Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||

28-Aug-2026

ଗୋପପୁର ଆଶ୍ରମରେ ମହିମା ଧର୍ମର ବିରାଟ ଧାର୍ମିକ ସମାବେଶ
ଆଧ୍ୟାତ୍ମିକ ଚେତନାରେ ମୁଖରିତ ମହିମା ଆଶ୍ରମ : ‘ମହିମା ଜ୍ୟୋତି’ ପୁସ୍ତକ ଉନ୍ମୋଚିତ
ଓଡ଼ିଶା ଜନମତ,ବରଗଡ଼ - ମନୋହର ଦାଶ:----
ମହିମା ଧର୍ମର ମହାନ ଦର୍ଶନ, ଆଧ୍ୟାତ୍ମିକ ଚେତନା ଓ ସମାଜ ସଂସ୍କାରର ବାର୍ତ୍ତାକୁ ନେଇ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଗୋପପୁର ମହିମା ଆଶ୍ରମ ପରିସରରେ ଗୁରୁବାର ଏକ ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସାଧୁସନ୍ଥ, ମହିମା ଧର୍ମାବଲମ୍ବୀ, ଭକ୍ତ, ଶିକ୍ଷାବିତ୍, ସାହିତ୍ୟିକ, ସାମାଜିକ କର୍ମୀ ଓ ବିଭିନ୍ନ ବର୍ଗର ଶ୍ରଦ୍ଧାଳୁଙ୍କ ସମାଗମରେ ଆଶ୍ରମ ପରିସର ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଥିଲା । ପ୍ରତିବର୍ଷ ଭଳି ଚଳିତ ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ ଅବସରରେ ଦ୍ଵି ଦିବସୀୟ ଯଜ୍ଞ ତଥା ମହିମା ମହାପ୍ରଭୁଙ୍କ ବାର୍ଷିକ ନବାନ୍ନ ମହୋତ୍ସବ ଆୟୋଜିତ ହେଉଛି । ଏହି ଅବସରରେ ଆଶ୍ରମ ପରିସରରେ ଏକ ଧାର୍ମିକ ସଭା ଆୟୋଜିତ ହୋଇଥିଲା । ମହିମା ଧର୍ମର ମାନବବାଦୀ ଦର୍ଶନ, ସତ୍ୟ, ତ୍ୟାଗ, ସଂଯମ ଓ ସମାନତାର ବାର୍ତ୍ତାକୁ ସମାଜରେ ଅଧିକ ବ୍ୟାପକ କରିବା ନେଇ ଏହି ଧାର୍ମିକ ସମାବେଶରେ ବିସ୍ତୃତ ଆଲୋଚନା ହୋଇଥିଲା । ମହିମା ଧର୍ମ କେବଳ ଏକ ଧାର୍ମିକ ପରମ୍ପରା ନୁହେଁ, ବରଂ ମାନବୀୟ ମୂଲ୍ୟବୋଧ, ସାମାଜିକ ସମାନତା ଓ ଆତ୍ମଶୁଦ୍ଧିର ଏକ ମହାନ ଜୀବନଦର୍ଶନ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ସଭାରେ ସାଧୁ ନରସିଂହ ଦାସ ସଭାପତିତ୍ୱ କରିଥିବାବେଳେ ଅଧ୍ୟାପକ ସୁଶାନ୍ତ ମିଶ୍ର ସଭା ପରିଚାଳନା କରିଥିଲେ । ‘ସମ୍ବାଦ’ ଟ୍ରଷ୍ଟ ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିମା ଧର୍ମର ଆଧ୍ୟାତ୍ମିକ ଓ ସାମାଜିକ ଦର୍ଶନ ଉପରେ ଆଲୋକପାତ କରିଥିଲେ । ମଣିଷ ନିଜ ମାଆ, ମାଟିକୁ ସମ୍ମାନ ଦେଇ, ମନୋବଳ ଜାଗ୍ରତ କରିବା ଆବଶ୍ୟକ ରହିଛି । ନିଶା ଠାରୁ ଦୂରେଇବା ସହ ନିର୍ଭୀକ ଓ ନିରହଂକାରୀ ଜୀବନ ଯାପନ ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବା ହିଁ ସମୟର ଆହ୍ୱାନ ବୋଲି ମୁଖ୍ୟ ଅତିଥି ଶ୍ରୀମାନ ପଟ୍ଟନାୟକ କହିଥିଲେ । ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗଦାନ କରି ପ୍ରକୃତି ସୁରକ୍ଷା ସହିତ ଧର୍ମ ସଂସ୍କୃତିର ସୁରକ୍ଷା ଦିଗରେ ବକ୍ତବ୍ୟରେ ଗୁରୁତ୍ୱ ଆରୋପ କରିଥିଲେ । ସମାଜ ସଂସ୍କାର ପାଇଁ ସାଧୁ ନୃସିଂହ ଦାସଙ୍କ ନିଷ୍ଠା ଓ ସମର୍ପଣ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ସେହିପରି ନୂଆପଡ଼ାର ପୂର୍ବତନ ବିଧାୟକ ବସନ୍ତ ପଣ୍ଡା ବରେଣ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ମୁନି ମନିଶିଙ୍କ ସଂସ୍କୃତି ହିଁ ଭାରତୀୟ ସଂସ୍କୃତି ଅଟେ । ପ୍ରତିକୂଳ ପରିବେଶରୁ ସାଧନା କରୁଥିବା ଏଭଳି ସାଧୁ ସନ୍ଥ ହିଁ ପରିବର୍ତ୍ତନ ଆଣିବାରେ ସହାୟକ ହେବେ ବୋଲି କହିଥିଲେ । ସେହିପରି ଶିକ୍ଷାବିତ୍ ଡ. ବାଞ୍ଛାନିଧି ପଣ୍ଡା, ପ୍ରଫୁଲ୍ଲ ପାଣିଗ୍ରାହୀ, ଲେଖରାମ ଚନ୍ଦ୍ରକାର, ସନ୍ଦୀପ ବାବୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହିମା ଧର୍ମର ମହତ୍ତ୍ୱ ଓ ଏହାର ଆଦର୍ଶକୁ ନୂତନ ପିଢ଼ି ମଧ୍ୟରେ ପହଞ୍ଚାଇବାର ଆବଶ୍ୟକତା ଉପରେ ମତ ରଖିଥିଲେ । ଏହି ଅବସରରେ ମହିମା ଧର୍ମର ଭାବଧାରା ଓ ଆଧ୍ୟାତ୍ମିକ ଚେତନାକୁ ନେଇ ପ୍ରକାଶିତ ‘ମହିମା ଜ୍ୟୋତି’ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ପୁସ୍ତକଟି ମହିମା ଧର୍ମର ମହାନ ଚିନ୍ତାଧାରା, ଆଦର୍ଶ ଓ ଆଧ୍ୟାତ୍ମିକ ବାର୍ତ୍ତାକୁ ଜନ ମାନସରେ ପହଞ୍ଚାଇବାରେ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରୟାସ ବୋଲି ଅତିଥିମାନେ ଅଭିହିତ କରିଥିଲେ । ବିରାଟ ଜନସମାଗମ ଓ ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ଏହି ସମାବେଶ ମହିମା ଧର୍ମର ଏକତା, ଆଧ୍ୟାତ୍ମିକ ଜାଗରଣ ଓ ସାମାଜିକ ସଂହତିର ଅନନ୍ୟ ଦୃଷ୍ଟାନ୍ତ ସୃଷ୍ଟି କରିଥିଲା । ସାଧୁ ନୃସିଂହ ଦାସ, ସାଧୁ ମାଖନ ଦାସଙ୍କ ସମେତ ସମସ୍ତ ଆଶ୍ରମ ବାସୀ, ସ୍ଥାନୀୟ ଅଞ୍ଚଳବାସୀ, ଭକ୍ତବୃନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

News Comment

You Might Also Like

BACK TO TOP