Breaking News

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||     

ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |

06-Oct-2026

ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ୫୦ ହଜାର ଲୋକଙ୍କ ଘରେ ସୋଲାର ପ୍ୟାନେଲ ସ୍ଥାପନ ଲକ୍ଷ୍ୟ : ଜିଲ୍ଲାପାଳ !

ଓଡ଼ିଶା ଜନମତ,ଛତ୍ରପୁର, ତା. ୫/୧୦ (କେ. ସତ୍ୟନାରାୟଣ ରେଡ୍ଡୀ)
ମାସବ୍ୟାପୀ ଚାଲୁଥିବା ‘ସେବା ସେତୁ ଅଭିଯାନ’ ଅବସରରେ ଟି.ପି.ଏସ୍‌.ଓ.ଡି.ଏଲ୍‌. ପକ୍ଷରୁ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ସୋମବାର ଜିଲ୍ଲା ପରିଷଦ ଭବନ ର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ତଥା ଛତ୍ରପୁର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ‘ସେବା ସେତୁ’ ଶିବିର ଅନୁଷ୍ଠିତ ହୋଇଯାଇଛି। ‘ପିଏମ୍ ସୂର୍ଯ୍ୟ ଘର: ମୁକ୍ତ ବିଜୁଳି ଯୋଜନା’କୁ ଅଧିକ ବ୍ୟାପକ କରିବା ସହ ଘରୋଇ ସ୍ତରରେ ସୌର ଶକ୍ତିର ବ୍ୟବହାର ନେଇ ଜନସାଧାରଣଙ୍କୁ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି ।
    ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଦେଶର ବିଦ୍ୟୁତ ଆବଶ୍ୟକତା ପୂରଣ ସହ ଘରୋଇ ସ୍ତରରେ ସୌର ଶକ୍ତିର ବ୍ୟବହାର ବଢ଼ାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏହି ଯୋଜନା ଆରମ୍ଭ କରିଛନ୍ତି। ଛତ୍ରପୁର ଓ ଗଞ୍ଜାମ ବ୍ଲକର ୫ ହଜାରରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇସାରିଛନ୍ତି। ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ଅଧିକରୁ ଅଧିକ ପରିବାରକୁ ଯୋଜନାର ସୁଫଳ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଥିଲେ।
   ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ କହିଥିଲେ ଯେ, କିଛି ମାସ ପୂର୍ବରୁ ସୌର ପ୍ୟାନେଲ୍ ସ୍ଥାପନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ରାଜ୍ୟର ଶ୍ରେଷ୍ଠ ୫-୬ଟି ଜିଲ୍ଲା ମଧ୍ୟରେ ରହିଥିଲା। ସମସ୍ତଙ୍କ ମିଳିତ ପ୍ରୟାସରେ ଜିଲ୍ଲାରେ ୨୩ ହଜାରରୁ ଅଧିକ ସୌର ପ୍ୟାନେଲ୍ ସ୍ଥାପନ ହୋଇଥିବାବେଳେ ଗଞ୍ଜାମ ବର୍ତ୍ତମାନ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଜିଲ୍ଲାରେ ୫୦ ହଜାର ସୌର ପ୍ୟାନେଲ୍ ସ୍ଥାପନ କରିବାକୁ ଲକ୍ଷ୍ୟ ରହିଛି। ଆଗାମୀ ଦିନରେ ଜିଲ୍ଲାରେ ‘ସୋଲାର ଭିଲେଜ୍’ ବିକଶିତ କରିବା ନେଇ ଟିପିଏସ୍‌ଓଡିଏଲ୍‌ର ଲକ୍ଷ୍ୟ ରହିଥିବା ସେ ସୂଚନା ଦେଇଥିଲେ।
   ଏହି ଯୋଜନା ଅଧୀନରେ ପ୍ରତି ଘର ପିଛା ୩ କିଲୋୱାଟ୍‌ ପର୍ଯ୍ୟନ୍ତ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ ପାଇଁ ମୋଟ ୧ ଲକ୍ଷ ୩୮ ହଜାର ଟଙ୍କାର ସବ୍‌ସିଡି ବ୍ୟବସ୍ଥା ରହିଛି। ଏଥିରେ କେନ୍ଦ୍ର ସରକାରଙ୍କ ୭୮ ହଜାର ଟଙ୍କା ଏବଂ ରାଜ୍ୟ ସରକାରଙ୍କ ୬୦ ହଜାର ଟଙ୍କା ସାମିଲ ରହିଛି। ଏହାଦ୍ୱାରା ଉପଭୋକ୍ତାମାନେ ମାସକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର ଉପରେ ଦେୟ ସଞ୍ଚୟ କରିପାରିବେ। ଇଚ୍ଛୁକ ହିତାଧିକାରୀମାନେ ପିଏମ୍ ସୂର୍ଯ୍ୟ ଘର ଅଧିକୃତ ପୋର୍ଟାଲରେ ପଞ୍ଜୀକରଣ କରି ଯୋଜନାର ସୁଫଳ ପାଇପାରିବେ।
   ଆଜିର ‘ସେବା ସେତୁ’ ଶିବିରରେ ୨୮୦ ଜଣ ଉପଭୋକ୍ତା ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ ପାଇଁ ଆଗ୍ରହ ପ୍ରକାଶ କରି ପଞ୍ଜୀକରଣ କରିଥିଲେ।
କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟାଙ୍କର ଅଧିକାରୀ, ସୋଲାର ଭେଣ୍ଡର, ଉପଭୋକ୍ତାଙ୍କ ସମେତ ଟିପିଏସ୍‌ଓଡିଏଲ୍‌ର ଚିଫ୍ ଅଫ୍ ଅପରେସନ୍ ମିଲିନ୍ଦ ପ୍ରଭାକର କୁଲକର୍ଣ୍ଣୀ, ଇଆଇସି, ଜୋନାଲ୍ ହେଡ୍ ପ୍ରତାପ କେଶରୀ ସାହୁ, ଏସ୍‌.ଇ. ଚନ୍ଦନ ଦାସ, ପ୍ରିୟଦର୍ଶୀ ବେହେରା, ଏସ୍‌ଡିଓ ନବୀନ କୁମାର ପାଢ଼ୀ, ଏଇ.ଇ. ମନୋରଞ୍ଜନ ମାର୍ଥା, ବିଥଲ କରଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।

News Comment

You Might Also Like

BACK TO TOP