Breaking
News
Breaking
News
18-Aug-2026
350 ଲିଟର ତାଡ଼ି ସହ ବାଇକ୍ ଜବତ, ଏବ ୨ ଜଣ ଗିରଫ, ଗିରଫ
କମ ସମୟରେ ଅଧିକ ଅର୍ଥ ଉପାର୍ଜନ କରିବା ନିମନ୍ତେ କିଛି ବ୍ୟକ୍ତି ବିଶେଷ ଅପରାଧିକ କାର୍ଯ୍ୟ ରେ ନିୟୋଜିତ ହୋଇ ବହୁତ ଟଙ୍କା ରୋଜଗାର
କରି ଶେଷରେ ପୋଲିସ ଦ୍ୱାରା ଗିରଫ ହୋଇ ଜେଲରେ ସଜ୍ଜା କାଟିଥାନ୍ତି | ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ସିନାପାଲି ଅବକାରୀ ଥାନା ପକ୍ଷରୁ ଅବୈଧ ତାଡ଼ି କାରବାର ବିରୋଧରେ ଚଢ଼ଉ କରାଯାଇ ୩୫୦ ଲିଟର ତାଡ଼ି ଓ ଗୋଟିଏ ବାଇକ୍ ଜବତ କରାଯାଇଛି। ଏହି ଘଟଣାରେ ଦୁଇଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଛି।
ସୂଚନା ଅନୁସାରେ, ତେଲେଙ୍ଗାନା ରାଜ୍ୟର ବଦଲାକୋଣ୍ଡା ଉଗେଦର ସିନାପାଲି ଥାନା ଅନ୍ତର୍ଗତ ବଡ଼ ଦର୍ଲିପଡ଼ା ଅଞ୍ଚଳରେ ଅବୈଧ ତାଡ଼ି କାରବାର କରୁଥିବା ବେଳେ ଛତିଶଗଡ଼ ରାଜ୍ୟର ପୁଟ୍ଟା ନାଗେଶ ନୂଆମାଲପଡ଼ା କୋଇଲାଖଲା ଅଞ୍ଚଳରେ ତାଡ଼ି କାରବାର କରୁଥିବା ଅଭିଯୋଗ ହୋଇଥିଲା।
ଏହି ଖବର ପାଇ ଅବକାରୀ ଅଧିକାରୀ ମଙ୍ଗଳ ଛତ୍ରିଆଙ୍କ ନେତୃତ୍ୱରେ ଏକ ଟିମ୍ ଉଭୟ ସ୍ଥାନରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ବଦଲାକୋଣ୍ଡା ନିକଟରୁ ୫୦ ଲିଟର ଏବଂ ପୁଟ୍ଟାଙ୍କ ନିକଟରୁ ୩୦୦ ଲିଟର, ମୋଟ ୩୫୦ ଲିଟର ତାଡ଼ି ଜବତ କରାଯାଇଥିଲା। ଏଥିସହ ଗୋଟିଏ ବାଇକ୍ ମଧ୍ୟ ଜବତ କରାଯାଇଛି।
ଘଟଣା ସମ୍ପର୍କରେ ଅବକାରୀ ବିଭାଗ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କୋର୍ଟଚାଲାଣ କରିଛି। ଅବୈଧ ତାଡ଼ି କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ ଚଢ଼ଉ ଜାରି ରହିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।
BACK TO TOP