Breaking News
Breaking News
23-Nov-2024
ବେଗୁନିଆପଡା ପଞ୍ଚାୟତ ସମିତି ବୈଠକ ରେ କୃଷି ଅଧିକାରୀ ଙ୍କୁ ବିଧାୟକ ଙ୍କ ତାଗିଦ |
ବିଧାୟକ ଙ୍କ ତାଗିଦ ପରେ ଅନ୍ୟ ଅଧିକାରୀ ଛାନିଆ ,
ଓଡିଶା ଜନମତ ବ୍ୟୁରୋ,
ବେଗୁନିଆପଡା ପରିସରରେ ଥିବା ମର୍ଦ୍ଧରାଜ ସମ୍ମିଳନୀ କକ୍ଷରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ ଅଧ୍ଯକ୍ଷା ରେଣୁ ଗୌଡ଼ ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ସାଂସଦ ପ୍ରତିନିଧୂ ଯଜ୍ଞ ନାରାୟଣ ଦାଶ ବ୍ଲକ ଉପାଧ୍ଯକ୍ଷ ସୁଧାକର ପ୍ରଧାନ, ବିଡିଓ ସସ୍ମିତା ଶତପଥି ମଞ୍ଚାସିନ ଥିଲେ । ବିଭିନ୍ନ ବିଭାଗର କାର୍ଯ୍ୟ କଳାପକୁ ନେଇ ସରପଞ୍ଚ ଓ ସମିତି ସଭ୍ୟ ମାନେ ପ୍ରଶ୍ନ ପଚାରିଥିଲେ । କୃଷି ବିଭାଗର ଚାଷ ଓ ଚାଷୀ ସମ୍ପର୍କିତ ପ୍ରଶ୍ନ ବାଣରେ ଅଧିକାରୀଙ୍କୁ ଘାଇଲା କରିଥିଲେ ବୁରୁଝଟ ଝରୀ ପଞ୍ଚାୟତର ସରପଞ୍ଚ ବିନୋଦ ଚନ୍ଦ୍ର ଜେନା ଓ ସାନ ଉସ୍ତାପଡ଼ା ସରପଞ୍ଚ ସନ୍ତୋଷ ସ୍ଵାଇଁ । ବିଶେଶ କରି ମାଣ୍ଡିଆ କୁ ନେଇ ଗୁଡେଇ ତୁଡେଇ ପ୍ରଶ୍ନ କରିଥିଲେ ସରପଞ୍ଚ । ଏଥିରେ ତୁତୁ ମେମେ ହୋଇ ଯାଇଥିଲେ କୃଷି ଅଧିକାରୀ । କୌଣ ସି ପ୍ରଶ୍ନର ସଠିକ ଉତ୍ତର ଦେଇ ପାରି ନଥୁଲେ କୃଷି ଅଧୁକାରୀ | ଚାଷ ଓ ଚାଷୀ ସମ୍ପର୍କିତ କୌଣସି ତଥ୍ୟ ନଥାଇ କେବଳ ଯୋଜନା ସମ୍ପର୍କରେ
ପ୍ରସ୍ତୁତ ହୋଇ ମଞ୍ଚକୁ ଓଲ୍ହାଇ ଥିଲେ । କେବଳ ଯୋଜନା ଯୋଜନା କହିଦେଇ ଚାଷୀଙ୍କ ସହିତ ଖେଳୁଛନ୍ତି ଅଧୁକାରୀ ବୋଲି ଅଭିଯୋଗ କରିଥିଲେ ସରପଞ୍ଚ । ଏହାକୁ ନେଇ ବୈଠକରେ କିଛି ସମୟ ହୋ ହାଲା ହୋଇ ଥିଲା | ବିଧାୟକ ମାଣ୍ଡିଆକୁ ନେଇ ସମାନ ପ୍ରଶ୍ନ ପଚାରିବାରୁ କୃଷି ଅଧିକାରୀ ଚୁପ ରହିଥିଲେ | ଫଳରେ ବିଧାୟକ ତାଙ୍କୁ ତାଗିଦ କରିଥିଲେ । ଏବଂ ପୂର୍ବ ସରକାର ପ୍ରଶାସନ ମୋହ ଛାଡି ନଥିବା ବେଳେଏବେ ଆଉ ସେଇ ରାଜ ଚାଲିବ ନାହିଁ ବୋଲି ରୋକଠୋକ ଶୁଣାଇଥିଲେ ବିଧାୟକ । ପ୍ରଚୁର ଅର୍ଥ ସର କାରଙ୍କ ତହାବିଲ ରୁ ଦରମା ଆକାରରେ ନେଉଛନ୍ତି କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରି ଥିଲେ । ଏହା ସହ ଯଦି ଦରମା ନେଇ ଏଭଳି ଚାଷ ଓ ଚାଷୀ ମାରଣ ନିତି ଆଗକୁ ଜାରୀ ରୁହେ ତେବେ ବାଧ୍ୟ ହୋଇ ଅଧୂକାରୀଙ୍କୁ ଚାକିରୀରୁ ନିଲମ୍ବନ କରିବାକୁ ଚରମ ବାଣୀ ଶୁଣାଇଥିଲେ ବିଧାୟକ । ବିଧାୟକଙ୍କ ତାଗିଦ ପରେ ଅନ୍ୟ ବିଭାଗୀୟ କର୍ମଚାରୀ ମଧ୍ଯ ଛାନିଆ ହୋଇଥିବା ଦେଖୁବାକୁ ମିଳିଥିଲା ।
BACK TO TOP