Breaking News

ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||     

ପ୍ରେମିକ ସହ ଚାଲିଗଲା ସ୍ତ୍ରୀ, ଯେତେ ବୁଝାଇଲେ ଘରକୁ ଆସିବାକୁ ମନାକଲା | ତେବେ ଜାଣନ୍ତୁ ସ୍ୱାମୀର ପ୍ରତିକ୍ରିୟା ||

01-Aug-2026

ପ୍ରେମିକ ସହ ବିବାହ କରାଇଦେଲେ ସ୍ୱାମୀ,   ଯେବେ ଘରକୁ ଫେରିବାକୁ  ମନା କଲାସ୍ତ୍ରୀ |

ଓଡିଶା ଜନ ମତ  ବ୍ୟୁରୋ,

ସ୍ୱାମୀଙ୍କ ମହନୀୟତା ଆଗରେ ଛୋଟ ହୋଇଗଲା ଦଶଦିଗ ପାଳ, ଅଗ୍ନି କୁ ସାକ୍ଷୀ ରଖି ବିଭା ହୋଇଥିବା ସ୍ତ୍ରୀ  | ସ୍ୱାମୀଙ୍କୁ ଛାଡ଼ି , ଘର ଛାଡ଼ି ଚାଲି ଯାଇଥିବା ଵିଭାହିତ ସ୍ତ୍ରୀ କୁ | ଏପରି ଘଟଣା ଶୁଣିଲେ ଆପଣ ମଧ୍ୟ ହସିବେ ନାଁ କାନ୍ଦିବେ, ନାଁ ଦୁଃଖ ପ୍ରକାଶ କରିବେ, ନାଁ ସ୍ୱାମୀଙ୍କୁ ବାହାବା ଦେବେ | ତେବେ ଆସନ୍ତୁ ଆପଣକୁ ସେହି କାହାଣୀ ବିଷୟରେ ଜଣାଇଦେବୁ | ଉତ୍ତର ପ୍ରଦେଶରେ ଜଣେ ବିବାହିତ ମହିଳା ନିଜ ପ୍ରେମିକଙ୍କ ସହ ଘର ଛାଡ଼ି ଚାଲିଯାଇଥିଲେ। ପରିବାର ଲୋକ ଓ ସ୍ୱାମୀ ତାଙ୍କୁ ଫେରାଇ ଆଣିବାକୁ ଅନେକ ଚେଷ୍ଟା କରିଥିଲେ। ହେଲେ ମହିଳା ଜଣକ ସ୍ୱାମୀଙ୍କ ପାଖକୁ ଫେରିବାକୁ ମନା କରିଦେଇଥିଲେ ଏବଂ ପ୍ରେମିକଙ୍କ ସହ ହିଁ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ପରେ ସ୍ୱାମୀ ଯେଉଁ ନିଷ୍ପତ୍ତି ନେଲେ, ତାହା ଏବେ ସୋସିଆଲ ମିଡିଆଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ପ୍ରେମ ଓ ସମ୍ପର୍କକୁ ନେଇ ସମାଜରେ ପ୍ରତିଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସୁଛି । କେଉଁଠି ପ୍ରେମ ପାଇଁ ପରିବାରରେ ବିବାଦ ସୃଷ୍ଟି ହେଉଛି, ତ ଆଉ କେଉଁଠି ସମ୍ପର୍କର ତିକ୍ତତା ହତ୍ୟାକାଣ୍ଡ ଭଳି ଘଟଣାର ରୂପ ନେଉଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ, ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ସୂଚନା ଅନୁସାରେ, ଉତ୍ତର ପ୍ରଦେଶର ଚନ୍ଦୌଲି ଜିଲ୍ଲାରେ ରହୁଥିବା ଜଣେ ବିବାହିତ ମହିଳା ନିଜ ପ୍ରେମିକଙ୍କ ସହ ଘର ଛାଡ଼ି ହଠାତ ଚାଲିଯାଇଥିଲେ । ପରେ ପରିବାର