Breaking
News
Breaking
News
22-Aug-2026
କ୍ଷେତ ମୁଣ୍ଡୁଳି -ଚିରି କୁପା ରାସ୍ତାରେ ୨ କଲରାପତରିଆ ବାଘ ଛୁଆ |
ଓଡିଶା ଜନ ମତ ବ୍ୟୁରୋ,
ପୁଣି କଲରା ପାତାରିଆ ବାଘ ଛୁଆ ଦେଖିବାର ଶୁଣି ଥିବାରୁ ଅଞ୍ଚଳ ବାସୀଙ୍କ ମନରେ ଭୟର ବାତା ବରଣ ଦେଖିବାକୁ ମିଳିଛି ||ଘଟଣାଟି ଘଟିଛି ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି। ଜଗନ୍ନାଥପ୍ରସାଦ ବ୍ଲକ ଉପାଧ୍ଯକ୍ଷ ନୀଳାଞ୍ଚଳ ଖିଲାର ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷେତମୁଣ୍ଡଳିସ୍ଥିତ ନିଜ ଘରକୁ କାର ଯୋଗେ ଫେରୁଥିଲେ। ଏହି ସମୟରେ ଉକ୍ତ ଅଞ୍ଚଳରେ ବାଘ ଚଳପ୍ରଚଳ କରୁଥିବା ଜାଣି ସେ ନିଜ ମୋବାଇଲ୍ ଫୋନ୍ରେ ଦୃଶ୍ୟ ରେକର୍ଡ କରୁଥିଲେ। ହଠାତ୍ ତାଙ୍କ ଗାଡ଼ି ସମ୍ମୁଖ ଦେଇ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା ପାର ହୋଇ ଜଙ୍ଗଲ ଆଡ଼କୁ ଚାଲିଯାଇଥିବା ଜଣା ଣାପଡ଼ିଛି। ଘଟଣାଟି ସେ ନିଜ ମୋବାଇଲ୍ରେ ରେକର୍ଡ କରିଥିବା କୁହାଯାଉଛି। ଘଟଣା
ସମ୍ପର୍କରେ ଖବର ପାଇବା ପରେ ବନ ବିଭାଗର କର୍ମଚାରୀଙ୍କ ସହ ରେଞ୍ଜର ପୃଥୀରାଜ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନିକଟସ୍ଥ ଜଙ୍ଗଲରେ ମା’ ବାଘର ଉପସ୍ଥିତି ରହିଛି କି ନାହିଁ, ସେନେଇ ମଧ୍ୟ ବନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଛି। ଘୁମୁସର ଉତ୍ତର ବନଖଣ୍ଡରେ ଜଙ୍ଗଲର ପରିମାଣ ବୃଦ୍ଧି ସହ ବନ୍ୟପ୍ରାଣୀ ସୁରକ୍ଷା ନେଇ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିଥିବାରୁ ପୂର୍ବାପେକ୍ଷା ବନ୍ୟପ୍ରାଣୀଙ୍କ ଚଳପ୍ରଚଳ ଅଧିକ ଦେଖିବାକୁ ମିଳୁଥିବା କୁହାଯାଉଛି। ଏ ସମ୍ପର୍କରେ ବନ ବିଭାଗର ଜଣେ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଘଟଣାର ତଦନ୍ତ ଚାଲିଥିବା ସେ କହିଛନ୍ତି। ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ଯ ସତ୍ୟତା ଜଣାପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି।
BACK TO TOP