Breaking News

"ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ||   (28-Aug-2026)       ||      2026 ର ଶ୍ରେଷ୍ଠ ଅଧକ୍ଷ ଭାବେ ଶାରଳା ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷଙ୍କୁ ସମ୍ମାନିତ |   (28-Aug-2026)       ||      ରୀତିନୀତି ଅନୁଯାୟୀ ଗହ୍ମାପର୍ବ ମାହାଳହାଟ ଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ |   (28-Aug-2026)       ||      4ଦଶନ୍ଧି ଧରି ଅସୁବିଧା ରେ ଥିବା ବିସ୍ଥାପିତ ଙ୍କ ସମସ୍ୟା ର ସମାଧାନ କଲେ ମୁଖ୍ୟମନ୍ତ୍ରୀ ||   (28-Aug-2026)       ||      ବରଗଡ଼ ଜିଲ୍ଲା ର ମାଆ, ଝିଅ ନେପାଳ ବନ୍ୟା ରେ ନିଖୋଜ, ସ୍ୱାମୀ ସୁରକ୍ଷିତ ||   (28-Aug-2026)       ||      ରକ୍ଷାବନ୍ଧନ ରେ 120 ଭାଇ ହାତରେ ନିଶା ମୁକ୍ତ ପାଇଁ ରାକ୍ଷୀ ବାନ୍ଧିଲେ 120 ଭଉଣୀ ||   (28-Aug-2026)       ||      ଯାତ୍ରା କରୁଥିଲା ବେଳେ ହଠାଥ ପେଣ୍ଡେଲ ରେ ଅସୁସ୍ଥ ହୋଇ ପଡିଲେ ପିୟୁଷ ତ୍ରିପାଠୀ ||   (28-Aug-2026)       ||      ପାଇକ ମାଳ ରେ ରାଜ୍ୟ ସ୍ତରୀୟ ଗହ୍ମା ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ଗୋପପୁର ଆଶ୍ରମ ରେ ମହିମା ଧର୍ମ ର ବିରାଟ ଧାର୍ମିକ ସମାବେଶ ଅନୁଷ୍ଠିତ ||   (28-Aug-2026)       ||      ନେପାଳ ବନ୍ୟା ରେ ବହୁତ ଓଡ଼ିଆ ଙ୍କୁ ଠାବ ମଧ୍ୟରେ ଖୋର୍ଦ୍ଧା ର ଦୁଇ ଦମ୍ପତି ଏବେବି ନିଖୋଜ ||   (28-Aug-2026)       ||      ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||      କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||      ବେଗୁନିଆପଡା ଶାଳବଣ ଠାରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ |   (27-Aug-2026)       ||      ତେଜୋ ରାତି ଦୋକାନରୁ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କଲା ପୋଲିସ |   (27-Aug-2026)       ||      ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ |    (27-Aug-2026)       ||      ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ |    (27-Aug-2026)       ||      ରାୟଗଡା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣା ର ଫର୍ଦ୍ଦାଫାସ କଲା ଚାନ୍ଦିଲି ପୋଲିସ |    (27-Aug-2026)       ||      ବିପୁଳ ସୁନା ରୁପା ଜବତ ସହ ଦୁଇ ଜଣଙ୍କୁ ଅଟକରଖି ବଲାଙ୍ଗୀର ପୋଲିସ ର ଖରଯୋଡ଼ା ଗାଁରେଚଢ଼ାଉ ||   (27-Aug-2026)       ||      ମୁଖ୍ୟମନ୍ତ୍ରୀ ବସ ପଡିଗଲା ମେଗା ପ୍ରକଳ୍ପ ପାଇଁ ଖୋଳା ଯାଇଥିବା ଗାତ ରେ |    (27-Aug-2026)       ||     

