Breaking News

ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||      ତାକରଡ଼ା କ୍ଲଷ୍ଟର ସ୍ତରୀୟ ଦ୍ଵିଦିବସୀୟ ଟି ଏଲ ଏମ କର୍ମଶାଳା ଅନୁଷ୍ଠିତ |    (04-May-2026)       ||      ତିନୋଟି ରାଜ୍ୟରେ ବିଜେପିର ବିପୁଳ ଜିତ ପରେ ପୁରୁଷୋତ୍ତମପୁର ବସ ଷ୍ଟାଣ୍ଡ ନିକଟରେ ବିଜୟ ଉତ୍ସବ ପାଳନ କଲେଯୁବ ବିଜେପି ଗୋଷ୍ଟି |    (04-May-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ |    (04-May-2026)       ||      ପୋଲସରା ମେଟ୍ରିକ ପରୀକ୍ଷା ରେ ସରସ୍ବତୀ ଶିଶୁମନ୍ଦିର ର ଜଗଦୀଶ ପାଣିଗ୍ରାହୀ ବ୍ଳକ ଟପ୍ପର |    (04-May-2026)       ||      ଶିକାର କରିବାକୁ ଯୁବକ ଙ୍କୁ ଡ଼ାକିନେଇ ତାଙ୍କୁ ଗୁଲିକରି ହତ୍ୟା |    (04-May-2026)       ||      କୋଦଳା ପିଏମ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 5 ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ |    (04-May-2026)       ||      ବେଗୁନିଆପଡା ବ୍ଲକରେ ଏ ୱାନ ରେ 7 ଜଣପାସ, କୀର୍ତ୍ତିକା ପ୍ରିୟ ଦର୍ଶିନୀ ସେନାପତି ବ୍ଳକ ଟପ୍ପର |   (03-May-2026)       ||      ବୁଗୁଡ଼ା ବ୍ଲକରେ 8ଜଣ ଏ ୱାନ, ସୋରଡ଼ ହାଇସ୍କୁଲ ଛାତ୍ରୀ ନିବେଦିତା ବେହେରା ବ୍ଳକ ଟପ୍ପର |   (03-May-2026)       ||      ଗଞ୍ଜାମ ଜିଲ୍ଲା ତାରାତାରିଣୀ ପୀଠରେ ରେଡ୍ଡୀ ମହାଜନ ସଙ୍ଘ ଘର ର ଶୀଳା ନ୍ୟାସ କଲେ ଦୁଇ ବିଧାୟକ |   (03-May-2026)       ||      ଗତ ଶ୍ରମିକ ଦିବସରେ ଓୟୁଜେ ସାମ୍ବାଦିକ ମାନଙ୍କ ତରଫରୁ ବିଭିନ୍ନ ଦାବିନେଇମୁଖ୍ୟମନ୍ତ୍ରୀ ଙ୍କୁ ସ୍ମାରକ ପତ୍ର ପ୍ରଦାନ |    (02-May-2026)       ||      ଖୋର୍ଦ୍ଧା ଜିଲ୍ଲା ପ୍ରେସ କ୍ଲବ ର ନିର୍ବାଚନ ତପନ କୁମାରନାୟକ ସଭାପତି, ଓ ପ୍ରକାଶ କୁମାର ହାତୀ ସମ୍ପାଦକ |   (02-May-2026)       ||      ଅଗ୍ନି କାଣ୍ଡ ଘଟି ବୃଦ୍ଧ ମା ଜୀବନ୍ତ ଦଗ୍ଧ ଓ ଦୁଇଭାଇ ଗୁରୁତର ଏବଂ ଲକ୍ଷା ଧିକ ଟଙ୍କାର ସମ୍ପତି ପୋଡି ନଷ୍ଟ |    (02-May-2026)       ||      ବୁଗୁଡ଼ା ରେ"ଘୁମୁସର ସ୍ୱର ` ପକ୍ଷରୁ 161 ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ |    (02-May-2026)       ||      ଓଡ଼ିଆ କାବ୍ୟ ପୁରାଣ ନୃସିଂହବତାର ଉନ୍ମୋଚନ |   (01-May-2026)       ||      କନ୍ଧମାଳ ଜିଲ୍ଲା ବାଲିଗୁଡା ରେ କାଳ ବୈଶାଖୀ ର ତାଣ୍ଡବ, ବର୍ଷା ପବନ ରେ ବିପୁଳ କ୍ଷୟ କ୍ଷତି ||   (01-May-2026)       ||      ବୋଲରା ଗାଡି ରେ 22କିଲୋ ଗଞ୍ଜେଇ ସହ ଅଭିଯୁକ୍ତ କୁ ଗିରଫ କଲା ଅବକାରୀ ଗୁଇନ୍ଦା ବିଭାଗ |    (01-May-2026)       ||     

