Breaking
News
Breaking
News
20-Aug-2026
ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର l
ଓଡିଶା ଜନମତ,କୋଦଳା,20/08/26 :
ନରେନ୍ଦ୍ର ନାଥ ଗୌଡ଼ l
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଇନାମ ବେଲପଡା ପାକ୍ସର ଗୋପୀନାଥ କୃଷକ ସଂଘ ବିଭିନ୍ନ ସମସ୍ୟା ନେଇ ଗୁରୁବାର ଦିନ ଜିଲ୍ଲାପାଳ ଉଦେଶ୍ୟରେ କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ଦାବି ମୁତାବକ ପ୍ରଥମେ ଜମି ବାବଦ ରାଜସ୍ବ କର ଦେବାରେ ସମ୍ପୃକ୍ତ ଆରଆଇ ରସିଦ ବହି ନଥିବା ଦର୍ଶାଇ କର ନେବାକୁ ମନା କରୁଛନ୍ତି l ଫଳରେ ବିନା ରସିଦରେ ଚାଷୀ ପଞ୍ଜିକରଣ ହୋଇପାରୁନାହିଁ ଏବଂ ବାହାରେ କମ ଦାମରେ ଆଦାୟ ବିକିବାକୁ ବାଧ୍ୟ ହେଉଛନ୍ତି l ଦ୍ଵିତୀୟରେ ଚାଷୀମାନେ ଠିକରେ ସାର ପାଇପାରୁନାହାନ୍ତି l ତେଣୁ ପାକ୍ସ ମାଧ୍ୟମରେ ସାର ଯୋଗାଇଦେବାକୁ କୃଷକ ସଙ୍ଘ ଦାବିକରିଛନ୍ତି l ତୃତୀୟ ଦାବି ହେଲା ଚାଷୀ ପଞ୍ଜିକରଣ ସମୟସିମା ବୃଦ୍ଧି କରାଯାଉ l କାରଣ ଏବର୍ଷ ଆଜିସୁଦ୍ଧା କେବଳ 38 ଜଣ ଚାଷୀ ପଞ୍ଜିକରଣ କରିଛନ୍ତି ଏବଂ ଅନ୍ୟୁନ 450 ଜଣ ଚାଷୀଙ୍କର ପଞ୍ଜିକରଣ ହେବାକୁ ବାକି ଅଛି l ସଂସାରକୁ ଚାଷୀମାନେ ହିଁ ଏହାର ଯୋଗାନ୍ତି l ତେଣୁ ଚାଷୀଙ୍କ ସମସ୍ୟା ଶୀଘ୍ର ସମାଧାନ କରିବାକୁ ତହସିଲଦାରଙ୍କ ଆଗରେ ଗୁହାରି କରିଛନ୍ତି l ଏସମ୍ପର୍କରେ କୋଦଳା ତହସିଲଦାର ଶ୍ରୀ ରାଉତଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସମସ୍ୟା ସମ୍ବନ୍ଧରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି l "ମୋ ଦ୍ୱାରା ଯେତିକି ସମ୍ଭବ ସମ୍ବନ୍ଧିତ ଅଧିକାରୀଙ୍କୁ ଡାକି ସମାଧାନ କରିବି" ବୋଲି ଶ୍ରୀ ରାଉତରାୟ ପ୍ରକାଶ କରିଛନ୍ତି l
BACK TO TOP