Breaking
News
Breaking
News
13-Aug-2025
ବାଇଧର ମନ୍ଦିରନିକଟରେ ବାଇକ ଦୁର୍ଘଟଣା ରେ ଯୁବକ ମୃତ,
ଓଡିଶା ଜନମତ ବ୍ୟୁରୋ, ପୁରୁଷୋତ୍ତମପୁର,ତା --13/08/25:
ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ଗ୍ରାମର ବାଇଧର ମନ୍ଦିର ନିକଟରେ ଜଣେ ବାଇକ ଆରୋହୀ ରୋଡ଼ ସଂକେତ ବୋର୍ଡ କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । ସୂଚନା ଯୋଗ୍ୟ ଯେ ବୁଧୁବାର ସକାଳୁ ସକାଳୁ ଆମ୍ବ ଗାଁ ଗ୍ରାମର କାହ୍ମ ପରିଡ଼ା ପାଣ୍ଡିଆ ଫେରୁଥିବା ସମୟରେ କୌଣସି କାରଣ ବଶତଃ ରାସ୍ତା କଡ଼ରେ ରହିଥିବା ରୋଡ଼ ସଂକେତ ବୋର୍ଡକୁ ଧକ୍କା ଦେଇଥିଲା । ଯାହାଫଳରେ ସେ ନିକଟରେ ଥିବା ଏକ କେନାଲ କୁ ଛିଟିକି ପଡ଼ିଥିଲେ । କାହ୍ମ ଅତି ଗୁରୁତର ହୋଇ ଘଟଣା ସ୍ଥଳରେ ହିଁ ମୃତବରଣ କରିଥିଲେ । ଘଟଣାର ଖବର ପାଇ ପୁରୁଷୋତ୍ତମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବାଇକ୍ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ଜଣା ପଡ଼ିଛି ।
BACK TO TOP