Breaking News

ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||     

4ଦଶନ୍ଧି ଧରି ଅସୁବିଧା ରେ ଥିବା ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ କଲେ ମୁଖ୍ୟମନ୍ତ୍ରୀ ||

28-Aug-2026

ଛେଲିଗଡ଼ ବିସ୍ଥାପିତ ପରିବାର ଙ୍କ ପାଇଁ ଖୁସି, ୭୫.୬୦ କୋଟିର ପ୍ୟାକେଜ୍ ଓ 112 ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ,

ଏବଂ ଗଞ୍ଜାମ ରେ ଚାରି ଦଶନ୍ଧି ର ସ୍ଥାୟୀ ସମାଧାନ କଲେ  ମୁଖ୍ୟମନ୍ତ୍ରୀ |

ଓଡିଶା ଜନ ମତ ବ୍ୟୁରୋ,

ଗଞ୍ଜାମ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିସ୍ଥାପିତ ପରିବାରଙ୍କ ପାଇଁ ବଡ଼ ସହାୟତା ପ୍ୟାକେଜ୍‌ ଘୋଷଣା ସହ ଘର ଓ ଜମି ପଟ୍ଟା ବଣ୍ଟନ କରିଛନ୍ତି । 
ଗଞ୍ଜାମ ଗସ୍ତ ଅବସରରେ ବିସ୍ଥାପିତଙ୍କ ପାଇଁ ଏକ ବଡ଼ ଆର୍ଥିକ ସହାୟତା ପ୍ୟାକେଜ୍‌ ଏବଂ ଘରବାରି ପଟ୍ଟା ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆ ଗୋଳାବନ୍ଧଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ ଦୀର୍ଘ ୪ ଦଶନ୍ଧି ଧରି ଲାଗି ରହିଥିବା ଜଟିଳ ବିସ୍ଥାପିତ ସମସ୍ୟାର ସ୍ଥାୟୀ ସମାଧାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧,୩୭୧ଟି ବିସ୍ଥାପିତ ପରିବାର ପାଇଁ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଏଁ ମୋଟ ୭୫.୬୦ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ୟାକେଜ୍ ଘୋଷଣା କରିବା ସହ ୧,୦୦୮ଟି ନୂତନ ବାସଗୃହ ପ୍ରଦାନ କରିଛନ୍ତି । ଏହାବ୍ୟତୀତ ଛେଳିଗଡ଼ ଜଳସେଚନ ପ୍ରକଳ୍ପର ୧୧୨ଟି ବିସ୍ଥାପିତ ପରିବାରକୁ ଘରବାରି ଏବଂ ଚାଷଜମିର ପଟ୍ଟା ପ୍ରଦାନ କରାଯାଇଛି ।
ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କ ଉପରେ ତୀବ୍ର ବର୍ଷିଥିଲେ । ସେ କହିଥିଲେ ଯେ, ବିଗତ ୨୪ ବର୍ଷ ଧରି ପୂର୍ବ ସରକାର ଗଞ୍ଜାମକୁ ନିଜର ଅଭେଦ୍ୟ ଦୁର୍ଗ ଭାବି ଲୋକଙ୍କ ମୌଳିକ ସମସ୍ୟା ଓ ଭବିଷ୍ୟତକୁ ସରକାରୀ ଫାଇଲ ତଳେ ଚାପି ରଖିଥିଲେ । କିନ୍ତୁ ବର୍ତ୍ତମାନର ବିଜେପି ଡବଲ ଇଞ୍ଜିନ୍ ସରକାର ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ପ୍ରତ୍ୟେକଟି ସମସ୍ୟାର ସ୍ଥାୟୀ ନିରାକରଣ କରୁଛି । ଏହି ଅବସରରେ ଜିଲ୍ଲାରେ ସାମୁଦ୍ରିକ ଅର୍ଥନୀତିର