Breaking
News
Breaking
News
28-Aug-2026
ଖୋର୍ଦ୍ଧା ଜିଲ୍ଲା ର ଓଡ଼ିଆ ଦମ୍ପତି ନେପାଳ ବନ୍ୟା ରେ ନିଖୋଜ |
(ଆଉକିଛି ଓଡ଼ିଆ ଲୋକ ସୁରକ୍ଷିତ ଅବସ୍ଥାରେ ଅଛନ୍ତି ସେମାନେ ସମସ୍ତେ ଶୀଘ୍ର ଓଡିଶାକୁ ଫେରିବେ,|
ଓଡିଶା ଜନ ମତ ବ୍ୟୁରୋ,
ଲଗାତରବର୍ଷା ନଥିଲା , ଯାହା ଫଳରେ ନେପାଳର ଲୋକ ସନ୍ଦେହ କରିବେ ଯେ ବନ୍ୟା ଆସିବ | କିଛି ଘଣ୍ଟାର ବାଦଲ ଫଟା ବର୍ଷାରେ ଚାହୁଁ ଚାହୁଁ ସବୁ ଓଲଟ ପାଲଟ ହୋଇ ଗଲା |ବହୁତ ଲୋକ, ପଡ଼ୁ, ପକ୍ଷୀ, ଦୋକାନ ବଜାର ସବୁ ନିମିଷକ ମଧ୍ୟରେ ପାଣିର ପ୍ରବଳ ସ୍ରୋତରେ ଭାସିଗଲେ || ବନ୍ୟା ର ପ୍ରକୃତ କାରଣହେଲା ନେପାଳ -ତିବତ ସୀମାରେ ହିମ ବାହ (ଗ୍ଲେସିୟର ) ଧସିବା ଯୋଗୁଁ ସୃଷ୍ଟି ହୋଇଥିବା ଆକସ୍ମିକ ବନ୍ୟାରେ ଏବେସୁଦ୍ଧା ମୃତ୍ୟୁ ସଂଖ୍ୟା 359 ଛୁଇଁଛି | 1500 ନିଖୋଜ ସେମଧ୍ୟରୁ 288 ଭାରତୀୟ ଅଟନ୍ତି | ତେବେ 84 ଭାରତୀୟ ଙ୍କୁ ଉଦ୍ଧାର କରାଯାଇଛି | ନେପାଳରେ ପ୍ରକୃତିର ତାଣ୍ଡବ ପରଠୁ ଆଜି ବି ନିଖୋଜ ୨ ଓଡ଼ିଆ। ସେମାନେ ହେଉଛନ୍ତି ଖୋର୍ଦ୍ଧାର ସନ୍ଦୀପ ମହାପାତ୍ର ଏବଂ ତାଙ୍କ ପତ୍ନୀ ସିଦ୍ଧାର୍ଥୀ କୁମାରୀ ସାହୁ। ରୁହନ୍ତି ଅଷ୍ଟ୍ରେଲିଆରେ। କିନ୍ତୁ ଗତ ୨୨ ତାରିଖରେ ଯାଇଥିଲେ ନେପାଳ। ସେଦିନ ହିଁ ପରିବାର ଲୋକଙ୍କ ସହ ଯାହା ଶେଷଥର ପାଇଁ କଥା ହୋଇଥିଲେ। ଏବେ ତାଙ୍କ ନା ମୋବାଇଲକୁ କଲ୍ ଯାଉଛି ନା ତାଙ୍କ ସହ ଯୋଗାଯୋଗ ହୋଇପାରୁଛି ।ପ୍ରଳୟର ଭିତରେ ଅଛନ୍ତି । ଫଳରେ ଚିନ୍ତାରେ ଖୋର୍ଦ୍ଧାରେ ରହୁଥିବା ସମ୍ପର୍କୀୟ । ଏହି ଛାତିଥରା ଆଶ୍ବସ୍ତିର ଖବର ହେଉଛି, ନେପାଳ ଯାଇଥିବା ଅନ୍ୟ କିଛି ଓଡ଼ିଆ ସୁରକ୍ଷିତ ବାରିପଦାର ୨୦ ବର୍ଷିୟା ଯୁବତୀ କୁଲସାମ୍ ନିଗାର ପରିବାର ସହ ଯୋଗା, ଯୋଗ କରିଛନ୍ତି । ସେମାନଙ୍କୁ ଠାବ କରି ଭାରତ ଫେରାଇ ଅଣାଯାଉଛି I ପୁରୀ ଜିଲ୍ଲାର ରାକେଶ କୁମାର ପଣ୍ଡା ଅନ୍ୟ ୨ ଜଣଙ୍କ ସହ ନେପାଳ ଯାଇଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ରକ୍ୟୁଲ୍ ସୀମା ଚେକ୍ ପୋଷ୍ଟ ଦେଇ ଭାରତ ଅଣାଯାଉଛି । ସେହିପରି ଓଡ଼ିଶାର ୬ ଫୁଟବଲ୍ ଖେଳାଳି, କୋଚ୍ ହଲିମଙ୍କ ସହ ଫସିରହିଛନ୍ତି ନେପାଳର ପୋଖରାରେ । ସେମାନେ ବି ସୁରକ୍ଷିତ ଥିବା ଜଣାପଡ଼ିଛି । ନେପାଳରେ ଫସିଥିବା ଓଡ଼ିଆଙ୍କ ସଂପର୍କରେ ସୂଚନା ପାଇବା ପାଇଁ କିମ୍ବା ଯୋଗା ଯୋଗ କରିବା ପାଇଁ ନୂଆଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ତାସହ ଜାରି ହୋଇଛି ୩ଟି ଫୋନ ନମ୍ବର । ହେଉଛି 011-23012807, 011-7428135044, 011- ,୮୫୨୭୫୮୦୨୪୫। ସେହିପରି ବୈଦେଶିକ ମନ୍ତ୍ରଣାଳୟ ହେଲ୍ପଲାଇନ୍ ନମ୍ବର ହେଉଛି, ୯୭୭ ୯୮୫୧୩୧୬୮୦୭ ଏବଂ ୯୭୭ ୯୭୦୯୧୦୭୫୦୦ ଅଟେ | ଏହି ନଂ ରେ ମଧ୍ୟ ଯୋଗାଯୋଗ କରିବାକୁ ନିଖୋଜ ଏବଂ ମୃତ ପରିବାର ଙ୍କୁ ଜଣାଇ ଦିଆ ଯାଉଛି |
BACK TO TOP