Breaking
News
Breaking
News
20-Aug-2026
ହାତୀ ଦାନ୍ତ ଜବତସହ ୪ଅଭିଯୁକ୍ ଗିରଫ କଲା ମହା ବିରୋଡ଼ ରେଞ୍ଜ ଅଫିସ |
ଓଡିଶା ଜନ ମତ ବ୍ୟୁରୋ,
ଅପରାଧୀ ମାନେ ବିଭିନ୍ନ ଉପାୟରେ ଅପରାଧିକ କାର୍ଯ୍ୟ କରିବାଜୁ ସବୁପ୍ରକାର କଳା, କୌଶଳ ପ୍ରୟୋଗ କର ତାଙ୍କ ଅପରାଧି କାର୍ଯ୍ ହାସ କରିଥାନ୍ତ |ଏପର ଗୋଟି ଅପରାଧି ଘଟଣ ଘଟିଛ, v କଙ୍କଡ଼ାହାଡ଼ ବ୍ଲକରେ ଦୁଇଟି ହାତୀ ଦାନ୍ତ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଟମ୍ପେଇ ଗାଁ ନିକଟ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରୁ ଗତ ଅଗଷ୍ଟ ୧୦ ତାରିଖରେ ଏକ ଗଳିତ ଶିଶୁ ହାତୀର କଙ୍କାଳ ଉଦ୍ଧାର କରାଯାଇଥିଲା। ହାତୀଟିର ମୃତ୍ୟୁର କାରଣ ସେତେବେଳେ ଅସ୍ପଷ୍ଟ ଥିବା ବେଳେ ଦାନ୍ତ ଚୋରି ହୋଇଥିବା ନେଇ ବନ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା।ଡିଏଫଓ ଲଳିତ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ମହାବିରୋଡ ରେଞ୍ଜର ସୁଶାନ୍ତ କୁମାର ପାତ୍ର ଓ ତାଙ୍କ ଟିମ୍ ଘଟଣାର ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ମହାବିରୋଡ ଥାନା ଟମ୍ପେଇ ଗାଁର ସନାତନ ନାଏକ, ଲକ୍ଷ୍ମୀଧର ନାଏକ, କୁବେର ସିଂହ ଏବଂ ବାଘମୁଣ୍ଡା ଗାଁର ସିପୁନ ପାତ୍ର।ସେମାନଙ୍କ ନିକଟରୁ ୨ଟି ହାତୀ ଦାନ୍ତ ଜବତ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହାତୀର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଡିଏଫଓ ଲଳିତ କୁମାର ପାତ୍ର ସୂଚନା ଦେଇଛନ୍ତିl କାମାକ୍ଷାନଗର ଜିରିଡାମାଳି କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟ୍ରେ ଡିଏଫଓ ଏହି ସୂଚନା ଦେଇଥିଲେ। ପ୍ରେସମିଟ୍ରେ ଡିଏଫଓଙ୍କ ସମେତ ଏସିଏଫ, ରେଞ୍ଜର ଓ ବନ ବିଭାଗର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
BACK TO TOP