Breaking News

ଅର୍ଣ୍ଣବ ବାତ୍ୟାକୁ ନେଇ କଲ୍ୟାଣ ସିଂହପୁର ପ୍ରଶାସନ ର ସତର୍କ ଅବଲମ୍ବନ |   (27-Oct-2026)       ||      ହିଞ୍ଜିଳି କାଟୁ ପୌର ପରିଷଦ ର ବାତ୍ୟା ବେଳେ ଡ୍ରେନେଜ ସଫେଇ କୁ ନେଇ ଅସନ୍ତୋଷ |    (27-Oct-2026)       ||      ଗଜପତି ରେ ବାତ୍ୟା ଅର୍ଣ୍ଣବ ର ମୁକାବିଲା ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରୁଜ ଙ୍କ ସ୍ଥିତି ସମୀକ୍ଷା |   (27-Oct-2026)       ||      ସୋରଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପୂର୍ବ ଛାତ୍ର ଏକତ୍ରୀ କରଣ ବୈଠକ ||   (27-Oct-2026)       ||      ପାରମ୍ପରିକ କଉଡ଼ି ଖେଳ ପ୍ରତିଯୋଗିତା କୁମାର ପୂର୍ଣମୀରେ ମୁଦୁପୁର ପଞ୍ଚାୟତ ରେ ଅନୁଷ୍ଠିତ ||   (27-Oct-2026)       ||      ଧନ ଦାତ୍ରୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ରଘୁନାଥ ପୁର ବ୍ଳକର ବିଭିନ୍ନ ସ୍ଥାନରେ ଚାଲିଛି ||   (27-Oct-2026)       ||      ବ୍ଳକ ପ୍ରଶାସନ ତରଫରୁ ସମ୍ଭାବ୍ୟ ବାତ୍ୟାକୁ ନେଇ 40ଜଣଙ୍କୁ ସ୍ଥାନାନ୍ତର |    (27-Oct-2026)       ||      ପୋଖରୀ ଗାଡ଼ ୱାଲ ନିର୍ମାଣ କୁ ନେଇ ବିବାଦ ||   (27-Oct-2026)       ||      ଜାତୀୟ ଏକତା ଦିବସରେ ସ୍ୱତନ୍ତ୍ର ଟ୍ରେନରେ ଏକତା ନଗର କୁ ଯାତ୍ରା କଲେ 150ରୁ ଉର୍ଦ୍ଧ ନାଗରିକ |    (27-Oct-2026)       ||      ସମ୍ଭାବ୍ୟ ବାତ୍ୟା"ଅର୍ଣ୍ଣବ `ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି ସମୀକ୍ଷା    (27-Oct-2026)       ||      ଭସାଣି ଯାତ୍ରା ସହ ସମପନା ହେଲା ଲଉଡ଼ି ଦର୍ହା ରେ କୁମାର ପୂର୍ଣ୍ଣିମା ରାବଣ ପୋଡି ||   (27-Oct-2026)       ||      ଗଞ୍ଜାମ ଜିଲ୍ଲପାଳ ଓ ପୋର୍ଟ କର୍ତ୍ତୃପକ୍ଷ ଙ୍କ ଆର୍ଯ୍ୟପଲୀ ଜେଟି ଓ ଗୋପାଳ ପୁର ବାତ୍ୟା ଆଶ୍ରୟ ସ୍ତଳ ପରିଦର୍ଶନ କଲେ |   (27-Oct-2026)       ||      ଭକ୍ତିମୟ ପରିବେଶ ରେ ଗଣ୍ଡଳା ଗ୍ରାମରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଅନୁଷ୍ଠିତ |    (27-Oct-2026)       ||      କୋଦଳା ଏନଏସି ଅଞ୍ଚଳ ରେ ଧନ ଦାତ୍ରୀ ମା ଗଜଲକ୍ଷ୍ମୀ ଙ୍କ ପୂଜା ||   (26-Oct-2026)       ||      ମାଝୀ ଗୁଡା ଜୁଆ ଆଡ୍ଡାରେ ପୋଲିସି ର ଚଢ଼ାଉ, 4ଯୁଆଡ଼ି ସହ ଟଙ୍କା, ମୋବାଇଲ ଓ ବାଇକ ଜବତ ||   (26-Oct-2026)       ||      ପାଇକମାଳ ବିଡ଼ିଓ ଙ୍କ ବିରୁଦ୍ଧରେ ମାଡ଼ ଅଭିଯୋଗ ରେ ଉଭୟ ପକ୍ଷରୁ ଥାନରେ ମାମଲା ରୁଜୁ ||   (26-Oct-2026)       ||      ରାଜବୋଡା ସମ୍ବର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଜିଲ୍ଲା ପାଳ ଙ୍କ ଅଭିଯୋଗ ଶୁଣାଣି |   (26-Oct-2026)       ||      ଦୁର୍ନୀତି ନିବାରଣ ତଥା ସାଧୁତାର ଶପଥ ପାଠ କରାଗଲା ବରଗଡ ଜିଲ୍ଳାର ସମସ୍ତ କାର୍ଯ୍ୟାଳୟ ରେ |    (26-Oct-2026)       ||      ପାଇକ ମାଳ ବ୍ଲକରେ ବିଜେଡିବର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ |   (26-Oct-2026)       ||      ହଳଦିଆ ପଦର ଓଭର ବ୍ରିଜ ରେ ପିଛା ଛାଡ଼ୁନି ଦୁର୍ଘଟଣା |   (26-Oct-2026)       ||     

ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |

10-Sep-2026

ଲୋଦ ସିକାକାଙ୍କୁ ଜାମିନ ପାଇଁ ଲାଞ୍ଜିଗଡ଼ରେ ପହଞ୍ଚିଲେ ଅଞ୍ଚଳବାସୀ, ଜାମିନ ପରେ ପୁଲିସ ନେଇଥିବା ଅଭିଯୋଗ

ଓଡିଶା ଜନମତ ରାୟଗଡା,୧୦/୯,

କାମେଶ୍ୱର କରକରିଆ:----

 ନିୟମଗିରି ସୁରକ୍ଷା ସମିତି ସଭାପତି ଲୋଦ ସିକାକାଙ୍କୁ ଜାମିନ କରାଇବା ପାଇଁ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ଲୋକ ଲାଞ୍ଜିଗଡ଼ କୋର୍ଟରେ ପହଞ୍ଚିଥିଲେ। ତ୍ରିଲୋଚନପୁର ଗାଁର ଦୈତାରୀ ଗୌଡ଼ଙ୍କ ପଟାରେ ଆଜି ଲୋଦ ସିକାକାଙ୍କ ଜାମିନ ପ୍ରକ୍ରିୟା ହୋଇଥିବା ଜଣାପଡ଼ିଛି। ଜାମିନ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ଶିବପଦର ପଞ୍ଚାୟତ ସମେତ ରାୟଗଡ଼ା ଜିଲ୍ଲା ପାର୍ସାଲି ପଞ୍ଚାୟତର ବହୁ ଅଞ୍ଚଳବାସୀ ଲାଞ୍ଜିଗଡ଼ରେ ପହଞ୍ଚିଥିଲେ। ଏମାନଙ୍କ ମଧ୍ୟରେ ଲେଲିଙ୍ଗ, ରାଧାମହନ ଟାକ୍ରୀ, କର୍ଣ୍ଣ କୌଶଲ୍ୟା, ଅଣ୍ଡିଲ ଭତ୍ରା, ବଳରାମ ବାଗ, ମାନୁ ସିକକା, ଅଭି ଭତ୍ରା, ଗୋବିନ୍ଦ ବାଗ ଓ ସହଦେବ ଭତ୍ରାଙ୍କ ସମେତ ଅନେକ ଲୋକ ଉପସ୍ଥିତ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଲୋଦ ସିକାକାଙ୍କ ନାମରେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଏକାଧିକ ମାମଲା ରହିଛି। ଏଥିମଧ୍ୟରୁ ୨୦୧୭ ମସିହାର ସିଟି କେସ୍ ନମ୍ବର ୩୪୯/୨୦୧୭ରେ ବିଭିନ୍ନ IPC ଧାରା ସହ Cr.L.A. ଆଇନର ଧାରା ୭ ଅନୁଯାୟୀ ମାମଲା ରହିଥିବା ଜଣାପଡ଼ିଛି। ଏହି ମାମଲାରେ ଗିରଫ ପରୱାନା କାର୍ଯ୍ୟକରିବା ସମୟରେ ଲୋଦ ସିକାକାଙ୍କୁ ଧରାଯାଇନଥିବାରୁ ଲାଞ୍ଜିଗଡ଼ JMFC କୋର୍ଟ ପକ୍ଷରୁ ଧାରା ୮୨ ଅନୁଯାୟୀ ପ୍ରୋକ୍ଲାମେସନ୍ ଜାରି କରାଯାଇଥିବା ସୂଚନା ରହିଛି। ଏହାସହ ଧାରା ୮୩ ଅନୁଯାୟୀ ସମ୍ପତ୍ତି ସଂଲଗ୍ନ ପାଇଁ କଲ୍ୟାଣସିଂହପୁର ଥାନା IIC ଓ ରାୟଗଡ଼ା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଏହି ମାମଲା ସମେତ ଦୁଇଟି ମାମଲାରେ ଜାମିନ ପାଇଁ ଲୋଦ ସିକାକା ଲାଞ୍ଜିଗଡ଼ କୋର୍ଟକୁ ଯାଇଥିବା ସୂଚନା ରହିଛି। ତେବେ ଜାମିନ ପ୍ରକ୍ରିୟା ପରେ ସେ ଫେରୁଥିବା ବେଳେ ପୁଲିସ ତାଙ୍କୁ ପିଛା କରିଥିବା ଏବଂ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ବାମନଗୁଡ଼ା ନିକଟରୁ ପୁଲିସ ତାଙ୍କୁ ନେଇଥିବା ଅଭିଯୋଗ ହୋଇଛି।
ଲାଞ୍ଜିଗଡ଼ ଓ କଲ୍ୟାଣସିଂହପୁର ପୁଲିସର ମିଳିତ ଟିମ୍ ଚାରିଟି ବୋଲେରୋ ଯୋଗେ ଲୋଦ ସିକାକାଙ୍କୁ ନେଇଥିବା ନେଇ ମଧ୍ୟ ସୂଚନା ରହିଛି। ପରେ କଲ୍ୟାଣସିଂହପୁର ଥାନା ଦେଇ ତାଙ୍କୁ ରାୟଗଡ଼ା ପୁଲିସ ଜିଲ୍ଲା କାର୍ଯ୍ୟାଳୟକୁ ନିଆଯାଇଥିବା କୁହାଯାଉଛି।
ଲୋଦ ସିକାକାଙ୍କ ଘର ରାୟଗଡ଼ା ଜିଲ୍ଲା ପାର୍ସାଲି ପଞ୍ଚାୟତର ଲାଖପଦର ଗାଁରେ। ସେ ଦୀର୍ଘ ବର୍ଷ ଧରି ନିୟମଗିରି ପାହାଡ଼ ସୁରକ୍ଷା ଆନ୍ଦୋଳନ ସହ ଜଡ଼ିତ ରହିବା ସହ ବେଦାନ୍ତ ଆଲୁମିନା ବିରୋଧୀ ଆନ୍ଦୋଳନରେ ମଧ୍ୟ ସାମିଲ ହୋଇଆସିଛନ୍ତି। ପୂର୍ବରୁ ମଧ୍ୟ ତାଙ୍କୁ ପୁଲିସ ପକ୍ଷରୁ ନୋଟିସ କରାଯାଇଥିବା ସୂଚନା ରହିଛି। ତେବେ ଲୋଦ ସିକାକାଙ୍କୁ କେଉଁ ମାମଲାରେ ଏବଂ କେଉଁ କାରଣରୁ ପୁଲିସ ନେଇଛି, ସେନେଇ ପୁଲିସ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ। ତାଙ୍କୁ ଗିରଫ କରାଯାଇଛି ନା ପଚରାଉଚରା ପାଇଁ ନିଆଯାଇଛି, ସେନେଇ ମଧ୍ୟ ସ୍ପଷ୍ଟତା ଆସିନାହିଁ। ଏନେଇ ରାୟଗଡ଼ା ଏସ୍‌ପିଙ୍କ ପ୍ରତିକ୍ରିୟା ପାଇଁ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍ ଉଠାଇନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଘଟଣାକୁ ନେଇ ନିୟମଗିରି ଅଞ୍ଚଳ ସମେତ ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି।

News Comment

You Might Also Like

BACK TO TOP