Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ମୁଖ୍ୟମନ୍ତ୍ରୀ ବସ ପଡିଗଲା ମେଗା ପ୍ରକଳ୍ପ ପାଇଁ ଖୋଳା ଯାଇଥିବା ଗାତ ରେ |

27-Aug-2026

ମେଘା ପ୍ରକଳ୍ପ ପାଇପଲାଇନ ପାଇଁ ଖୋଳା ଗାତରେ ଦବିଗଲା ମୁଖ୍ୟମନ୍ତ୍ରୀ ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଓଡିଶା ଜନମତ ରାୟଗଡା, ୨୭/୦୮,

କାମେଶ୍ୱର କରକରିଆ :------

 ମେଘା ପ୍ରକଳ୍ପର ପାଇପଲାଇନ ବିଛାଇବା ପାଇଁ ରାସ୍ତା କଡ଼ରେ ଖୋଳାଯାଇଥିବା ଗାତ ଏବେ ଯାତ୍ରୀଙ୍କ ପାଇଁ ବିପଦର କାରଣ ପାଲଟିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତ ଦାନ୍ତଲିଙ୍ଗ ଅଞ୍ଚଳରେ ଚାଲିଥିବା ମେଘା ପ୍ରକଳ୍ପ ପାଇପଲାଇନ କାର୍ଯ୍ୟକୁ ନେଇ ରାସ୍ତାର ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଛି। ଖୋଳାଯାଇଥିବା ସ୍ଥାନକୁ ସଠିକ୍ ଭାବେ ମରାମତି କରାଯାଇନଥିବା ଅଭିଯୋଗ ମଧ୍ୟରେ ଗୁରୁବାର ଏକ ମୁଖ୍ୟମନ୍ତ୍ରୀ ବସ ରାସ୍ତାରେ ଦବି ଫସିଯାଇଥିଲା। ତେବେ ସୌଭାଗ୍ୟବଶତଃ ଏହି ଘଟଣାରେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ଅନୁସାରେ ପୋଲମା ଗାଁ ମୁଣ୍ଡ ରାସ୍ତା କଡ଼ରେ ଜେସିବି ମେସିନ ସାହାଯ୍ୟରେ ଗାତ ଖୋଳି ମେଘା ପ୍ରକଳ୍ପର ପାଇପଲାଇନ ବିଛାଇବା କାର୍ଯ୍ୟ ଚାଲିଥିଲା। ରାସ୍ତାଟି ପୂର୍ବରୁ ଅଣଓସାରିଆ ହୋଇଥିବା ବେଳେ ପାଇପଲାଇନ ବିଛାଇବା ପରେ ଖୋଳା ସ୍ଥାନକୁ ସୁରକ୍ଷିତ ଓ ମଜବୁତ ଭାବେ ମାଟିଭର୍ତ୍ତି କରାଯାଇନଥିବା ଅଭିଯୋଗ ହୋଇଛି। ବର୍ଷା ଯୋଗୁଁ ମାଟି ନରମ ହୋଇ ରାସ୍ତାର ଉକ୍ତ ସ୍ଥାନ ଦବିଯିବାରୁ ଆଜି ଏହି ଅଘଟଣ ଘଟିଥିବା ଦେଖିବାକୁ ମିଳିଛି। କଲ୍ୟାଣସିଂହପୁରରୁ ଥେରୁବାଲି ଦେଇ ରାୟଗଡ଼ାକୁ ପ୍ରତିଦିନ ବହୁ ସଂଖ୍ୟକ ଲୋକ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ମୁଖ୍ୟମନ୍ତ୍ରୀ ବସ ସମେତ ବିଭିନ୍ନ ଘରୋଇ ବସ ଓ ଅନ୍ୟାନ୍ୟ ଚାରିଚକିଆ ଯାନବାହନ ମଧ୍ୟ ଏହି ରାସ୍ତା ଦେଇ ଚଳାଚଳ କରୁଛି। ତେଣୁ ପାଇପଲାଇନ ପାଇଁ ଖୋଳାଯାଇଥିବା ସ୍ଥାନକୁ ସଠିକ୍ ଭାବେ ମରାମତି ନକରାଯିବା ଯୋଗୁଁ ଯେକୌଣସି ସମୟରେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।
ଗୁରୁବାର କନ୍ଧଖାତିପଡ଼ୁରୁ ସିଙ୍ଗାରି ଅଭିମୁଖେ ଆସୁଥିବା ସରକାରୀ ମୁଖ୍ୟମନ୍ତ୍ରୀ ବସଟି ଦିନ ପ୍ରାୟ ୧୨ଟା ୪୦ ମିନିଟ୍ ସମୟରେ ପୋଲମା ଗାଁ ମୁଣ୍ଡ ନିକଟରେ ରାସ୍ତାର ଦବିଯାଇଥିବା ସ୍ଥାନରେ ଫସିଯାଇଥିଲା। ବସଟି ଏକପାର୍ଶ୍ୱକୁ ଦବି ହୋଇଯିବାରୁ କିଛି ସମୟ ପାଇଁ ଯାତ୍ରୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଥିଲା। ପରେ ସେହି ସ୍ଥାନରେ କାର୍ଯ୍ୟରତ ଏକ ଜେସିବି ମେସିନ ସାହାଯ୍ୟରେ ଦୀର୍ଘ ପ୍ରାୟ ୪ ଘଣ୍ଟାର ଉଦ୍ୟମ ପରେ ବସଟିକୁ ବାହାର କରାଯାଇଥିଲା। ତେବେ ଏହି ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷତି ହୋଇନଥିବା ବେଳେ ସମସ୍ତେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୂର୍ବରୁ ପାଇପଲାଇନ ବିଛାଇବା ପାଇଁ ଗାତ ଖୋଳାଯାଉଥିବା ସମୟରେ ରାସ୍ତାର ସୁରକ୍ଷା ଓ ମରାମତିକୁ ନେଇ ଅଭିଯୋଗ କରାଯାଇଥିଲା। ମାତ୍ର ସେହି ଅଭିଯୋଗକୁ ଗୁରୁତ୍ୱ ଦିଆଯାଇନଥିବା ଅଭିଯୋଗ ହେଉଛି। ଆଜିର ଏହି ଘଟଣା ପରେ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସମୟ ଥାଉଥାଉ ରାସ୍ତାର ଦବିଯାଇଥିବା ଏବଂ ପାଇପଲାଇନ ପାଇଁ ଖୋଳାଯାଇଥିବା ସ୍ଥାନଗୁଡ଼ିକୁ ତୁରନ୍ତ ସୁରକ୍ଷିତ ଭାବେ ମରାମତି କରାନଗଲେ ଭବିଷ୍ୟତରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା ପ୍ରକାଶ କରିଛନ୍ତି। ଏନେଇ କନିଷ୍ଠ ଯନ୍ତ୍ରୀ ନୀଳିମା ପ୍ରିୟଦର୍ଶିନୀ ଦାସଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି ଯେ, ପାଇପଲାଇନ ବିଛାଇବା କାର୍ଯ୍ୟ ସରିଯାଇଛି ଏବଂ ବର୍ତ୍ତମାନ ଆଉ କିଛି କରିପାରିବୁ ନାହିଁ।

News Comment

You Might Also Like

BACK TO TOP