ପକ୍ଷରୁ ତାଙ୍କୁ ଫେରାଇ ଆଣିବା ଚେଷ୍ଟା କରାଯାଇଥିଲା। କିନ୍ତୁ ମହିଳା ଜଣକ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ଏବଂ ପ୍ରେମିକଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏହା ପରେ ସ୍ୱାମୀ ଏକ ଭିନ୍ନ ପଦକ୍ଷେପ ନେଇଥିଲେ। ପତ୍ନୀ ଘରକୁ ଫେରିବାକୁ ମନା କରିବା ପରେ ସେ ତାଙ୍କ ଇଚ୍ଛାକୁ ସମ୍ମାନ ଦେଇ ପ୍ରେମିକଙ୍କ ସହ ତାଙ୍କ ବିବାହ କରାଇଦେଇଥିଲେ । 
ଏହି ସ୍ୱାମୀଙ୍କ ମହତ କାର୍ଯ୍ୟ ସବୁ ସୋସିଆଲ ମିଡିଆରେଭାଇରଲ ହେଉଛି | ଏବଂ ଏହି ଘଟଣା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି | ଲୋକେ ତାଙ୍କ ସ୍ୱାମୀ ଙ୍କୁ ଧନ୍ୟ, ଧନ୍ୟ କହୁଛନ୍ତି | ସେହିଁ ସ୍ୱାମୀଙ୍କ ନାଁ ଜୀବନନାଥ ରାଜଭର  ସେ ଦିଲ୍ଲୀରେ ୱେଲଡର ଭାବରେ କାମ କରୁଥିବା ବେଳେ, ତାଙ୍କ ପତ୍ନୀ ସରିତା ପିଲାମାନଙ୍କ ସହିତ ଚନ୍ଦୌଲିରେ ରହୁଥିଲେ। ତାଙ୍କ ସ୍ୱାମୀଙ୍କ ଅନୁପସ୍ଥିତିରେ, ୪୫ ବର୍ଷ ବୟସ୍କା ମହିଳା ଜଣକ ଅଜୟ ନାମକ ଜଣେ ବହୁତ କମ୍ ବୟସର ପୁରୁଷଙ୍କ ପ୍ରେମରେ ପଡ଼ିଥିଲେ , ଯିଏ ତାଙ୍କ ବୟସର ପ୍ରାୟ ଅଧା ଥିଲେ ଏବଂ ଟ୍ରେନରେ ବାଦାମ ବିକ୍ରୟ କରି ଜୀବିକା ନିର୍ବାହ କରୁଥିଲେ। ଦୁଇଜଣ ଏକ ଟ୍ରେନ ଯାତ୍ରା ସମୟରେ ଭେଟ ହୋଇଥିଲେ ଏବଂ ପରେ ଦୁହେଁ ପ୍ରେମରେ ପଡିଯାଇଥିଲେ ।ଯେତେବେଳେ ଜୀବନନାଥ ତାଙ୍କ ସ୍ତ୍ରୀଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣିଲେ, ସେବେ ସେ ଏହି ସମ୍ପର୍କକୁ ତୀବ୍ର ବିରୋଧ କରିଥିଲେ । ତଥାପି, ସରିତା ପରେ ପ୍ରେମିକ ଅଜୟଙ୍କ ସହ ପଳାଇ ଯାଇଥିଲା। ଯଦିଓ ଜୀବନନାଥ ତାଙ୍କୁ ଖୋଜିବା ପାଇଁ ବହୁ ଚେଷ୍ଟା କରିଥିଲେ, କିନ୍ତୁ ସେ ବିଫଳ ହୋଇଥିଲେ। ସେ ସରିତାଙ୍କୁ ଘରକୁ ଫେରିଯିବା ପାଇଁ ଅନୁରୋଧ କରିଥିଲେ, କିନ୍ତୁ ସରିତା ଅଜୟ ସହିତ ତାଙ୍କ ଜୀବନ ବିତାଇବା ପାଇଁ ଜିଦ୍ ଧରି ରହିଥିଲେ। ପରବର୍ତ୍ତୀ ସମୟରେ, ଜୀବନନାଥ ସେମାନଙ୍କ ବିବାହ ସ୍ଥିର କରିବାକୁ ନିଷ୍ପତ୍ତି ନେଇଥିଲେ।

News Comment

You Might Also Like

BACK TO TOP