Breaking
News
Breaking
News
28-Aug-2026
ମଞ୍ଚରେ ଅସୁସ୍ଥ ହେଲେ ପୀୟୁଷ, ବନ୍ଦ ହୋଇଗଲା ଯାତ୍ରା ମଞ୍ଚ |
ଓଡିଶା ଜନ ମତ ବ୍ୟୁରୋ,
ଜଲିଉଡ ର ନାମୀ ଦାମୀ ଖଳନାୟକ ଅଭିନେତା ଭାବେ , ଏବଂ ଯାତ୍ରା ଜଗତରେ ଚହଳ ପକାଉଥିବା ଓ ଦର୍ଶକ ଙ୍କୁ ନିଜର ଅଭିନୟ ରେ ବାନ୍ଧି ରଖିଥିବା ପିୟୁସ ତ୍ରିପାଠୀ ଏକ ଯାତ୍ରା ମଞ୍ଚରେ ଅସୁସ୍ଥ ହୋଇ ପଡ଼ିଥିଲେ |ଚାଲିଥିଲା ଯାତ୍ରା। ହଠାତ୍ ହେଲା ବନ୍ଦ। ଯାତ୍ରା ପରିବେଷଣ ବେଳେ ଅସୁସ୍ଥ ହେଲେ ଲୋକପ୍ରିୟ ଅଭିନେତା ପୀୟୁଷ ତ୍ରିପାଠୀ। ସେ ମୁଣ୍ଡ ବୁଲାଇ ମଞ୍ଚରଉପରେ ପଡ଼ିଯାଇଥିବା ଜଣାପଡ଼ିଛି। ଦେବଗଡ଼ ଜିଲା ବାରକୋଟ ବ୍ଲକ ବାସୁପାଲି ଗାଁରେ ଯାତ୍ରା ସିଂହବାହିନୀର ନାଟକ ପରିବେଷଣ ବେଳେ ପୀୟୁଷ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି।ତେବେ ଏହି ଖବର ଶୁଣି ପିୟୁଷ ଙ୍କ ଫେନ ମାନେ ଦୁଃଖ ଅନୁଭବ କରୁଥିଲା ବେଳେ ସେ ସୁସ୍ଥ ହୋଇଥିବା ଶୁଣି ବହୁତ ଖୁସି ବ୍ୟକ୍ତ କରିଛନ୍ତି ||
BACK TO TOP