ବିକାଶ ପାଇଁ ଅର୍ଜିପଲ୍ଲୀ ବନ୍ଦରର ନବୀକରଣ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ୨୮ଟି ନୂତନ ‘ଫିସ୍ ଲ୍ୟାଣ୍ଡିଂ ସେଣ୍ଟର’ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ଦୀର୍ଘ ବର୍ଷ ଧରି ସ୍ଥାୟୀ ପକ୍କା ଘର ଓ ଜମି ପଟ୍ଟା ନଥିବାରୁ ଗୋଳାବନ୍ଧ ଓ ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତ ପରିବାରଗୁଡ଼ିକ ଖରା, ବର୍ଷା ଓ ଶୀତରେ ଚରମ ଦୁର୍ଦ୍ଦଶା ଭୋଗୁଥିଲେ । ବାସହୀନତା ଯୋଗୁଁ ପିଲାମାନଙ୍କ ପାଠପଢ଼ା ଓ ଭବିଷ୍ୟତ ମଧ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଥିଲା । ଏବେ ସରକାରଙ୍କ ତରଫରୁ ପକ୍କା ଘର, ଆର୍ଥିକ ସହାୟତା ଏବଂ ଜମି ପଟ୍ଟା ମିଳିବା ପରେ ବିସ୍ଥାପିତ ପରିବାରଗୁଡ଼ିକ ମଧ୍ୟରେ ଉତ୍ସାହ ଓ ଖୁସିର ଲହରୀ ଖେଳିଯାଇଛି । ଅନ୍ୟପକ୍ଷରେ, ବର୍ତ୍ତମାନ ସୁଦ୍ଧା ସୁବିଧାରୁ ବଞ୍ଚିତ ରହିଯାଇଥିବା ବାକି ବିସ୍ଥାପିତ ପରିବାରଗୁଡ଼ିକୁ ମଧ୍ୟ ଅବିଳମ୍ବେ ପଟ୍ଟା ପ୍ରଦାନ କରିବାକୁ ସ୍ଥାନୀୟ ହିତାଧିକାରୀମାନେ ଅନୁରୋଧ କରିଛନ୍ତି ।
ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ଏବଂ ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ମଞ୍ଚାସୀନ ଥିଲେ । ଏହାସହ ଗଞ୍ଜାମ ଓ ଗଜପତି ଜିଲ୍ଲାର ବହୁ ବିଧାୟକ, ପ୍ରଶାସନିକ ଅଧିକାରୀ ଏବଂ ହଜାର ହଜାର ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଏହି ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କରିଥିଲେ | ଏହା ସହ ପ୍ରଶାସନିକ ଅଧିକାରୀ ଏସପି  ମଧ୍ୟ ଉପସ୍ଥିତ ଥିଲେ |ତେବେ  ବ୍ରହ୍ମପୁର ସାଂସଦ ଙ୍କ ମୁଖ୍ୟମନ୍ତ୍ରୀ ଙ୍କୁ ଗଞ୍ଜାମ ଜିଲ୍ଲା ର ବହୁ ଅସୁବିଧା କଥା  ଚିଠି ଲେଖି ଜଣାଇ ଥିବା ପରେ କିଛି ମାତ୍ରା ରେ ମୁଖ୍ୟମନ୍ତ୍ରୀ   ସାଂସଦ ଙ୍କ କଥା କୁ ଶୁଣି  ପୁର୍ଣ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ ଗଞ୍ଜାମ ଜିଲ୍ଲା ତରଫରୁ ବହୁତ କୃତଜ୍ଞତା ଜଣାଇ ଛନ୍ତି  | ତେବେ ଅନ୍ୟ ସମସ୍ୟା ଗୁଡିକ ପୂରଣ କରି ଗଞ୍ଜାମ ଜିଲ୍ଲା ଯାହାକି ରାଜନୀତିରେ ଏକ ନୁଆଁ ଚମକ ସୃଷ୍ଟି କରିଛି ଏବଂ କରିବ  ତାକୁ ମନେ ରଖିବାକୁ  ରାଜନୈତିକ ସମୀକ୍ଷକ ମାନେ ମତ ଦେଇଛନ୍ତି |

News Comment

You Might Also Like

BACK TO TOP