Breaking News

ମାଲକାନା ଗିରି ସହର ର ଏକ ମୋବାଇଲ ଦୋକାନରୁ ବଡ଼ ଧରଣର ଚୋରି |    (09-Jan-2025)       ||      ବୀର ଚକରା ବିଷୋୟୀ ଙ୍କ 202ତମ ଜୟନ୍ତୀ ପାଳିତ |    (09-Jan-2025)       ||      ଥଣ୍ଡା ପାନିଅ ରେ ନିଶା ଦେଇ କେମେରା ମେନ ଙ୍କ ଠାରୁ ଲୁଟ ଅଭିଯୋଗ |    (09-Jan-2025)       ||      ବୁଗୁଡ଼ା ବିରଞ୍ଚି ନାରାୟଣ ମନ୍ଦିର ରେ ଶାମ୍ବ ଦଶମୀ ବ୍ରତ ପାଳିତ,   (09-Jan-2025)       ||      ଜରାଜୀର୍ଣ ଅବସ୍ଥା ରେ ଖଲ୍ଲିକୋଟ ର 68 ବର୍ଷ ର ଚାରୁ ଓ କାରୁକଳା ମହାବିଦ୍ୟାଳୟ |   (09-Jan-2025)       ||      ଜାନୁୟାରୀ 13 ରୁଫେବୃୟାରୀ 26 ଯାଏଁ ଓଡିଶାରୁ କୁମ୍ଭ ମେଳା ପାଇଁ ଗଡିବ ଓ ଏସ ଆର ଟି ସି ବସ |    (09-Jan-2025)       ||      କୁନୀ ଝିଅ କୀର୍ତ୍ତି ମୟୀ ଙ୍କ ଇଣ୍ଡିଆ ବୁକ ଅଫ ରେକଡ଼ |    (09-Jan-2025)       ||      ଟାଟା ମୋଟର୍ସ ରେ ଚାକିରି ଦେବା ନାମରେ ଠକେଇ ମାମଲା ରେ ପ୍ରଦୀପ ପାଣିଗ୍ରାହୀ ଙ୍କୁ ଆଶ୍ବସ୍ତି |    (08-Jan-2025)       ||      ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ ଦୁଈ ବ୍ୟକ୍ତି ଗିରଫ |    (08-Jan-2025)       ||      ନୃସିଂହ ନାଥ କୃଷକ ସଙ୍ଘ ତରଫରୁ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ |    (08-Jan-2025)       ||      ପୁରୁଷୋତ୍ତମପୁର ନଗର ବିଜେପି ମଣ୍ଡଳ ସଭାପତି ହେଲେ ଯୁବନେତା ସୂର୍ଯ୍ୟନାରାୟଣ ମହାରଣା |    (08-Jan-2025)       ||      25ତମ ବାର୍ଷିକ ଉତ୍ସବ ନିମନ୍ତେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ |    (08-Jan-2025)       ||      ଖଲ୍ଲିକୋଟ ଦେବୀ ଝର କ୍ଷୁଦ୍ର ଜଳ ସେଚନ ର ପୁନଃ ରୁଦ୍ଧାର ପାଇଁ 92ଲକ୍ଷ38ହଜାର ଅନୁମୋଦନ |   (08-Jan-2025)       ||      148 ଜନ ଓ ଏ ଏସ ଙ୍କ ବଦଳି କଲେ ରାଜ୍ୟ ସରକାର |    (08-Jan-2025)       ||      ଶାଶୁ ଙ୍କୁ ଭରଣ ପୋଷଣ ଦେବେ ବୋହୁ, ପଞ୍ଜାବ ହରିୟାଣା କୋର୍ଟ ଙ୍କ ବଡ଼ ରାୟ ||   (08-Jan-2025)       ||      ଟିକିରି କୁ ବ୍ଲକ ମାନ୍ୟତା ଦାବିରେ, ଜନସାଧାରଣ ଙ୍କ 2ୟ ବୈଠକ ଅନୁଷ୍ଠିତ |   (07-Jan-2025)       ||      ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ରୋଗୀ କଲ୍ୟାଣ ସମିତି ର ବୈଠକ |   (07-Jan-2025)       ||      ବୃତ୍ତି ପରୀକ୍ଷା ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର, ଛାତ୍ରୀ ଙ୍କ କୁର୍ତ୍ତିତ୍ୱ |   (07-Jan-2025)       ||      ଜଙ୍ଗଲ ଜମି ପଟ୍ଟା ଦାବିରେ ଆଦିବାସୀ ମାନଙ୍କ ଅସ୍ତ୍ର, ଶସ୍ତ୍ର, ଧରି ଆନ୍ଦୋଳନ |    (07-Jan-2025)       ||      ବନ୍ଧୁକ ଦେଖାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ବାଇକ ଓ ଟଙ୍କା ଲୁଟ |   (07-Jan-2025)       ||     

