Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |

10-Sep-2026

ଲୋଦ ସିକାକାଙ୍କୁ ଜାମିନ ପାଇଁ ଲାଞ୍ଜିଗଡ଼ରେ ପହଞ୍ଚିଲେ ଅଞ୍ଚଳବାସୀ, ଜାମିନ ପରେ ପୁଲିସ ନେଇଥିବା ଅଭିଯୋଗ

ଓଡିଶା ଜନମତ ରାୟଗଡା,୧୦/୯,

କାମେଶ୍ୱର କରକରିଆ:----

 ନିୟମଗିରି ସୁରକ୍ଷା ସମିତି ସଭାପତି ଲୋଦ ସିକାକାଙ୍କୁ ଜାମିନ କରାଇବା ପାଇଁ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଲୋକ ଲାଞ୍ଜିଗଡ଼ କୋର୍ଟରେ ପହଞ୍ଚିଥିଲେ। ତ୍ରିଲୋଚନପୁର ଗାଁର ଦୈତାରୀ ଗୌଡ଼ଙ୍କ ପଟାରେ ଆଜି ଲୋଦ ସିକାକାଙ୍କ ଜାମିନ ପ୍ରକ୍ରିୟା ହୋଇଥିବା ଜଣାପଡ଼ିଛି। ଜାମିନ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ଶିବପଦର ପଞ୍ଚାୟତ ସମେତ ରାୟଗଡ଼ା ଜିଲ୍ଲା ପାର୍ସାଲି ପଞ୍ଚାୟତର ବହୁ ଅଞ୍ଚଳବାସୀ ଲାଞ୍ଜିଗଡ଼ରେ ପହଞ୍ଚିଥିଲେ। ଏମାନଙ୍କ ମଧ୍ୟରେ ଲେଲିଙ୍ଗ, ରାଧାମହନ ଟାକ୍ରୀ, କର୍ଣ୍ଣ କୌଶଲ୍ୟା, ଅଣ୍ଡିଲ ଭତ୍ରା, ବଳରାମ ବାଗ, ମାନୁ ସିକକା, ଅଭି ଭତ୍ରା, ଗୋବିନ୍ଦ ବାଗ ଓ ସହଦେବ ଭତ୍ରାଙ୍କ ସମେତ ଅନେକ ଲୋକ ଉପସ୍ଥିତ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଲୋଦ ସିକାକାଙ୍କ ନାମରେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଏକାଧିକ ମାମଲା ରହିଛି। ଏଥିମଧ୍ୟରୁ ୨୦୧୭ ମସିହାର ସିଟି କେସ୍ ନମ୍ବର ୩୪୯/୨୦୧୭ରେ ବିଭିନ୍ନ IPC ଧାରା ସହ Cr.L.A. ଆଇନର ଧାରା ୭ ଅନୁଯାୟୀ ମାମଲା ରହିଥିବା ଜଣାପଡ଼ିଛି। ଏହି ମାମଲାରେ ଗିରଫ ପରୱାନା କାର୍ଯ୍ୟକରିବା ସମୟରେ ଲୋଦ ସିକାକାଙ୍କୁ ଧରାଯାଇନଥିବାରୁ ଲାଞ୍ଜିଗଡ଼ JMFC କୋର୍ଟ ପକ୍ଷରୁ ଧାରା ୮୨ ଅନୁଯାୟୀ ପ୍ରୋକ୍ଲାମେସନ୍ ଜାରି କରାଯାଇଥିବା ସୂଚନା ରହିଛି। ଏହାସହ ଧାରା ୮୩ ଅନୁଯାୟୀ ସମ୍ପତ୍ତି ସଂଲଗ୍ନ ପାଇଁ କଲ୍ୟାଣସିଂହପୁର ଥାନା IIC ଓ ରାୟଗଡ଼ା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଏହି ମାମଲା ସମେତ ଦୁଇଟି ମାମଲାରେ ଜାମିନ ପାଇଁ ଲୋଦ ସିକାକା ଲାଞ୍ଜିଗଡ଼ କୋର୍ଟକୁ ଯାଇଥିବା ସୂଚନା ରହିଛି। ତେବେ ଜାମିନ ପ୍ରକ୍ରିୟା ପରେ ସେ ଫେରୁଥିବା ବେଳେ ପୁଲିସ ତାଙ୍କୁ ପିଛା କରିଥିବା ଏବଂ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ବାମନଗୁଡ଼ା ନିକଟରୁ ପୁଲିସ ତାଙ୍କୁ ନେଇଥିବା ଅଭିଯୋଗ ହୋଇଛି।
ଲାଞ୍ଜିଗଡ଼ ଓ କଲ୍ୟାଣସିଂହପୁର ପୁଲିସର ମିଳିତ ଟିମ୍ ଚାରିଟି ବୋଲେରୋ ଯୋଗେ ଲୋଦ ସିକାକାଙ୍କୁ ନେଇଥିବା ନେଇ ମଧ୍ୟ ସୂଚନା ରହିଛି। ପରେ କଲ୍ୟାଣସିଂହପୁର ଥାନା ଦେଇ ତାଙ୍କୁ ରାୟଗଡ଼ା ପୁଲିସ ଜିଲ୍ଲା କାର୍ଯ୍ୟାଳୟକୁ ନିଆଯାଇଥିବା କୁହାଯାଉଛି।
ଲୋଦ ସିକାକାଙ୍କ ଘର ରାୟଗଡ଼ା ଜିଲ୍ଲା ପାର୍ସାଲି ପଞ୍ଚାୟତର ଲାଖପଦର ଗାଁରେ। ସେ ଦୀର୍ଘ ବର୍ଷ ଧରି ନିୟମଗିରି ପାହାଡ଼ ସୁରକ୍ଷା ଆନ୍ଦୋଳନ ସହ ଜଡ଼ିତ ରହିବା ସହ ବେଦାନ୍ତ ଆଲୁମିନା ବିରୋଧୀ ଆନ୍ଦୋଳନରେ ମଧ୍ୟ ସାମିଲ ହୋଇଆସିଛନ୍ତି। ପୂର୍ବରୁ ମଧ୍ୟ ତାଙ୍କୁ ପୁଲିସ ପକ୍ଷରୁ ନୋଟିସ କରାଯାଇଥିବା ସୂଚନା ରହିଛି। ତେବେ ଲୋଦ ସିକାକାଙ୍କୁ କେଉଁ ମାମଲାରେ ଏବଂ କେଉଁ କାରଣରୁ ପୁଲିସ ନେଇଛି, ସେନେଇ ପୁଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ। ତାଙ୍କୁ ଗିରଫ କରାଯାଇଛି ନା ପଚରାଉଚରା ପାଇଁ ନିଆଯାଇଛି, ସେନେଇ ମଧ୍ୟ ସ୍ପଷ୍ଟତା ଆସିନାହିଁ। ଏନେଇ ରାୟଗଡ଼ା ଏସ୍‌ପିଙ୍କ ପ୍ରତିକ୍ରିୟା ପାଇଁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଘଟଣାକୁ ନେଇ ନିୟମଗିରି ଅଞ୍ଚଳ ସମେତ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।

News Comment

You Might Also Like

BACK TO TOP