Breaking
News
Breaking
News
17-Aug-2026
ଜାତୀୟ ରାଜପଥ କାମ,ଅତି ନିମ୍ନମାନର,ସାମାନ୍ୟ ବର୍ଷାରେ ଭୁଶୁଡ଼ିଲା ରାସ୍ତା, ଓଲଟିଲା 4ଗୋଟି ଟ୍ରକ|
କେନ୍ଦ୍ର ସରକାର ଜାତୀୟ ରାଜପଥ ନିର୍ମାଣ ରେ କୋଟି କୋଟି, ଟଙ୍କା ଖର୍ଚ୍ଚ କରି ଥାନ୍ତି ଜନ ସାଧାରଣ ଙ୍କ ହିତ ପାଈଁ | ତେବେ ଜାତୀୟ ରାଜପଥ ରେ ତିନି ହଜାର କୋଟି ଟଙ୍କାରକାମ ପାଇଁ ଟେଣ୍ଡର ହୋଇ ନିମ୍ନ ମାନର କାମ ହୋଇଥିଲା | ତେବେ ଠିକାଦାର ଓ ଯନ୍ତ୍ରୀଙ୍କ ସଲା ସୁତୁରାରେ ନିମ୍ନ ମାନର କାମ କରି ଅର୍ଥ ଆତ୍ମସାତ କରି ଥିବାରୁ ସେହି ରାସ୍ତା ରେ ଯାଉଥିବା ଟ୍ରକ ଦୁର୍ଘଟଣା ହେଉଛି||ଏପର ଘଟଣ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିର୍ଦ୍ଦେଶ ମଣ୍ଡଳୀ ଅଧିନରେ ଥିବା ଜାତୀୟ ରାଜପଥ,ସାମାନ୍ୟ, ବର୍ଷା ଯୋଗୁଁ ଚଣ୍ଡିଖୋଲ-ପାରାଦୀପ ୫୩ନମ୍ବର ଜାତୀୟ ରାଜପଥର ପ୍ରାୟ ଦୁଇ ଶହ ମିଟର ରାସ୍ତା ଭୁଶୁଡ଼ି ପଡ଼ିଛି। ମାର୍ଶାଘାଇ ଥାନା ନୀଳାଚଳ ବଜାର ରେ ଜାତୀୟ ରାଜପଥ ରାସ୍ତା ୬୦କିଲୋମିଟରର ୮ଲେନ୍ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ୮ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ଆରମ୍ଭରୁ` ଠିକାସଂସ୍ଥାଗୁଡ଼ିକ ମନମୁତାବକ ଅତି ନିମ୍ନମାନର କାମ କରୁଥିବା,ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା ହେଲେ କୌଣସି ଅଧିକାରୀ କଣ୍ଣପାତ କରୁନଥିଲେ ହେଲେ ଆଜି ସାମାନ୍ୟ ବର୍ଷା ରେ ନୀଳାଚଳ ବଜାର ନିକଟରେ ପ୍ରାୟ ଦୁଇ ଶହ ମିଟର ପିଚୁ ରାସ୍ତା ଧସିଯିବା ଘଟଣା ଜାତୀୟ ରାଜପଥ କାମ ଅତି ନିମ୍ନମାନର ବୋଲି ଅଭିଯୋଗକୁ ଅଧିକ ବଳିଷ୍ଠ କରୁଛି।ପୂର୍ବରୁ ଭାଙ୍ଗିଥିଲା କଂକ୍ରିଟ୍ ରେଲିଂ, ଫାଟିଥିଲା ସ୍ଲାବ୍,ଠିକାସଂସ୍ଥାର ନିମ୍ନମାନର କାମକୁ ଦୋଷଦେଲେ ଲୋକ ବଜାର ନିକଟରେ ରାସ୍ତା ଭୁଶୁଡ଼ିଯିବାରୁ ତିନିଟି ଟ୍ରକ୍ ଓଲଟି ପଡ଼ିଛି | କିନ୍ତୁ ଏହି ସମୟରେ ଟ୍ରକ୍ ଭିତରେ ଡ୍ରାଇଭର୍ କିମ୍ବା ହେଲପର୍ ନ ଥିବାରୁ କାହାରି କ୍ଷତି ହୋଇନାହିଁ। ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ସରି ନ ଥିଲା ବେଳେ ବର୍ଷାରେ ଏତେବଡ଼ ଅଂଶ ସକାଳେ ଧସିଯିବା ଘଟଣା ଠିକାସଂସ୍ଥାର ନିମ୍ନମାନର କାମର ପ୍ରମାଣ ଦେଉଛି! ଆଜ 2024`ଫେବ୍ରୁଆରିରୁ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ଚାଲିଛି। କେନ୍ଦ୍ର ସଡ଼କ ମନ୍ତ୍ରଣାଳୟ ପକ୍ଷରୁ ଚଣ୍ଡିଖୋଲରୁ ପାରାଦୀପ ଯାଏଁ ହୋଇଆସୁଛି। ଗତ ମାର୍ଚ୍ଚ ୧୭ତାରିଖରେ ସଦର ଥାନା ଶ୍ୟାମସୁନ୍ଦରପୁର ଗଡ଼ା ନିକଟରେ ରାସ୍ତାକାମ ଚାଲିଥିଲା ବେଳେ ପ୍ରାୟ ୯୦ ମିଟର କଂକ୍ରିଟ୍ ରେଲିଂ ଭୁଶୁଡ଼ି ପଡ଼ିଥିଲା | ଦୁହୁରିଆରେ ପୋଲ ତଳେ ମାଟି ଉପରେ ଢଳେଇ କରିବା ଏବଂ ଗୋପ ଛକରେ ଡ୍ରେନ୍ ଉପରେ ସ୍ଲାବ୍ ପକାଇବାର କିଛି ଘଣ୍ଟା ଭିତରେ ଫାଟିଯିବା ଘଟଣାକୁ ନେଇ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପାଖେ ଲିଖିତ ଅଭିଯୋଗ ହୋଇଥିଲା।ଜାତୀୟ ରାଜପଥର ବୈଷୟିକ ଟିମ୍ ଘଟଣାର ତଦନ୍ତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ`ହୋଇନଥିଲା,ନିଳାଞଳ, ବଜାର, ର ଦୁଇ ଶହ ମିଟରରାସ୍ତା ଧସିବା କାରଣରୁ ଯେଉଁ କାର ବସ ଟ୍ରକ୍ ଓଲଟି ପଡ଼ିଛି, ତାହା ସ୍ଥାନୀୟ ଗଡ଼ରୋମିତ ପଞ୍ଚାୟତ ଛନ୍ଦା ଗ୍ରାମର ଯଯାତିକେଶରୀ ସ୍ବାଇଁ, ରବୀନ୍ଦ୍ର ପ୍ରଧାନ ଓ ମନୋରଂଜନ ମହାପାତ୍ରଙ୍କର ଶନିବାର ରାତିରେ ଏହି ଟ୍ରକ୍ଗୁଡ଼ିକ ପାରାଦୀପରେ ଲୁହାପଥର ଖଲାସ କରି ରାସ୍ତାପାର୍ଶ୍ଵରେ ପାକିଂ କରିଥିଲେ । ଚାଳକ ଓ ହେଲପର୍ ରାତିରେ ଟ୍ରକ୍ରେ ଶୋଇଥିଲେ। ଆଜି ସକାଳୁ ସେମାନେ ମାଲିକ ଘରକୁ ହିସାବ ଦେବାକୁ ଯାଇଥିଲେ | ମାତ୍ର ଫେରିବା ବେଳକୁ ରାସ୍ତା ଧସିବା ସହିତ ତିନି ଟ୍ରକ୍ ପାଣି ଭିତରକୁ ଓଲଟି ପଡ଼ିଥିବା ଦେଖିବାକୁ ପାଇଥିଲେ । ରାସ୍ତାକାମ ସମ୍ପୂର୍ଣ୍ଣ ହେବା ପୂର୍ବରୁ ବିଭିନ୍ନ ସ୍ଥାନରେ କଂକ୍ରିଟ୍ ରେଲିଂ ଭାଙ୍ଗିବା, ସ୍ଲାବ୍ ଫାଟିବା ଆଉ ଏବେ ରାସ୍ତା ଧସିଯିବା ଘଟଣା ସୂଚାଇ ଦେଉଛି ଯେ ଜାତୀୟ ରାଜପଥ କାମର ଗୁଣବତ୍ତା ସହିତ ସାଲିସ୍ କରାଯାଇଛି। ଠିକାସଂସ୍ଥା ବିରୋଧରେ ବାରମ୍ବାର ଅଭିଯୋଗ ପରେ ବି ବିଭାଗୀୟ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ସାଧାରଣରେ ଅସନ୍ତୋଷର କାରଣ ହୋଇଛି ।
BACK TO TOP