Breaking
News
Breaking
News
23-Jul-2025
ଜମିରେ କାମ କରୁଥିବା ବେଳେ କୃଷକଙ୍କ ମୃତ୍ୟୁ
ଓଡିଶା ଜନ ମତ,ପୋଲସରା ( ସନ୍ତୋଷ କୁମାର ପଣ୍ଡା ,୨୩/୦୭/୨୫
ନିଜ ଚାଷ ଜମିରେ ଚାଷ କରୁଥିବା ସମୟରେ ଜଣେ କୃଷକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।କୃଷକ ଜଣଙ୍କ ପୋଲସରା ବ୍ଳକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର କବିରାଜ ଜେନା (୬୫) ହୋଇଥିବା ଜଣାପଡିଛି।ସେ ଆଜି କିମ୍ଭିରା ନଦୀ ତଟରେ ଥିବା ନିଜ ଚାଷ ଜମିରେ ଚାଷ କରୁଥିବା ସମୟରେ ହଠାତ୍ ଟଳି ପଡିଲେ। ସଙ୍ଗେ ସଙ୍ଗେ ଗ୍ରାମବାସୀ ଓ ପରିବାର ଲୋକେ କବିରାଜ ଙ୍କୁ ପୋଲସରା ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ପୋଲସରା ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି।
BACK TO TOP