ଜରାଜୀର୍ଣ ଅବସ୍ଥା ରେ ଖଲ୍ଲିକୋଟ ର 68 ବର୍ଷ ର ଚାରୁ ଓ କାରୁକଳା ମହାବିଦ୍ୟାଳୟ |

09-Jan-2025

ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ର ଜରାଜୀର୍ଣ୍ଣ  ମର୍ଦରାଜ  କୋଠି ର ମରାମତୀ ପାଇଁ ମିଳିଲା ଅଢେଇ କୋଟି, କଲେଜ ର ନୂତନ ମହାବିଦ୍ୟାଳୟ ନିର୍ମାଣ ପାଇଁ ଆସିନି ଅନୁଦାନ | 
   ______________________________

ଓଡିଶା ଜନମତ ,ଖଲ୍ଲିକୋଟ, ମାଧବ ବେହେରା,9/1 :
ଖଲ୍ଲିକୋଟ ସହର ରେ ପ୍ରାୟ ଦେଢ଼ ସହ ବର୍ଷ ତଳେ ନିର୍ମାଣ ହୋଇଥିବା ମର୍ଦରାଜ କୋଠି ଏଵେ ଜରାଜୀର୍ଣ ଓ ମୁମୂର୍ଷ ଅବସ୍ଥା ରେ ପହଂଚିଲାଣି |ମର୍ଦରାଜ ବଂଶ ର ଅନ୍ତିମ ଦାୟାଦ ନାହାନ୍ତି ସତ ମର୍ଦରାଜ ରାଜବଂଶ  ଏହି ପୁରାତନ ରାଜ ଉଆସ ରେ ଲାଗି ଥିବା ଲୁହା ର କଡୀ ବରଗା ଓ ଇଟା ଚୁର୍ଣ୍ଣ ସବୁ ଦିନକୁ ଦିନ ଖସି ଗଲାଣି |ଯାହା ଫଳରେ ରାଜ ଉଆସ ଦୋହଲିବା ସାଙ୍ଗକୁ ଏହାର ସ୍ଥାୟିତ୍ୱ ନେଇ ବିଭିନ୍ନ ମହଲ ରେ ଉଦବେଗ ପ୍ରକାଶ ପାଇଲାଣି |ତେବେ ଗତ 1957 ମସିହା ରେ ସ୍ବର୍ଗତ ରାଜବହାଦୁର ରାମ ଚନ୍ଦ୍ର ମର୍ଦରାଜ ଙ୍କ ଯିବିତା ବସ୍ଥା ରେ ରାଜ୍ୟ ସରକାରଙ୍କ ଅର୍ଥ କଲେଜ ପାଇଁ ରାଜ୍ୟ ସରକାରଙ୍କୁ ଅଳ୍ପ କିଛି ସେସ ବିନିମୟ ରେ 17 ଏକର ରାଜ ଉଆସ କୁ ଟେକି ଦେଇଥିଲେ | ଦୀର୍ଘ ଦିନ ର ଅବହେଳା ପରେ ରାଜ୍ୟ ସରକାର ଙ୍କୁ ଏହି ରାଜ ଉଆସ କୁ  ଓଡିଶା ଏକତ୍ରିକାରଣ ର ସ୍ମାରକୀ ଭାବେ ସଂରକ୍ଷଣ କରାଯାଇ ସରକାରୀ ଚାରୁ ଓ କାରୁକଳା ମହାବିଦ୍ୟାଳୟ କୁ ଖଲ୍ଲିକୋଟ ସହର ର କେଉଁଠାରେ ଏକ ନୂତନ କୋଠା ଛାତ୍ରବାସ ନିର୍ମାଣ କରିବା ପାଇଁ ବୁଦ୍ଧିଜୀବୀ ମହଲ ଓ ବହୁ ବରିଷ୍ଟ ଚିତ୍ରଶିଳ୍ପୀ ମାନେ ପ୍ରସ୍ତାବ ଦେଇଥିଲେ | କିନ୍ତୁ ରାଜ୍ୟ ସରକାର କର୍ଣ୍ଣପାତ ନ କରି ଉକ୍ତ ପୁରାତନ ଚରୁକଳା ଅନୁଷ୍ଠାନ କୁ ଅବହେଳା ପ୍ରଦର୍ଶନ କରି ଭୁବନେଶ୍ୱର ଠାରେ ଥିବା ବି କେ କାନୁନଗୋ ଚାରୁ କଳା ମହାବିଦ୍ୟାଳୟ କୁ ପ୍ରାଧାନ୍ୟ ଦେଇ ତାର କଳେବର ବୃଦ୍ଧି କରି କଲେଜ ର ସିଟ ସଂଖ୍ୟା 70 କରିଥିବା ସାଙ୍ଗକୁ  ଖଲ୍ଲିକୋଟ ରେ ଥିଵା 68 ବର୍ଷ ର ପୁରାତନ କଳା ଅନୁଷ୍ଠାନ ର ସ୍ଥାନ ସଂଖ୍ୟା 30 ରେ ସୀମିତ ରହିଛି | ଯା ଫଳରେ ଖଲ୍ଲିକୋଟ  ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ ର ଅଧକ୍ଷ ମଲ୍ଲିକ ରାଜ୍ୟ ସଂସ୍କୃତି ବିଭାଗ କୁ ପତ୍ର ଲେଖି ମହାବିଦ୍ୟାଳୟ ର ନୂତନ କୋଠା ଓ ଛାତ୍ର / ଛାତ୍ରୀ ନିବାସ ନିର୍ମାଣ ପାଇଁ 15 କୋଟି ଟଙ୍କା ର ଅନୁଦାନ ମାଗିଥିଲେ |କିନ୍ତୁ ସରକାର ନୂତନ କୋଠା ନିର୍ମାଣ ପାଇଁ ଆବଶ୍ୟକ ଅନୁଦାନ ପ୍ରଦାନ କରିବା ପରିବର୍ତ୍ତେ ମହାବିଦ୍ୟାଳୟ ର ପୁରାତନ କୋଠା ର ମରାମତୀ ପାଇଁ ଅଢେଇ କୋଟି ଟଙ୍କା ର ଅନୁଦାନ ମିଳିଥିବା ଜଣାପଡିଛି | ତେବେ ଈତି ମଧ୍ୟରେ ସରକାରୀ ଚାରୁ ଓ କାରୁ କଳା ମହାବିଦ୍ୟାଳୟ କୁ 68 ବର୍ଷ ହେଲାଣି କିନ୍ତୁ ମହାବିଦ୍ୟାଳୟ ର 17 ଏକର ଜମି ଅନୁଷ୍ଠାନ ନାମରେ ପଟ୍ଟା ହୋଇପାରିନି | ଏବେବି ମର୍ଦରାଜ ବଂଶ ର ଶେଷ ଦାୟାଦ ସ୍ବର୍ଗତ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ ନାମରେ ସ୍ତିତିବାନ ପଟ୍ଟା ରହିଛି | ଏହି 17 ଏକର ଜମି ରୁ ଅଧିକାଂଶ ଜମି ଜବର ଦଖଲ ରେ ରହିଥିବା ସରକାର ଙ୍କ ରାଜସ୍ବ ପ୍ରଶାସନ ହାତ ବାନ୍ଧି ବସି ରହିଛି |ଗଞ୍ଜାମ ଜିଲ୍ଲା ର ଏଭଳି ବହୁ ସାଂସ୍କୃତିକ ଅନୁଷ୍ଠାନ ଅବହେଳିତ ହୋଇ ରହିଥିବା ବେଳେ ଗଞ୍ଜାମ ର ନେତା ଓ ମନ୍ତ୍ରି ମାନଙ୍କ ନଜର ର ଦୃଷ୍ଟି ଆଢୁଆଳ ରେ ରହିଛି |

News Comment

You Might Also Like

BACK TO TOP