡ଼ ଅଭିଯୋଗ ରେ ଉଭୟ ପକ୍ଷରୁ ଥାନରେ ମାମଲା ରୁଜୁ ||   (26-Oct-2026)       ||      ରାଜବୋଡା ସମ୍ବର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣି |   (26-Oct-2026)       ||      ଦୁର୍ନୀତି ନିବାରଣ ତଥା ସାଧୁତାର ଶପଥ ପାଠ କରାଗଲା ବରଗଡ ଜିଲ୍ଳାର ସମସ୍ତ କାର୍ଯ୍ୟାଳୟ ରେ |    (26-Oct-2026)       ||      ପାଇକ ମାଳ ବ୍ଲକରେ ବିଜେଡିବର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ |   (26-Oct-2026)       ||      ହଳଦିଆ ପଦର ଓଭର ବ୍ରିଜ ରେ ପିଛା ଛାଡ଼ୁନି ଦୁର୍ଘଟଣା |   (26-Oct-2026)       ||     

ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |

10-Sep-2026

ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ,
ବାଉଁଶ, କାଠ ଓ ମାଟିର ପାରମ୍ପରିକ ସାମଗ୍ରୀ ରାଜ୍ୟ ବାହାରେ ବିକ୍ରି ନେଇ ଆଲୋଚନା

ଓଡିଶା ଜନମତ ରାୟଗଡା ୯/୯,

କାମେଶ୍ୱର କରକରିଆ :-----

 ରାୟଗଡ଼ା ଜିଲ୍ଲା କଲନରା ବ୍ଲକ ଗୋପାଳବାଡ଼ି ଅନ୍ତର୍ଗତ ଦଂଦେଲି ପଞ୍ଚାୟତରେ ଆଜି ଲୁକାୟିତ କଳା ଓ ପାରମ୍ପରିକ ହସ୍ତଶିଳ୍ପକୁ ବ୍ୟାପକ ବଜାର ଯୋଗାଇବା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଖଦି ମଣ୍ଡଳ ସଭାପତି ଅରବିନ୍ଦ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାରମ୍ପରିକ କଳାକାର ଓ କାରିଗରଙ୍କ ଉତ୍ପାଦିତ ସାମଗ୍ରୀକୁ ଉଚିତ ବଜାର ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।ସମ୍ମିଳନୀରେ ଅଞ୍ଚଳରେ ରହିଥିବା ଲୁକାୟିତ ପ୍ରତିଭା ଓ ପାରମ୍ପରିକ କଳାକୁ ଚିହ୍ନଟ କରି ଏହାକୁ ଲୋକଲୋଚନକୁ ଆଣିବା ସହ ଏହି କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ଆଲୋଚନା ହୋଇଥିଲା। ବିଶେଷକରି ବାଉଁଶରେ ତିଆରି ବିଭିନ୍ନ ସାମଗ୍ରୀ, କାଠରେ ପ୍ରସ୍ତୁତ ହସ୍ତଶିଳ୍ପ ଓ କୁମ୍ଭାରଙ୍କ ହାତରେ ତିଆରି ମାଟି ସାମଗ୍ରୀର ଚାହିଦା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାରିଗରମାନେ ପାରମ୍ପରିକ ପ୍ରଣାଳୀରେ ଦୀର୍ଘଦିନ ଧରି ବିଭିନ୍ନ ଉପଯୋଗୀ ଓ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରୁଥିଲେ ମଧ୍ୟ ଉଚିତ ବଜାର ଅଭାବରୁ ଏହାର ଲାଭ ସେମାନଙ୍କୁ ମିଳିପାରୁନାହିଁ। ତେଣୁ ସ୍ଥାନୀୟ ଅଞ୍ଚଳରେ ବଜାର ସୃଷ୍ଟି କରିବା ସହ ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ରାଜ୍ୟ ବାହାରକୁ ମଧ୍ୟ ଏହି ସାମଗ୍ରୀ ବିକ୍ରି ପାଇଁ ପଠାଇବା ନେଇ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସମ୍ମିଳନୀରେ ମତପ୍ରକାଶ ପାଇଥିଲା।
ଏହାଦ୍ୱାରା ଅଞ୍ଚଳର ପାରମ୍ପରିକ କଳା ଓ ସଂସ୍କୃତିର ସୁରକ୍ଷା ସହ କାରିଗର ଓ ଶିଳ୍ପୀମାନଙ୍କ ଆୟ ବୃଦ୍ଧି ହୋଇପାରିବ। ଯୁବପିଢ଼ି ମଧ୍ୟ ଏହି ପାରମ୍ପରିକ କଳା ପ୍ରତି ଆକୃଷ୍ଟ ହୋଇ ନିଜ ଅଞ୍ଚଳରେ ରୋଜଗାରର ସୁଯୋଗ ପାଇପାରିବେ ବୋଲି ଆଲୋଚନା ହୋଇଥିଲା। ସ୍ଥାନୀୟ କଳାକାରଙ୍କ ଉତ୍ପାଦକୁ ଆଧୁନିକ ବଜାର ସହ ଯୋଡ଼ିବା, ଉନ୍ନତ ଡିଜାଇନ୍‌ ଓ ପ୍ୟାକେଜିଂ ମାଧ୍ୟମରେ ବଜାରକରଣ କରିବା ସହ ଅନଲାଇନ୍‌ ଓ ଅଫ୍‌ଲାଇନ୍‌ ବିକ୍ରିର ସୁଯୋଗ ସୃଷ୍ଟି କରିବା ଦିଗରେ ମଧ୍ୟ ଆଲୋଚନା ହୋଇଥିଲା। ଅଞ୍ଚଳର ଏହି ଲୁକାୟିତ କଳାକୁ ବ୍ୟାପକ ପରିଚୟ ଦେବା ସହ କାରିଗରଙ୍କ ଉତ୍ପାଦକୁ ଅଧିକରୁ ଅଧିକ ବିକ୍ରି କରିବା ହିଁ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଥିଲା।

News Comment

You Might Also Like

BACK TO TOP