ବୀର ଚକରା ବିଷୋୟୀ ଙ୍କ 202ତମ ଜୟନ୍ତୀ ପାଳିତ |

09-Jan-2025

- ବୀର ଚକରା ବିଷୋୟୀ ଙ୍କ ୨୦୨ତମ ଜୟନ୍ତୀ,

                  ଓଡିଶା ଜନ ମତ ବ୍ୟୁରୋ,

ଘୁମୁସର ମାଟିର ମହାନ ସ୍ବାଧିନତା ସଂଗ୍ରାମୀ ତଥା ଓଡ଼ିଶାର ବରପୁତ୍ର ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ବଳିଦାନ ଆମ ଦେଶ ସ୍ବାଧୀନତା ଆନ୍ଦୋଳନର ଏକ ଗୌରବମୟ ଅଧ୍ୟାୟ ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବ ନାହିଁ। ଚକରାଙ୍କ ଅଦମ୍ୟ ସାହାସ,ବୀରତ୍ବ ଓ ଦେଶପାଇଁ ପ୍ରାଣ ଦେବାର ସଂଙ୍କଳ୍ପ ଆଜି ମଧ୍ୟ ସମସ୍ତଙ୍କ ପାଇଁ ପ୍ରେରଣାର  ସ୍ରୋତ ହୋଇ ରହିଛି। ଏହି ମହାନ ଦେଶ ସଂଗ୍ରାମୀଙ୍କ ୨୦୨ ତମ ଜୟନ୍ତୀ  ଭଞ୍ଜନଗର‌ ଠାରେ ଅନୁଷ୍ଠିତ ହୋଇଛି।ଏହି ଅବସରରେ ଭଞ୍ଜନଗର ଚକରା ବିଷୋୟୀ ଛକ ଠାରେ ଥିବା ପ୍ରତିମୂର୍ତ୍ତି ରେ ଭଞ୍ଜନଗର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ନାୟକଙ୍କ ସହ , ଭଞ୍ଜନଗର ବିଜ୍ଞାପିତ  ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପ ବନ୍ଧୁ ମହାପାତ୍ର ,ଜିଲ୍ଲା ସୂଚନା ଲୋକ ସମ୍ପର୍କ ତଥା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ତଥା ଭଂଜନଗର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ସେହିପରି ସନ୍ଧ୍ୟାରେ ଭଞ୍ଜନଗର ଟାଉନ ହଲ ଠାରେ ଏକ ସଭା ଆୟୋଜନ ହେବା ସହ ଚକରା ବିଷୋୟୀ ଗୁଣଗାନ କରିବା ସହ ଓଁ ସଙ୍ଗୀତ ଏକାଡେମୀ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସେହିପରି ଭଞ୍ଜନଗର ନିକଟ ବାଉଁସଲୁଣ୍ଡି ସ୍ଥିତ ରାଧା କୃଷ୍ଣ ପାଠାଗାର ଠାରେ ମଧ୍ୟ ବୀର ଚକରା ବିଷୋୟୀ ଙ୍କ ଜୟନ୍ତୀ ପାଳନ ହୋଇ ଥିଲାସୂଚନାଯୋଗ୍ୟ ହଯେ ଏହି ମହାନ ବିପ୍ଲବୀ ବୀର ଚକରା  ବିଷୋୟୀ ଙ୍କ ଜନ୍ମ ପୀଠ ଆଜି ଅବହେଳିତ,ଆଜି ସାମ୍ବ ଦଶମୀ ଏବଂ ଏହି ତିଥିରେ ରାଜ୍ୟ ସରକାର ପାଳନ କରୁଛନ୍ତି ଚକରା ନିଷୋୟୀ ଜୟନ୍ତୀ କିନ୍ତୁ ବୀର ଚକରା ଙ୍କ ଜନ୍ମ ପୀଠ ଆଜି ଅବହେଳିତ।ଯେଉଁ ଚକରା ବ୍ରିଟିଶ ମାନଙ୍କ ନିଦ ହଜାଇ ଦେଇଥିଲେ, ଯାହାର ନାମ ଶୁଣିଲେ ଶତ୍ରୁ ଥରୁ ଥିଲା ସେହି ବିର ଙ୍କୁ  ମନେ ପକାଇବା ପାଇଁ ପଲ୍ଲୀରୁ ଦିଲ୍ଲୀ ସବୁଠି   ଜୟନ୍ତୀ ପାଲନ କରୁଥିବା ବେଳେ ତାଙ୍କ ଜନ୍ମ ମାଟି କୁ ଅବହେଳିତ ହେବା ଦୁଃଖ ଓ ପରିତାପର ବିଷୟ ହୋଇଛି। 
ଭଞ୍ଜନଗର ବ୍ଲକ ଅନ୍ତର୍ଗତ ସାନ କୋଦଣ୍ଡା ପଞ୍ଚାୟତର  ଵିଞ୍ଜିଗିରି ଗ୍ରାମରେ 1823 ମସିହାରେ  ଚକରା ବିଷୋୟୀ ଜନ୍ମ ଗ୍ରହଣ କରିଥିଲେ।ପିଲାଟି ଦିନରୁ ବିପ୍ଳବ ଚିନ୍ତାଧାରା ରେ ଥିବା ଚକରା ଯୁବ ଅବସ୍ଥାରେ ଘୁମୁସର ଅଂଚଳରେ ଥିବା ବିଭିନ୍ନ ଘାଟି ଅଂଚଳରେ ନିଜର ଆନ୍ଦୋଳନ କୁ ମେଳି ବାନ୍ଧି ଇଂରେଜ ସେନା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ।କେତେ ଯେ ବ୍ରିଟିଶ ସେନା କୁ ମାରି ନିଜର ପତିଆରା ବିସ୍ତାର କରିଥିବା ଏହି ବୀର ଙ୍କ ଜନ୍ମ ମାଟି ପ୍ରତି ସରକାର ଙ୍କ ଅବହେଲାକୁ ବୀର ଚକରା ବିଷୋୟୀ ସ୍ମୃତି ରକ୍ଷା ଓ ଭିଟାମାଟି ସୁରକ୍ଷା ପରିଷଦ ସଦସ୍ୟ ମାନେ ଖୋଭ ପ୍ରକାଶ କରିଛନ୍ତି।ଗ୍ରାମରେ ତାଙ୍କର ସ୍ମୃତି ରେ ଘରଟିଏ ଅଛି ନା ଗ୍ରାମର ନାମ ଫଳକ ଟିଏ ଅଛି ,ଏମିତି ଅଵହେଲିତ ବୀର ଗ୍ରାମ ଥିବା ବେଳେ  ରାଜ୍ୟ ସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ ପାଳନ କରିବା କେତେ ଯୁକ୍ତିଯୁକ୍ତ।

News Comment

You Might Also Like

BACK TO TOP