Breaking
News
Breaking
News
17-Aug-2026
ସ୍କୁଟି ଓ ବାଇକ ମୁହିଁ ମୁଁହି ଧକ୍କା, ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ |
ଓଡିଶା ଜନ ମତ ବ୍ୟୁରୋ,
ସ୍ୱାମ ସ୍ତ୍ର ଉଭୟ ଗୋଟି ପାର୍ଶ୍ଵ | ଜଣେ ଅନ୍ୟ ଜଣଙ୍କ ପାଇଁ ସାରା ଜୀବ ଜୀବନ ସାଥି ହୋଇ ରହିବାକୁଅଗ୍ନିକୁ ସାକ୍ଷୀ ରଖି ଶପଥ ନେଇଥା ନ୍ତି | ହ ହେଲେ ଆଜି ଯେତେବେଳେ ସ୍ତ୍ରୀକୁ ଧରି ସ୍ୱାମୀ ଗାଡ଼ିରେ ଯାଉଥିଲା ବେଳେ ସାମନା ପଟରୁ ଏକ ବାଇକ ସହ ଧକ୍କା ହୋଇ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀ ର ଜୀବନ | ସାରା ଜୀବନ ବଞ୍ଚିବାକୁ ଦେଇଥିବା କଥା ଆଜି ଅଧୁରା ରହିଗଲା |ଏପରି ଏକ ଦୁଖଃଦ ଘଟଣା ଘଟିଛି,ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଫଟା ବାହାଲରୁ ଯାମୁଟିଆ ଯାଇଥିବା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟି ଓ ବାଇକ୍ ମୁହାମୁହିଁ ଧକ୍କା ହେବା ଫଳରେ ଉପରବାହାଲ ଗାଁର ସ୍କୁଟି ଆରୋହୀ ଛବିନ୍ ସାହୁ (୩୯ )ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ବୃନ୍ଦାବତୀ ସାହୁ ଓ ୭ବର୍ଷର ପୁଅ ଗୁରୁତର ହୋଇଥିବା ଜଣାପଡିଛି । ଅନ୍ୟପଟେ ବାଇକ୍ ଚାଳକ ବିରକେଲ୍ ଗାଁର ସପ୍ନେଶ୍ୱର୍ ପଟେଲ ମଧ୍ୟ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଲୋକେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି ।
ଛବିନ୍ ସାହୁ ନିଜ ପରିବାର ସହ ବଲାଙ୍ଗୀର ମେଡ଼ିକାଲକୁ ଡାଏଲେସିସ ହେବା ପାଇଁ ଆସୁଥିବା ବେଳେ ବଲାଙ୍ଗୀର ପଟରୁ ସାର ବସ୍ତା ଧରି ଆସୁଥିବା ଏକ ବାଇକ୍ ସମ୍ମୁଖରୁ ଧକ୍କା ଦେଇଥିଲା । ଫଳରେ ସମସ୍ତେ ଛିଟିକି ପଡିଥିଲେ । ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଆମ୍ବୁଲାନ୍ସରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣି ଭର୍ତ୍ତି କରିଥିଲେ । ହସ୍ପିଟାଲରେ ଛବିନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ୍ୟୁ ହୋଇଥିବା ଖବର ପ୍ରସାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ଛବିନ ସାହୁ ଉପର ବାହାଲ ଗ୍ରାମର ପୂର୍ବତନ ସରପଞ୍ଚଙ୍କ ଜ୍ବାଇଁ ବୋଲି ଜଣାପଡ଼ିଛି । ସେ ସପ୍ତାହକ ଦୁଇଥର ମେଡ଼ିକାଲକୁ ଆସି ଡାଏଲେସିସ ହେଉଥିଲେ |ହେଲେ ସୁସ୍ଥ ପୂର୍ବରୁ ଛବିନ ସବୁ ଦିନ ପାଇଁ ପରିବାର ଛାଡି ଆର ପାରିକୁ ଚାଲିଗଲେ |
BACK TO TOP