ସମସ୍ତ ଙ୍କୁ ଛାଡି ଆର ପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନ ମୋହନ ସିଂ |

26-Dec-2024

ଆର ପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀଡ.ମନମୋହନ ସିଂ,

                       ଓଡିଶା ଜନମତ  ବ୍ୟୁରୋ,

ନୂଆଦିଲ୍ଲୀ: ଅର୍ଥ ନୀତିରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ଜଣେ ଅର୍ଥ ନିତିଜ୍ଞ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା  ରାଜନେତା ମନମୋହନ ସିଂହ ଆଉ ନାହାନ୍ତି । ଦିଲ୍ଲୀ ଏମ୍ଭରେ ୯୨ ବର୍ଷରେ ଶ୍ରୀ ସିଂହ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି । ଆଜି ସନ୍ଧ୍ୟାରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ଭରେ ଭର୍ତି କରାଯାଇଥିଲା । ଏମ୍ଭର ଏମର୍ଜେନ୍ସୀ ୱାର୍ଡରେ ସ୍ଵତନ୍ତ୍ର  ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରିଥିଲେ । ହେଲେ ଡାକ୍ତରୀ ଟିମର ସବୁ ଚେଷ୍ଟା ସତ୍ତ୍ବେ ଶ୍ରୀ  ସିଂହ ଆଖୁ ବୁଜି ଦେଇଛନ୍ତି । ଆଜି ରାତି ୯.୫୧ ସମୟ ରେ ସେସମସ୍ତଙ୍କୁ ଛାଡ଼ିଆରପାରିକୁ ଚାଲି ଯାଇଛନ୍ତି  |ପିଭି  ନରସିଂହ ରାଓଙ୍କ ସରକାର ରେ ସେ ଅର୍ଥ ମନ୍ତ୍ରୀ ଥିଲେ । ଏହି  ସମୟରେ ଭାରତୀୟ
ଅର୍ଥନୀତିରେ ସେଏକ ବୈପ୍ଳବିକ ପରିବର୍ତନ ଆଣିଥିଲେ । ଭାରତୀୟ ଅର୍ଥନୀତି ତାଙ୍କ ତୁଳୀରେ ନୂଆ ରୂପ ପାଇଥିଲା । ଅନ୍ତିମ ସମୟରେ ଶ୍ରୀ ସିଂହଙ୍କ ପାଖରେ ତାଙ୍କ ପତ୍ନୀ ଗୁରୁ ଶରଣ କୌର ଓ ୩ ଝିଅ ଉପସ୍ଥିତ ଥିଲେ |

