Breaking News

ନାବାଳିକା ମାନଙ୍କୁ ରେଳ ଲାଇନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଅଭିଯୋଗ |    (29-Nov-2026)       ||      ସୁଳୀ ପଦର ମା ମଙ୍ଗଳା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ପୂଜାରୀ ମହାସଂଘ ରବୈଠକ ଓ ବନ୍ଧୁ ମିଳନ ||   (29-Nov-2026)       ||      ପୋଲସରା ଗୌରୀ ଆମ୍ମା ଯାତ୍ରାରେ ଛାତ୍ର ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ ||   (29-Nov-2026)       ||      ଭାମଶିଆଳି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ |    (28-Nov-2026)       ||      ପରିବେଶ ସୁରକ୍ଷା ନିମନ୍ତେ ନୂଆଦିଲ୍ଲୀ ରେ ଜାତୀୟ ସମ୍ମିଳନୀ ରେ ସମ୍ମାନିତହେଲେ ବରଗଡ଼ ସାଂସଦ |   (28-Nov-2026)       ||      2026-27,ନିମନ୍ତେ ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ |    (28-Nov-2026)       ||      କାଦୁଅ ପଡା ସରସ୍ବତୀ ଶିଶୁମନ୍ଦିର ର ପ୍ରିୟାଂଶି ପ୍ରିୟଦର୍ଶନୀ ତୃତୀୟ ଶ୍ରେଣୀ ମେଧା ବୃତ୍ତି ତାଲିକାରେ ସଫଳ |   (27-Nov-2026)       ||      ଦାଦନ ଖଟିବାକୁ ତାମିଲନାଡୁ ଯାଇ ସର୍ପା ଘାତ ରେ ଯୁବକ ମୃତ ||   (27-Nov-2026)       ||      ସମ୍ବର ଶିକାର ପାଈଁ ବିଦ୍ୟୁତ ଫାସ ପକାଇ ଦୁଇ ଅଭିଯୁକ୍ତ ଗିରଫ ||   (27-Nov-2026)       ||      ଗୌରୀ ଆମ୍ମା ଯାତ୍ରା ପାଈଁ ଶାନ୍ତି ଶୃଙ୍ଖଳା ଟ୍ରାଫିକ ପାଈଁ ଜନସାଧାରଣ ଙ୍କୁ ପୋଲିସ ର ନିବେଦନ |   (27-Nov-2026)       ||      ଛାୟା ସାମ୍ବାଦିକ ଙ୍କ ଯୋଗୁଁ ନିନ୍ଦିତ ହେଉଛନ୍ତି ପ୍ରକୃତ ସାମ୍ବାଦିକ ||   (26-Nov-2026)       ||      ବର୍ତ୍ତନୀ ଗ୍ରାମ ରେ ରାଜ୍ୟସ୍ତରୀୟ ତ୍ରୀ ଦିବସୀୟ କବାଡି ପ୍ରତିଯୋଗିତା ର ଶୁଭାରମ୍ଭ |    (26-Nov-2026)       ||      ପୂଜାରୀ ବମ୍ବୁ ଗ୍ରାମରେ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ |   (25-Nov-2026)       ||      ଲିଙ୍ଗ ଭିତିକ ହିଂସା ବିରୋଧରେ 16ଦିନର ଅଭିଯାନ ର ଶୁଭାରମ୍ଭ |    (25-Nov-2026)       ||      ଦେବଗିରି ରେ ଜଗନ୍ନାଥ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼ |    (25-Nov-2026)       ||      ଶୈବ ପୀଠ ଅମରେଶ୍ୱର ଠାରେ କାର୍ତ୍ତିକ ପୁର୍ଣିମା ରେ ଭକ୍ତ ଙ୍କ ପ୍ରବଳ ଜନ ସମାଗମ |    (25-Nov-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦୟାରେ ଆନିକେଟ ହେଲେ ଉପକୃତ ହେବେ ପୁରୁଷୋତ୍ତମପୁର ଅଞ୍ଚଳ ବାସୀ ||   (24-Nov-2026)       ||      ବଙ୍ଗୋମୁଣ୍ଡା ଅଘଟଣ ପରେ ବରଗଡ଼ ଧନୁଯାତ୍ରା କୁ ହାତୀଚିନ୍ତା |    (24-Nov-2026)       ||      ପୋଖରୀ ପାହାଚ ରେ ଗୋଡ଼ ଖସି ଯିବାରୁ ଯୁବକ ମୃତ |    (24-Nov-2026)       ||      ଅଟୋ ଓଲଟି ବାରୁ 4ଜଣ ଙ୍କ ମଧ୍ୟରୁ ମେଡିକାଲ ରେ ଜଣେ ମୃତ |    (24-Nov-2026)       ||     

