Breaking
News
Breaking
News
11-Sep-2026
ଆଜି ବାହାଘର ପାର୍ଟିରେ ନାଚୁଛନ୍ତି ଏହି ଷ୍ଟାର୍, ନବେ ଦଶକ ରେ ଝିଅ ଙ୍କ ହୃଦୟରେ କରୁଥିଲେ ରାଜ |
ଓଡିଶା ଜନ ମତ ବ୍ୟୁରୋ,
୯୦ ଦଶକର ଫିଲ୍ମ `ଆଶିକୀ` ଜରିଆରେ ରାତାରାତି ଷ୍ଟାର୍ ପାଲଟିଥିବା ଅଭିନେତା ରାହୁଲ ରୟ ଏବେ ଏକ ଅତି କଷ୍ଟକର ଜୀବନ ବିତାଉଛନ୍ତି। ୨୦୨୦ ମସିହାରେ ବ୍ରେନ୍ ଷ୍ଟ୍ରୋକ୍ ପରେ ତାଙ୍କର ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ଯେଉଁ ଅଭିନେତା ଦିନେ ହିନ୍ଦୀ ସିନେମାର ସବୁଠାରୁ ପ୍ରିୟ ଚେହେରା ଥିଲେ, ସେ ଆଜି କାମ ପାଇଁ ଦ୍ୱାର ଦ୍ୱାର ବୁଲୁଛନ୍ତି।
ରାହୁଲ ରୟ ନିଜର ଆର୍ଥିକ ସଙ୍କଟ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି ଯେ, ଗୁଜୁରାଣ ମେଣ୍ଟାଇବା ପାଇଁ ସେ ଛୋଟମୋଟ କାର୍ଯ୍ୟକ୍ରମରେ ଗିଟାର ବଜାଉଛନ୍ତି ଏବଂ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ସହ ରିଲ୍ସ ମଧ୍ୟ ବନାଉଛନ୍ତି। ଏପରିକି ସେ ବିବାହ ଉତ୍ସବରେ ନାଚି ୨ରୁ ୪ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତାଙ୍କୁ ଟ୍ରୋଲ କରୁଥିବା ଲୋକଙ୍କୁ ଜବାବ ଦେଇ ସେ କହିଛନ୍ତି ଯେ, ନିଜ ପେଟ ପାଇଁ ତାଙ୍କୁ ଏହି କଠିନ ପରିଶ୍ରମ କରିବାକୁ ପଡୁଛି।
୬୦ ବର୍ଷ ବୟସରେ ରାହୁଲ ନିଜ ଭାଇଙ୍କ ସହ ୩୦ ଲକ୍ଷ ଟଙ୍କାର ଏକ ଆଇନଗତ ଲଢ଼େଇ ଲଢୁଛନ୍ତି। ଛାଡ଼ପତ୍ର ପରେ ସେ ନିଜର ସମସ୍ତ ସମ୍ପତ୍ତି ପତ୍ନୀଙ୍କ ନାମରେ କରିଦେଇଥିବାରୁ ଏବେ ସେ ଶୂନ୍ୟରୁ ନିଜ କ୍ୟାରିୟର ଆରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି। ଗତ ପାଞ୍ଚ ବର୍ଷ ତାଙ୍କ ପାଇଁ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା, କିନ୍ତୁ ପୁଣିଥରେ କ୍ୟାମେରା ସାମ୍ନାକୁ ଫେରି ସେ ବହୁତ ଖୁସି ଅଛନ୍ତି।
ତାଙ୍କର ଏହି ଦୁର୍ଦ୍ଦିନ ସମୟରେ ସଲମାନ ଖାନ, କରିସ୍ମା କପୁର, ରବିନା ଟଣ୍ଡନ ଏବଂ ପୂଜା ଭଟ୍ଟଙ୍କ ଭଳି ବଲିଉଡ ତାରକାମାନେ ତାଙ୍କୁ ସାହାଯ୍ୟ କରିଛନ୍ତି। ବିଶେଷ କରି ସଲମାନ ଖାନ ତାଙ୍କର ଚିକିତ୍ସା ଖର୍ଚ୍ଚ ବହନ କରିଥିଲେ। ରାହୁଲ ଏବେ ମଧ୍ୟ ମହେଶ ଭଟ୍ଟଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ଶୀଘ୍ର ଭଲ କାମ ମିଳିବ ବୋଲି ଆଶା ରଖିଛନ୍ତି। ରାହୁଲଙ୍କ ଏହି ସଂଘର୍ଷ ତାଙ୍କ ପ୍ରଶଂସକଙ୍କୁ ବହୁତ ଦୁଃଖିତ କରିଛି।
BACK TO TOP