ଆଜି ତାଙ୍କ ବିୟୋଗରେ ପୂରା ଦେଶରେ ଶୋକରଚ୍ଛାୟା ଖେଳି ଯାଇଛି । ତାଙ୍କ ମୃତ୍ୟୁ ଖବର ପାଇଁ କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନକ୍ସା ଦିଲ୍ଲୀ ଏମ୍ସରେ ପହଂଚିଛନ୍ତି । ସେହିପରି ଖବର ପାଇ କର୍ଣାଟକରେ ଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବରିଷ୍ଠ ନେତା ରାହୁଲ ଗାନ୍ଧି ମଧ୍ଯ ଦିଲ୍ଲୀ ଆସୁଛନ୍ତି । ଶ୍ରୀ ସିଂହଙ୍କ ପରଲୋକ ଯୋଗୁ ଆସନ୍ତା କାଲି କଂଗ୍ରେସର ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରା ଯାଇଛି । ଦଳ ପକ୍ଷରୁ ଏନେଇ ସୂଚନା ଜାରି କରାଯାଇଛି । ଅନେକ ବରିଷ୍ଠ ନେତା ମଧ୍ୟ ବିଭିନ୍ନ ରାଜ୍ୟରୁ ଶ୍ରୀ ସିଂହଙ୍କ ଶେଷ ଦର୍ଶନ ପାଇଁ ଦିଲ୍ଲୀ ଆସିବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ  ବାର୍ତ୍ତା ଯୋଗେ ଶ୍ରୀ ସିଂହଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଏଥିସହ ତାଙ୍କ ସହ ଷ୍ଟେଜ ଶେୟାର କରିବା ବେଳର କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଆରବିଆର ଗଭର୍ଣ୍ଣର ଭାବେ କାମ କରି ସାରିଥିବା ମନ ମୋହନ ସିଂହ ୨୦୦୪ରୁ ୨୦୧୪ ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ କାମ କରିଥିଲେ । ସେ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ରାଜ୍ୟସଭାକୁ ପ୍ରତିନିଧୂତୁ କରୁଥିଲେ । ସେ ଲୋକସଭା ନିର୍ବାଚନ ଜିତି ନାହାନ୍ତି । ଗୋଟିଏ ଦଶନ୍ଧିରୁ ଅଧିକ ସହ ରାଜ୍ୟସଭାର ସଦସ୍ୟ ଭାବେ କାମ କରି ଆସିଥିବା ଶ୍ରୀ ସିଂହ ଚଳିତ ବର୍ଷ ଏପ୍ରିଲରେ ଅବ ସର ନେଇଥିଲେ ।