ରାୟଗଡା ରେ ଡିସେମ୍ବର 26ରୁ 30ଯାଏଁ ଜମିବ ଚଇତି ଆସର ||

15-Nov-2026

ଡିସେମ୍ବର ୨୬ରୁ ୩୦ ଯାଏଁ ରାୟଗଡ଼ରେ ଜମିବ ଚଇତି-୨୦୨୬ର ଆସର; ଡିସେମ୍ବର ୭ରେ ଚାଟିକଣା ଶୈବପୀଠ ଠାରୁ ହେବ ଶୁଭାରମ୍ଭ

ଓଡିଶା ଜନମତ ରାୟଗଡ଼,କାମେଶ୍ୱର କରକରିଆ):- ---

ରାୟଗଡ଼ ମାଟିର ମହକ, ଆଦିବାସୀ କଳା-ସଂସ୍କୃତିର ଝଲକ, ପାରମ୍ପରିକ ଲୋକନୃତ୍ୟ ଓ ଲୋକକଳାର ଅପୂର୍ବ ସମ୍ଭାରକୁ ନେଇ ପୁଣିଥରେ ଜମିବ ଚଇତିର ମହାକୁମ୍ଭ। ରାୟଗଡ଼ ଜିଲ୍ଲାର ଗଣପର୍ବ ତଥା ସାଂସ୍କୃତିକ ମହାମିଳନ ଚଇତି-୨୦୨୬ ଚଳିତ ବର୍ଷ ଡିସେମ୍ବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ରାୟଗଡ଼ସ୍ଥିତ ଜିଆଇଏସିଆର୍ (GIACR) ପଡ଼ିଆଠାରେ ମହାସମାରୋହରେ ଆୟୋଜିତ ହେବାକୁ ଯାଉଛି। ଏହାର ପ୍ରାରମ୍ଭିକ ପର୍ବ ତଥା ବ୍ଲକସ୍ତରୀୟ ଚଇତି ଉତ୍ସବ ଡିସେମ୍ବର ୭ ତାରିଖରେ ପ୍ରସିଦ୍ଧ ଚାଟିକଣା ଶୈବପୀଠରୁ ଶୁଭାରମ୍ଭ ହେବ। ଏହି ମହୋତ୍ସବ ମାଧ୍ୟମରେ ରାୟଗଡ଼ ଜିଲ୍ଲାର ସମୃଦ୍ଧ ଆଦିବାସୀ ଐତିହ୍ୟ, ପରମ୍ପରା, କଳା ଓ ସଂସ୍କୃତିକୁ ଏକ ବ୍ୟାପକ ମଞ୍ଚରେ ପ୍ରଦର୍ଶିତ କରିବା ସହ ଜିଲ୍ଲାର ସାଂସ୍କୃତିକ ପରିଚୟକୁ ଆହୁରି ଉଜ୍ଜ୍ୱଳ କରିବାର ପ୍ରୟାସ କରାଯିବ। ଚଇତି-୨୦୨୬ର ସଫଳ, ଆକର୍ଷଣୀୟ ଓ ସୁବ୍ୟବସ୍ଥିତ ଆୟୋଜନ ନିମନ୍ତେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାୟଗଡ଼ ବିଧାୟକ ଶ୍ରୀ ଅପ୍ପଲା ସ୍ୱାମୀ କାଡ୍ରାକା ଯୋଗଦେଇ ଚଇତି ମହୋତ୍ସବକୁ ଜନସାଧାରଣଙ୍କ ମହୋତ୍ସବ ଭାବେ ଗଢ଼ିତୋଳିବା ଦିଗରେ ନିଜର ମତାମତ ଓ ପରାମର୍ଶ ରଖିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ୱତୀ ମାଝୀ, ଏସ୍‌ଡିସି ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର, ଏସ୍‌ଡିସି ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିଣିଆକା ଏବଂ ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟ୍ଟନାୟକ ଏହି ବୈଠକରେ ଉପସ୍ଥିତ ରହିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ), ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ, ଗୁଣପୁର