Breaking News

ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||     

ଭାଲୁ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ମେଡିକାଲ ରେ ଭର୍ତ୍ତି ||

18-Aug-2026

ସାଇକେଲ ରେ ଆସୁଥିବା ବେଳେ ପଛ ପଟରୁ ଆକ୍ରମଣ କଲା ଭାଲୁ |

  ବର୍ତ୍ତମାନ ଗଞ୍ଜାମ ଜିଲ୍ଳାରେ  ଭାଲୁ ସଂଖ୍ୟା କିଛି ମାତ୍ରାରେ କମି ଯାଇଥିଲେ ମଧ୍ୟ କିଛି ଅଞ୍ଚଳ ରେ ଏବେବି ଭାଲୁ ଭୟ ରହିଛି | ଏବଂ ଭାଲୁ ମାନେ ମଣିଷକୁ ଆକ୍ରମଣକରୁଛନ୍ତି | ଏପରି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ତଥା ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ବନାଞ୍ଚଳ ଅଧିନ କାଠଚିରା ଗ୍ରାମ ନିକଟରେ  || ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଆହତ ଜଣକ ହେଲେ କାଠଚିରା ଗ୍ରାମର ଦୁଖା ଗୌଡ଼(୫୫)। ବର୍ତ୍ତମାନ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ଚାଲିଛି। ସେ ଜମିରୁ କାମ ସାରି ସାଇକେଲରେ ଘରକୁ ଫେରୁଥିବା ସମୟରେ ନିକଟ ଜଙ୍ଗଲ ଭିତରୁ ଏକ ଭାଲୁ ପଛ ପଟୁ ଆସି ତାଙ୍କ ବାମ ଗୋଡ଼କୁ ଅଚାନକ କାମୁଡ଼ି ଦେଇଥିଲା। ସେ ତଳେ ଛିଟିକି ପଡ଼ିଯିବା ସହ ଚିତ୍କାର କରିବାରୁ ଭାଲୁ ତାଙ୍କୁ ଛାଡ଼ି ସେଠାରୁ ଦୌଡି ପଳାଇଥିଲା। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗୋଡ଼ ଖଣ୍ଡିଆ ଖାବରା ହେବ ସହ ତାଙ୍କର ଏକ ହାଡ ଭାଙ୍ଗି ଥିବା ପରିବାର ଲୋକ ପ୍ରକାଶ କରିଛନ୍ତି। ବନ ବିଭାଗ ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ପଚରା ଉଚୁରା କରିଥିଲେ। ଏଭଳି ରାସ୍ତା ଉପରେ ଭାଲୁ ଆକ୍ରମଣ ଘଟଣା ପରେ ସ୍ଥାନୀୟ ଅଞ୍ଚଳବାସୀ ଏକ ପ୍ରକାର ଭୟଭୀତ ରହିଥିବା ଜଣାପଡ଼ିଛି। ତେବେ ଉକ୍ତ ବନାଞ୍ଚଳରେ ଦୀର୍ଘ ଦିନ ହେଲା ରେଞ୍ଜର ପଦବୀ ଖାଲି ରହିଥିବା ବେଳେ ଅତିରିକ୍ତ ଦାୟିତ୍ୱରେ ଚାଲିଥିବା ଜଣାପଡ଼ିଛି। ହାତୀ ସାଙ୍ଗକୁ ଅନେକ ବନ୍ୟପ୍ରାଣୀ ଏହି ରେଞ୍ଜରେ ଚଳାଚଳ ରହିଥିବା ବେଳେ ପଡୋଶୀ ବନଖଣ୍ଡ ସହ ଏହାର ସୀମା ଲାଗିଛି। ବନଖଣ୍ଡର ଏହି ବନାଞ୍ଚଳର ଗୁରୁତ୍ୱ ରହିଥିବା ବେଳେ ସ୍ଥାୟୀ ରେଞ୍ଜର ନିଯୁକ୍ତିର ଆବଶ୍ୟକତା ରହିଛି।

News Comment

You Might Also Like

BACK TO TOP