Breaking
News
Breaking
News
10-Aug-2026
ସାପ କାମୁଡ଼ାରେ ବାପା ଗୁରୁତର ସହ ଚାଲିଗଲା ୨ ମାସ ଶିଶୁର ଜୀବନ।
ଓଡିଶା ଜନ ମତ ବ୍ୟୁରୋ,
ସାପ କାମୁଡ଼ାରେ ଚାଲିଗଲା ଦୁଇ ମାସ ଶିଶୁର ଜୀବନ |ଏହାସହ ବାପା ମଧ୍ୟ ଗୁରୁତର ହୋଇ ଥିବା ଏକ ହୃଦୟ ବିଦାରକ ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକର ତିଲେଇମାଳ ଗ୍ରାମରେ।
Pମୃତ ଶିଶୁ ହେଲେ ସେହି ଗ୍ରାମର ରାମଚନ୍ଦ୍ର କିଷାନଙ୍କ ପୁଅ ନିତେଶ( ୨ ମାସ)। ରାମଚନ୍ଦ୍ର ଗୁରୁତର ଥିବା ବେଳେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ପ୍ରଥମେ ତାଙ୍କୁ ମେଡିକାଲରେ ଭର୍ତ୍ତି ନ କରି ଝଡ଼ାଫୁଙ୍କା କରିଥଲେ
ସୂଚନା ଅନୁଯାୟୀ, ଆଜି ସକାଳେ ରାମଚନ୍ଦ୍ର ଓ ତାଙ୍କ ପୁଅ ନିତେଶ ଘରର ବାରଣ୍ଡାରେ ଶୋଇଥିବା ବେଳେ ଉଭୟଙ୍କୁ ସାପ କାମୁଡ଼ି ଥିଲା। ତେବେ ନିତେଶର ମୃତ୍ୟୁ ଘଟିଥିଲା। ରାମଚନ୍ଦ୍ର ଗୁରୁତର ହୋଇଥିବା ବେଳେ ପରିବାର ଲୋକ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ନ କରି ଝଡ଼ାଫୁଙ୍କା କରିଥଲେ। ପରେ ଅବସ୍ଥା ଗୁରୁତର ହେବାରୁ ମେଡିକାଲରେ ଭର୍ତ୍ତି କରିଥଲେ |ଏହି ଘଟଣାରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ||
BACK TO TOP