Breaking
News
Breaking
News
19-Aug-2026
ଆଜିକାଲି ଚୋର ମାନେ ନୁଆଁ ତରିକାରେ ଚୋରି କରିବାରେ ସିଦ୍ଧ ହସ୍ତ ଅଟନ୍ତି | ହେଲେ ଚୋର ଘର ସବୁଦିନେ ଅନ୍ଧାର ନଥାଏ | କେବେବି ଉଜ୍ବଳ ହୋଉଜିବ ଆଉ ତାପରେ ଚୋର ସିଦ୍ଧାମାମୁଁଘରକୁ ଯାଇଥାନ୍ତି | ତେବେ ଚୋର ଟ୍ରେନ ର ଏସି ବଗିରେ ପଶି ଚୋରି କରିନେଉଥିଲା ଯାତ୍ରୀଙ୍କ ସୁନା। ଆଉ ଏହାକୁ ତରଳାଇ ଦେଇ ବିକ୍ରି କରିଦେଉଥିଲା। ଏପରି କରି ପାଖରେ ଥିଲା ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା। ହେଲେ ଏବେ ଧରାପଡ଼ିଛି ଏହି ସୁନା ଚୋର। ଜିଆରପି ପୋଲିସ ଏହି କୁଖ୍ୟାତ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ଟ୍ରେନରେ ଲୁଟ୍ କରୁଥିବା ଘଟଣାର ପର୍ଦ୍ଦାଫାସ କରିଛି ଉଭୟ ଜିଆରପି ଏବଂ ଆରପିଏଫ ପୋଲିସ।
ସୂଚନା ଅନୁସାରେ, ଅଭିଯୁକ୍ତ ବୀରସେନ ତରାଇ ଟ୍ରେନର ଏସି କୋଚ୍ ଭିତରୁ ସୁନା ଅଳଙ୍କାର ଓ ନଗଦ ଟଙ୍କା ଚୋରି କରି ଏହାକୁ ତରଳାଇ ସୁନା ବ୍ୟବସାୟୀଙ୍କୁ ଦେଇ ନଗଦ ଟଙ୍କା ଆଣୁଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଚୋରି ହୋଇଥିବା ପ୍ରାୟ ୧୦୯ ଗ୍ରାମ୍ର ସୁନା ଅଳଙ୍କାର ବ୍ରହ୍ମପୁର ନିଆଯାଇ ସେଠାରେ ତରଳାଇ ଦିଆଯାଇଥିଲା। ଏହା ପରେ ତରଳିଥିବା ସୁନାରେ ପରିଣତ କରାଯାଇଥିଲା। ପ୍ରଥମେ ଗୋଟିଏ ଜାଗାରେ ତରଳା ଯାଇଥିଲା ଏବଂ ପରେ ସୁନାକୁ ଶ୍ରୀ ସିଦ୍ଧନାଥ ଜୁଏଲର୍ସକୁ ନିଆଯାଇଥିଲା। ସେଠାରେ ମାଲିକ ତାନାଜୀ ଦଶରଥ ୟେଭାଲେଙ୍କ ସହ ଯୋଗାଯୋଗ କରାଯାଇଥିଲା।
ତେବେ ସିସିଟିଭି ଆଧାରରେ ତଦନ୍ତ କରି ଲୁଟେରା ଏବଂ ଲୁଟ୍ ସୁନା ପାଖରେ ପହଞ୍ଚିଛି ପୋଲିସ। ଘଟଣାରେ ଉଭୟ ଜିଆରପି ଏବଂ ଆରପିଏଫ ପୋଲିସକୁ ମିଳିଛି ସଫଳତା। ତେବେ ଲୁଟ୍ ସୁନା ଚେନ ଏବଂ କାନଫୁଲ ସହ ଜବତ୍ ହୋଇଛି। ଘଟଣାରେ ବ୍ୟବହାର ସମ୍ପୃକ୍ତ ମୋବାଇଲ୍ ଜବତ୍ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବୀରସେନ ତରାଇ ଏବଂ ସୁନା ଦୋକାନୀ ତାନାଜୀ ଦଶରଥ ୟେଭାଲେଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜିଆରପି।
BACK TO TOP