Breaking
News
Breaking
News
20-Aug-2026
ମଠ ବରିଡା ଗ୍ରାମବାସୀଙ୍କ ତରଫରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ l
ଓଡିଶା ଜନମତ,ବେଗୁନିଆପଡା : 20/08/26 :
ଭଞ୍ଜ କିଶୋର ମହାରଣା l
ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏସ ଛଚିନା ପଞ୍ଚାୟତର ମଠ ବରିଡା ଗ୍ରାମର ବିଭିନ୍ନ ଅସୁବିଧା ନେଇ ଗ୍ରାମବାସୀ ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଯାନ୍ତ୍ତିକ ତ୍ରୁଟି ଯୋଗୁଁ ପିଇବା ପାଣି ଯୋଗାଣ ବନ୍ଦ, ରାସ୍ତା ପାର୍ଶ୍ୱ ଆଲୋକିତ ନ ହେବା, ପ୍ରାଥମିକ ବିଦ୍ୟାଳୟର ମରାମତି ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନହେବା ଆଦି ଦାବିକରି ଏହି ଦାବିପତ୍ର ପ୍ରଦାନ କରାଯାଇଛି ଓ ଏହାର ତୁରନ୍ତ ସମାଧାନ ପାଇଁ ମଧ୍ୟ ଦାବୀ କରାଯାଇଛି l ଏସମ୍ପର୍କରେ ବେଗୁନିଆପଡା ବିଡ଼ିଓ ସୁଲିଲ କୁମାରଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସମସ୍ୟା ସ୍ୱୀକାର କରିବାସହ ସମାଧାନ କରିବାକୁ କହିଥିଲେ l ଆରଡବ୍ଲୁଏସଏସ ସହକାରୀ ଯନ୍ତ୍ରୀ ଫୋନ ରିସିଭ କରିନାହାନ୍ତି l
BACK TO TOP