Breaking
News
Breaking
News
28-Aug-2026
୧୨୦ ଜଣ ଭଉଣୀଙ୍କ ଅଭିନବ ସଂକଳ୍ପ ଭାଇମାନଙ୍କୁ ନିଶାମୁକ୍ତ ରଖିବାକୁ
ଓଡିଶା ଜନ ମତ ବ୍ୟୁରୋ ,
ରାଖୀର ପବିତ୍ର ସୂତାରେ ଭାଇ-ଭଉଣୀଙ୍କ ସମ୍ପର୍କ ଯୋଡ଼ିବା ସହ ନିଶା ବିରୋଧରେ ଏକ ଦୃଢ଼ ସାମାଜିକ ବାର୍ତ୍ତା ଦେଇଛି ତେନ୍ତଲାମାଲ ଗ୍ରାମ ରକ୍ଷାବନ୍ଧନ ଅବସରରେ ପାକେଲପଡ଼ା ପଞ୍ଚାୟତର ତେନ୍ତଲାମାଲ ଗ୍ରାମର ରାଖୀର ପବିତ୍ର ସୂତାରେ ଭାଇ-ଭଉଣୀଙ୍କ ସମ୍ପର୍କ ଯୋଡ଼ିବା ସହ ନିଶା ବିରୋଧରେ ଏକ ଦୃଢ଼ ସାମାଜିକ ବାର୍ତ୍ତା ଦେଇଛି ତେନ୍ତଲାମାଲ ଗ୍ରାମ। ରକ୍ଷାବନ୍ଧନ ଅବସର ରେ ପାକେଲପଡ଼ା ପଞ୍ଚାୟତର ତେନ୍ତଲାମାଲ ଗ୍ରାମରେ ଆୟୋଜିତ ରକ୍ଷାବନ୍ଧନ ଓ ନିଶା ନିବାରଣ ଅଭିଯାନରେ ୧୨୦ ଭାଇ ନିଶାଦ୍ରବ୍ୟଠାରୁ ଦୂରେଇ ରହିବାକୁ ଶପଥ ନେଇଛନ୍ତି।
ସମାଜସେବୀ ତଥା ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ରୂପେଶ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଲଇକେରା ଥାନାଧିକାରୀ କୃଷ୍ଣଚନ୍ଦ୍ର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶା ମୁକ୍ତ ସମାଜ ଗଠନ ପାଇଁ ଏଭଳି ସଚେତନତାମୂଳକ ପଦକ୍ଷେପ ର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ନିଶା କେବଳ ଜଣେ ବ୍ୟକ୍ତିର ଜୀବନକୁ ନଷ୍ଟ କରେ ନାହିଁ, ଏହା ପରିବାରର ଶାନ୍ତି ଓ ସମାଜର ଶୃଙ୍ଖଳାକୁ ମଧ୍ୟ ପ୍ରଭାବିତ କରେ ବୋଲି ସେ ନିଜ ବକ୍ତବ୍ୟ ରେ କହିଥିଲେ।
ମୁଖ୍ୟବକ୍ତା ଲଇକେରା ଗୋଷ୍ଠୀ ଶିକ୍ଷାଧିକାରୀ ହିମାଂଶୁ ବାଗ ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ପରିବାର, ଶିକ୍ଷାନୁଷ୍ଠାନ ଓ ସମାଜର ମିଳିତ ପ୍ରୟାସ ଆବଶ୍ୟକ ବୋଲି କହିବା ସହିତ ଏଭଳି ଏକ ନିଆରା ପ୍ରାୟାସ କୁ ଧନ୍ୟବାଦ ଦେଇଥିଲେ। ସମ୍ମାନିତ ଅତିଥି ପାକେଲପଡ଼ା ଗୌନ୍ତିଆ ପ୍ରତାପ ପ୍ରଧାନ, ସମବାୟ ସମିତି ସଭାପତି ଅଜିତ ପଟେଲ ଓ କୀର୍ତ୍ତନ ଗୁରୁ ହେମସାଗର ପ୍ରଧାନ ମଧ୍ୟ ନିଶା ବିରୋଧରେ ସଚେତନତାର ଆବଶ୍ୟକତା ଉପରେ ମତ ରଖିଥିଲେ।
କାର୍ଯ୍ୟକ୍ରମରେ ୧୨୦ ଜଣ ଭଉଣୀ ୧୨୦ ଜଣ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ନିଶାଦ୍ରବ୍ୟ ସେବନ ନ କରିବା ଏବଂ ନିଶାମୁକ୍ତ ଜୀବନ ବିତାଇବା ପାଇଁ ଶପଥ କରାଇଥିଲେ। ଭାଇଙ୍କ ହାତରେ ବନ୍ଧା ହୋଇଥିବା ରାକ୍ଷୀ ଏଥର କେବଳ ସୁରକ୍ଷାର ପ୍ରତୀକ ନୁହେଁ, ବରଂ ନିଶା ବିରୋଧରେ ଏକ ଦୃଢ଼ ସଂକଳ୍ପର ପ୍ରତୀକ ପାଲଟିଥିଲା। ଏହି ସଂକଳ୍ପକୁ ଆହୁରି ସୁଦୃଢ଼ କରିବାକୁ ଆସନ୍ତା ବର୍ଷ ପୁନର୍ବାର ଏହି ଗ୍ରାମରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ କରାଯିବ। ଏହି ଏକ ବର୍ଷ ମଧ୍ୟରେ ଯେଉଁ ଭାଇ ନିଶାଦ୍ରବ୍ୟଠାରୁ ଦୂରେଇ ରହିଥିବାର ପ୍ରମାଣ ତାଙ୍କ ଭଉଣୀ ଦେବେ, ସେହି ଭାଇ-ଭଉଣୀଙ୍କୁ ପୁରସ୍କୃତ କରାଯିବ ବୋଲି ଅତିଥି ମାନେ ଘୋଷଣା କରିଥିଲେ। ଏହି ଘୋଷଣା ନିଶା ଛାଡ଼ିବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତାର ବାତାବରଣ ସୃଷ୍ଟି କରିଛି।ଏହି ସଭାକୁ ଲକ୍ଷ୍ମଣ କିସାନ ଓ ରୂପେଶ ଅଗ୍ରୱାଲ ପରିଚାଳନା କରିଥିବା ବେଳେ ଅଶୋକ କିସାନ, କପିଳ କିସାନ, ଜଗବନ୍ଧୁ କିସାନ, ଭୁବନେ କିସାନଙ୍କ ସମେତ ଗ୍ରାମର ଯୁବକ-ଯୁବତୀମାନେ ସହଯୋଗ କରିଥିଲେ। “ରାକ୍ଷୀର ବନ୍ଧନ ହେଉ ନିଶା ବିରୋଧରେ ପ୍ରତିଜ୍ଞା—ଭାଇ ନିଶାମୁକ୍ତ ରହିଲେ ହିଁ ପରିବାର ହସିବ, ସମାଜ ସୁସ୍ଥ ହେବ।”ବୋଲି ନାରା ରେ କମ୍ପିଥିଲା ସାରା ଗ୍ରାମ।
BACK TO TOP