Breaking
News
Breaking
News
12-Oct-2026
ବେଲକଣା କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
ଓଡିଶା ଜନମତ ରାୟଗଡ଼ା, ୧୨/୧୦,
କାମେଶ୍ୱର କରକରିଆ :----
ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ବେଲକଣାରେ ଥିବା ସରକାରୀ ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟ ପରିସରରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ ଅନୁଷ୍ଠିତ ହୋଇଛି ।ଆଞ୍ଚଳିକ ସାଧନ ସଂଯୋଜକ ବା ସିଆରସିସି ଉମାକାନ୍ତ ବେହେରା ଙ୍କ ତତ୍ୱାବଧାନରେ ଶାନ୍ତି ଶୃଙ୍ଖଳା ସହ ଆୟୋଜିତ ହୋଇଯାଇଛି ।ଏଥିରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଏସ ଅନିଲ କୁମାରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠି ଶିକ୍ଷାଧିକାରିଣୀ ପ୍ରତିଶୃତୀ ସିଂ ରହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।ଏସ ଏମ ସି ଅଧ୍ୟକ୍ଷ ସଦାନନ୍ଦ ମିଣିଆକା ସଂମ୍ମାନୀୟ ଅତିଥିଭାବେ ମଞ୍ଚାସିନ ରହିଥିଲେ। ଆଞ୍ଚଳିକ ସାଧନା କେନ୍ଦ୍ର ବେଲକଣା ର ୧୩ଟି ବିଦ୍ୟାଳୟ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗର ଛାତ୍ର ଛାତ୍ରୀ ମାନେ ମୋଟ ୧୫୦ ରୁ ଉର୍ଦ୍ଧ୍ବ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।ଛାତ୍ର ଛାତ୍ରୀ ମାନଙ୍କୁ ନେଇ ୧୩ଟି ପ୍ରତିଯୋଗିତା ଗୁଡିକ ହେଲା କୁଇଜ, ବିତର୍କ, ପ୍ରବନ୍ଧଲିଖନ , ଚିତ୍ରାଙ୍କନ, ସୃଜନଶୀଳ ଲିଖନ, ବକୃତା, ସଂଗୀତ, ଓଡ଼ିଆ ହସ୍ତାକ୍ଷର, ଶ୍ରୁତିଲିଖନ,ଦଳଗତ ନୃତ୍ୟ,ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ଚିତ୍ରାଙ୍କନ, ସଂଗୀତ ସଂସ୍କୃତିକ କାର୍ଯ୍ୟକ୍ରମ, ପିଏମ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ,ଆୟୋଜନ ହୋଇଛି।ଏଥିରେ କୃତିତ୍ୱ ଅର୍ଜନ କରିଥିବା ସମସ୍ତ ବିଭାଗର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରିବା ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ୧୩ଜଣ ପ୍ରତିଯୋଗୀ ମାନେ ବ୍ଲକ ସ୍ତରୀୟ ସୁରଭିରେ ଭାଗ ନେବେ ବୋଲି ଜଣାପଡିଛି ।ଉକ୍ତ କାର୍ଯ୍ୟକ୍ରମରେ ମନୋରଞ୍ଜନ ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରସାଦ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ । କ୍ଲୋଷ୍ଟର ୧୩ଟି ବିଦ୍ୟାଳୟ ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଉପସ୍ଥିତ ରହିଥିଲେ।
BACK TO TOP