Breaking
News
Breaking
News
26-Dec-2024
ପୁରୁଷୋତ୍ତମପୁର ଅଟୋ ସଂଘ ର ୧୭ ତମ ବାର୍ଷିକ ଅଧିବେଶନ ।
--------------------------------
ପୁରୁଷୋତ୍ତମପୁର - ଶ୍ରୀ ଶ୍ରୀ ମା କନକା ଅଟୋ ମୋବାଇଲ ଏସୋସିଏସନର ୧୭ ତମ ବାର୍ଷିକ ଅଧିବେଶନ ପୁରୁଷୋତ୍ତମପୁର ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ସଂଘ ସଭାପତି ସଞ୍ଜୟ ଗୌଡ଼ ଙ୍କ ପ୍ରତକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଅଧିବେଶନରେ ସଙ୍ଘର ପ୍ରତିଷ୍ଠାତା ସଦସ୍ୟ ତଥା ଉପଦେଷ୍ଟା ଭାସ୍କର ବେହେରା, ପୂର୍ବତନ ସଭାପତି ତଥା ଉପଦେଷ୍ଟା ଅମୂଲ୍ୟ କୁମାର ଦାସ ଅତିଥି ଭବେ ଯୋଗ ଦେଇଥିବା ବେଳେ ସଙ୍ଘର କାର୍ଯ୍ୟକାରୀ ସଭାପତି କେ.ବାଲେଶ୍ଵର ରାଓ, ଉପସଭାପତି ମଧୁ ଗୌଡ଼, ଯୋଗ ଦେଇ ଉପସ୍ଥିତ ଥିବା ପୁରୁଷୋତ୍ତମପୁର ବ୍ଲକ ର ୨୫୦ ରୁ ଉର୍ଦ୍ଧ ଅଟୋ ସଦସ୍ୟ ଙ୍କୁ ସମ୍ବୋଧନ କରିଥିଲେ , ସଂଘର ଶୃଙ୍ଖଳା ଓ ସାମାଜିକ କାର୍ଯ୍ୟକ୍ରମ ଯୋଗୁଁ ସମସ୍ତଙ୍କ ମନରେ ଗ୍ରହଣୀୟ ହୋଇପାରିଛି। ତଥାପି ଆହୁରି ଅନେକ ଶୃଙ୍ଖଳା ଓ ଟ୍ରାଫିକ ନିୟମ ମାନିବା, ଯାତ୍ରୀ ମାନଙ୍କୁ ସମ୍ନାନର ସହ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା, ନଜରରେ କୌଣସି ଦୁର୍ଘଟଣା ଦେଖିବାକୁ ମିଳେ ତେବେ ମାନବିକତା ଦେଖଇ ସାହାଯ୍ୟ କରିବା ପାଇଁ ଆଲୋକ ପାତ କରି ଉତ୍ସାହିତ କରିଥିଲେ । ସଂଘ ସମ୍ପାଦକ ଉଦ୍ଧବ ବେହେରା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ, କୋଷାଧ୍ୟକ୍ଷ ଅରୁଣ କୁମାର ବେହେରା ଆୟବ୍ୟୟର ସମୀକ୍ଷା କରିଥିଲେ । ଦିନ ତମାମ ବର୍ଷା ସତ୍ୱେ ଅଞ୍ଚଳର ସମସ୍ତ ସଦସ୍ୟ ଅଧିବେଶନର ଉପସ୍ଥିତି ହେବା ସଂଘ ର ଏକତାକୁ ପରିଚୟ ଦିଏ ବୋଲି ଅତିଥି ମାନେ ପ୍ରକାଶ କରି ଖୁସି ପ୍ରକଟ କରିଥିଲେ । ଅଟୋ ଷ୍ଟାଣ୍ଡ ପାଇଁ ନୂତନ କାର୍ଯ୍ୟକାର୍ତ୍ତା ଗାନ୍ଧୀ ସେଠି, ଟୁନା ଦାଶ ଙ୍କୁ ଚୟନ କରିଥିଲେ, ଶେଷରେ ସହ ସମ୍ପାଦକ ଜଗନ୍ନାଥ ପାତ୍ର, ଧନ୍ୟ ବାଦ ଅର୍ପଣ କରି ସଭା ସଂଗ କରିଥିଲେ ।
BACK TO TOP