Breaking
News
Breaking
News
11-Aug-2026
ଗୋପ ହଣ୍ଡା ସୋରୁମ ଆଗରେ ବାଇକି ମୁହାଁ ମୁହିଁ ଧକା ୩ଗୁରୁତ୍ୱର |
ଦିନକୁ ଦିନ ଯେଉଁ ଯେଉଁ କମ ବୟସର ପିଲାମାନେ ଗାଡି ଚାଳନା କରୁଛନ୍ତି, ସେମାନେ ଧରାକୁ ସରା ମନେକରୁଛନ୍ତି | ଆଉ ସେମାନଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ସେମାନଙ୍କ ସହିତ ନିରୀହ ଲୋକଙ୍କ ଜୀବନ ଚାଲି ଯାଉଥିବା ବେଳେ ପଙ୍ଗୁ ମଧ୍ୟ ହୋଇଯାଉଛନ୍ତି | ସେପରି ଏକ ଘଟଣା ଆଜି ସନ୍ଧ୍ୟା ୭ଘଟିକା ସମୟରେ ଚାରିଛକ ବଜାର ର ଗୋପ ରୋଡ ର ହୁଣ୍ଡା ସୋରୁମ ଆଗରେ ମୁହାଁ ମୁହିଁ ଧକା, ତିନି ଗୁରୁତ୍ଵର । ଘଟଣା ରୁ ପ୍ରକାଶ ଯେ ଚାରିଛକ ବଜାର ରୁ ସଉଦା କରି ଛଣିଜଙ୍ଗ ଗ୍ରାମର କାଳନ୍ଦୀ ବେହେରା, ବୟସ (୪୦)ଏବଂ ବଳରାମ ପ୍ରଧାନ ବୟସ (୪୦)ଏକ ବାଇକି ଯୋଗେ ଦୁଇ ଜଣ ଘରକୁ ଯାଉଥିବା ସମୟ ରେ ତାର ବିପରୀତ ପଟୁ ବାଇକି ଯୋଗେ ଘରକୁ ଆସୁଥିବା ବାବୁନା ସ୍ୱାଇଁ ବୟସ (୨୨) ମୁହାଁ ମୁହିଁ ଧକା ହୋଇ ଥିଲା।ଘଟଣା ସ୍ଥଳରେ ଚାରିଛକ ପୋଲିସ ପହଂଚି ତିନି ଜଣ କୁ ଉଧାର କରି ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇଥିଲେ ଏବଂ ସେମାନଙ୍କର ସ୍ଵାସ୍ତ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଏବଂ ଦୁଇଟି ବାଇକି କୁ ଜବତ କରିବା ସହ ତଦନ୍ତ ଜାରି ରହିଛି।
BACK TO TOP