ମନମୋହନ ସିଂହ ଅବିଭକ୍ତ ଭାରତର ପଞ୍ଜାବ କ୍ଷେତ୍ରର ଗାହ(ବର୍ତମାନରପାକିସ୍ତାନ ରେ) ଗାଁରେ ୧୯୩୨ ମସିହା ସେପମ୍ବର ୨୬ରେ ଜନ୍ମଗ୍ରହଣ କରିଥିଲେ । ୧୯୪୮ ମସିହା ରେ ଡକ୍ଟର ସିଂହ ପଞ୍ଜାବରୁ ପାସ୍‌ କରିବା ପରେ ତାଙ୍କ ଅଧ୍ୟୟନ ପଞ୍ଜାବରୁ ବ୍ରିଟେନର କେମ୍ବ୍ରିଜ‌ ବିଶ୍ଵବିଦ୍ୟାଳୟ ଯାଏ ଲମ୍ବିଥିଲା ।ବ୍ରିଟେନର କେମ୍ବ୍ରିଜ‌ ବିଶ୍ଵବିଦ୍ୟାଳୟରୁ ସେ ୧୯୫୭ ମସିହାରେ ଅର୍ଥଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ଡିଗ୍ରୀ ହାସଲ କରିଥିଲେ । ୧୯୭୧ ମସିହାରେ ଡକ୍ଟର ସିଂହ ଭାରତ ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟର ଆର୍ଥକ ପରା ମର୍ଶଦାତା ଭାବେ ଯୋଗ ଦେଇଥିଲେ । ଏହାପରେ ଅର୍ଥାତ ୧୯୭୨ ମସିହାରେ ତାଙ୍କୁ ଅର୍ଥ ମନ୍ତ୍ରଣାଳୟର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଥିଲା। ସେ ଦେଶରଗୁରୁତ୍ବପୂର୍ଣ୍ଣପଦପଦବୀ ଅର୍ଥାତ ଅର୍ଥମନ୍ତ୍ରଣାଳୟର ସଚିବ, ଯୋଜନା କମିଶନର ଉପାଧ୍ୟକ୍ଷ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଡର, ପ୍ରଧାନ ମନ୍ତ୍ରୀଙ୍କ ଉପଦେଷ୍ଟା ଓ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗର ଅଧ୍ଯକ୍ଷ ପଦରେ ରହିଥିଲେ ।
୧୯୯୧ ମସିହାରେ ଭାରତ ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଦେଶର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ନରସିଂହ ରାଓ ସମସ୍ତଙ୍କୁ ଚକିତ କରି ମନମୋହନ ସିଂହଙ୍କୁ ନିଜ କ୍ୟାବିନେଟରେ ଅର୍ଥ ମନ୍ତ୍ରୀ ବନାଇଥିଲେ। କଡ଼ା ବିରୋଧ ସତ୍ତ୍ବେ ସେ ଅର୍ଥମନ୍ତ୍ରୀ ଭାବେ ଭାରତର ଅର୍ଥ ବ୍ୟବସ୍ଥାର ଢାଞ୍ଚାଗତ ସୁଧାର ପାଇଁ କଠୋର ବ୍ୟବସ୍ଥା କରିଥିଲେ ।
ଏହି କାରଣରୁ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ପଡ଼ିଥିବା ସଙ୍କଟ ଟଳି ଯାଇ ଥିଲା। ତାଙ୍କୁ ଏହାପରେ ବିଶ୍ଵ ଦରବାରରେ ଜଣେ ମହାନ ଅର୍ଥ ଶାସ୍ତ୍ରୀ ଭାବେ ଗଣତି କରାଯାଇଥିଳା । ୧୯୯୮ରୁ ୨୦୦୪ ଯାଏ ଶ୍ରୀ ସିଂହ ରାଜ୍ୟସଭାରେ ବିରୋଧୀ ଦଳ ମୁଖ୍ୟ ଭାବେ କାମ କରିଥିଲେ । ୨୦୦୪ରେ ୟୁପିଏ କ୍ଷମତା କୁ ଆସିବା ପରେ ସେ ୨୦୦୪ ମେ ୨୨ ତାରିଖରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୨୦୦୯ ରେ ମଧ୍ୟ ସେ ଦ୍ଵିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀହୋଇଥିଲେ ।ଡକ୍ଟର ସିଂହ ନିଜର ପ୍ରଶା ସିନିକ ଓ ରାଜନୀତିକ କ୍ୟାରି ୟର ମଧ୍ଯରେ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇ ଛନ୍ତି । ତାଙ୍କୁ ୧୯୮୭ରେ ଭାରତର ଦ୍ଵିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣ, ୧୯୯୫ରେ ଭାରତୀୟ ବିଜ୍ଞାନ କଂଗ୍ରେସର ଜବାହାରଲାଲ ନେହରୁ ଜନ୍ମ ଶତବାର୍ଷିକୀ ପୁରସ୍କାର, ୧୯୯୩ ଓ ୧୯୯୪ରେ ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ଏସିଆ ମନି ପୁରସ୍କାର, ୧୯୯୩ରେ ବର୍ଷର ଶ୍ରେଷ୍ଠ ଅର୍ଥମନ୍ତ୍ରୀ ଭାବେ ୟୁରୋମନି ପୁରସ୍କାର ମିଳିଥିଲା । ଆଜି ତାଙ୍କ ବିୟୋଗରେ ଦେଶ ଜଣେ ଶକ୍ତିଶାଳୀ ଅର୍ଥ ନୈତିକଜ୍ଞ ଙ୍କୁ ହରାଇଲା  | ତାଙ୍କର ଏହି କାର୍ଯ୍ୟ ସବୁଦିନ ପାଈଁ ଅପୂରଣୀୟ ହୋଇ ରହିଗଲା  |

News Comment

You Might Also Like

BACK TO TOP