Breaking
News
Breaking
News
20-Aug-2026
କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଶିକାରୀକ କୋର୍ଟ ଚାଲାଣ
ଓଡିଶା ଜନ ମତ ବ୍ୟୁରୋ,
ଢେଙ୍କାନାଳ ଜିଲ୍ଲା ବନଖଣ୍ଡଖଣ୍ଡ ଅଧୀନ ହିନ୍ଦୋଳ ବନାଞ୍ଚଳରେ କରେଣ୍ଟ ଯୋଗେ ହାତୀ ମରିବା ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ କରିଛି ବନବିଭାଗ।ପ୍ରକାଶ ହିନ୍ଦୋଳ ବନାଞ୍ଚଳ ଅଧୀନ ବିମ୍ବୋରୀ ସେକ୍ସନ ଇଶ୍ବରାପାଳ ଗ୍ରାମ ନିକଟରୁ ପ୍ରାୟ ଦୁଇକିମି ଦୂର ଏକ କାଜୁ ଜଙ୍ଗଲରେ ଏକ ହାତୀ ମରି ପଡିଥିବାର ଖବରପାଇ ହିନ୍ଦୋଳ ବନାଞ୍ଚଳ ଅଧିକାରୀ ତ୍ରିଲୋଚନ ଦେହୁରୀଙ୍କ ନେତୃତ୍ୱରେ ବନବିଭାଗ ଟିମ ଯାଇ ଉଦ୍ଧାର କରି ତଦନ୍ତ କରିଥିଲେ ।ତେବେ ପ୍ରାଥମିକ ତଦନ୍ତରେ ଜନ୍ତୁ ଶୀକାର ପାଇଁ ବିଛା ଯାଇଥିଵା ବିଦ୍ୟୂତ ତାର ସଂସ୍ପର୍ଶରେରେ ଆସି ହାତୀ ର ମୃତ୍ୟୁ ହୋଇ ଥିବାର ସୂଚନା ମିଳିଥିବାବେଳେ ସେହି ଅଞ୍ଚଳର ଶ୍ରୀଧର ପାତ୍ରଙ୍କ ପୁଅ ଦୁର୍ଦ୍ଧାନ୍ତ ଶିକାରୀ ସନାତନ ପାତ୍ର(୨୮)କୁ ଗିରଫ କରି ଆଜି ହାତୀମାରିବା ଅଭିଯୋଗରେ ବନ୍ୟଜନ୍ତୁ ଶିକାର କେଶ ନଂ ୦୭/୨୦୨୬ରେ କୋର୍ଟ ଚାଲାଣ କରିଛନ୍ତି। ତେବେ ଜଙ୍ଗଲ ଜନ୍ତୁ ଶିକାରୀ ଓ କାଠ ମାଫିଆଙ୍କ ଅପରାଧ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ହିନ୍ଦୋଳ ବନାଞ୍ଚଳ ଅଧିକାରୀ(ରେଞ୍ଜର) ତ୍ରିଲୋଚନ ଦେହୁରୀ କହିଛନ୍ତି ||
BACK TO TOP