ଉପଜିଲ୍ଲାପାଳ, ପୋଲିସ ବିଭାଗର ଅଧିକାରୀ, ସମାଜସେବୀ, ବୁଦ୍ଧିଜୀବୀ, ଆଇନଜୀବୀ, ବିଭିନ୍ନ ସଂଘର କର୍ମକର୍ତ୍ତା, ସମସ୍ତ ପୌରପରିଷଦ କାଉନସିଲର, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ସମସ୍ତ ବିଡିଓ ଓ ତହସିଲଦାରଙ୍କ ସମେତ ବହୁ ଜନସାଧାରଣ ଯୋଗଦେଇଥିଲେ। ବୈଠକରେ ଚଇତି ମହୋତ୍ସବକୁ ଅଧିକ ଆକର୍ଷଣୀୟ, ଶୃଙ୍ଖଳିତ ଓ ସର୍ବାଙ୍ଗୀନ ଭାବେ ସଫଳ କରିବା ନିମନ୍ତେ ବିଭିନ୍ନ ପ୍ରସ୍ତୁତି ଓ ଆୟୋଜନ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ମହୋତ୍ସବରେ ଅତିଥି ଓ କଳାକାରଙ୍କ ରହଣି, ଯାତାୟାତ, ପାର୍କିଂ, ସୁରକ୍ଷା, ଆଲୋକୀକରଣ, ମଞ୍ଚ ପରିଚାଳନା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକକଳା, ଲୋକନୃତ୍ୟ ଓ ପାରମ୍ପରିକ ସାଂସ୍କୃତିକ ପରିବେଷଣକୁ ମଞ୍ଚ ପ୍ରଦାନ କରିବା ସହ ଡଙ୍ଗରିଆ ଜନଜାତିଙ୍କ ସ୍ୱତନ୍ତ୍ର ଜୀବନଶୈଳୀ, ପାରମ୍ପରିକ କଳା ଓ ସଂସ୍କୃତିକୁ ମହୋତ୍ସବରେ ପ୍ରମୁଖ ଆକର୍ଷଣ ଭାବେ ଉପସ୍ଥାପନ କରିବା ନେଇ ଆଲୋଚନା ହୋଇଥିଲା। ଏଥିସହ ବିଭିନ୍ନ ପ୍ରତିଯୋଗିତା, ଲୋକକଳା ପ୍ରଦର୍ଶନୀ ଓ ଅନ୍ୟାନ୍ୟ ଆକର୍ଷଣୀୟ କାର୍ଯ୍ୟକ୍ରମ ଆୟୋଜନ, କଳାକାରମାନଙ୍କୁ ପ୍ରୋତ୍ସାହନ ଓ ପୁରସ୍କାର ପ୍ରଦାନ ତଥା ବିଭିନ୍ନ ଦାୟିତ୍ୱ ନିର୍ବାହ ପାଇଁ କମିଟି ଗଠନ ସମ୍ପର୍କରେ ମଧ୍ୟ ମତବିନିମୟ ହୋଇଥିଲା। ଚଇତି କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ରାୟଗଡ଼ ଜିଲ୍ଲାର ସାଂସ୍କୃତିକ ଏକତା, ଐତିହ୍ୟ ଓ ଗୌରବର ପ୍ରତୀକ। ଏହା ମାଧ୍ୟମରେ ଜିଲ୍ଲାର ପର୍ଯ୍ୟଟନ ସମ୍ଭାବନା, ସ୍ଥାନୀୟ କଳାକାର ଓ ଲୋକସଂସ୍କୃତିକୁ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ କରାଇବା ଦିଗରେ ମଧ୍ୟ ସୁଯୋଗ ସୃଷ୍ଟି ହେବ। ଜିଲ୍ଲାର ସମସ୍ତ ବିଭାଗ, ଜନପ୍ରତିନିଧି, ସାଂସ୍କୃତିକ ଅନୁଷ୍ଠାନ, ବୁଦ୍ଧିଜୀବୀ, କଳାକାର ଓ ସାଧାରଣ ଜନତାଙ୍କ ସକ୍ରିୟ ସହଯୋଗରେ ଚଇତି-୨୦୨୬କୁ ଏକ ଅବିସ୍ମରଣୀୟ ଜନମହୋତ୍ସବରେ ପରିଣତ କରିବା ନିମନ୍ତେ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

News Comment

You Might Also Like

BACK TO TOP