Breaking
News
Breaking
News
26-Dec-2024
ଚିଲିକା ମଝିରେ ଫସିଲା ଡଙ୍ଗା,
( ଅଟକି ଥିବା ଡ଼ଙ୍ଗାସହ 14ପର୍ଯ୍ୟଟକ ଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ |
ଓଡିଶା ଜନ ମତ ବ୍ୟୁରୋ,
ଚିଲିକା: ଚିଲିକା ମଝିରେ ଯାତ୍ରୀ ଧରି ଯାଉଥିବା ଡ଼ଙ୍ଗା ଟି କୌଣସି କାରଣରୁ ମାଝୀ ଚିଲିକାରେ ଅଟକି ଯାଇଥିଲା । ୧୪ ଜଣ ପର୍ଯ୍ୟଟକ ସହ ଡ଼ଙ୍ଗାକୁ ଚିଲିକା ମଝିରୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ଡ଼ଙ୍ଗା ଅଟକି ଯିବା ପରେ ପର୍ଯ୍ୟଟକ ମାନେ ସେମାନଙ୍କୁ ସହଯୋଗ ଓ ଉଦ୍ଧାର ପାଇଁ ୧୧୨ ଫୋନ ଯୋଗେ ସହାୟତା ଲୋଡି ଥିଲେ । ବାଲୁଗାଁ ଅଗ୍ନିଶମ ବାହିନୀ ଚିଲିକା ମଝିରେ ପହଞ୍ଚି ଫସିଥିବା ଡ଼ଙ୍ଗା ସହ ପର୍ଯ୍ୟଟକଙ୍କୁ ନିରାପଦରେ ଉଦ୍ଧାର କରିଛନ୍ତି। ବର୍ତମାନ ପର୍ଯ୍ୟଟନ ଋତୁ ଚାଲିଛି । ଆଜି ଭୁବନେଶ୍ବରରୁ ୧୪ଜଣ ପର୍ଯ୍ୟଟକ 12ଘଣ୍ଟ ବେଳେ ସାତପଡ଼ା ଡଲଫିନ ଦେଖୁ ବାକୁ ଯାଇଥିଲେ । ୪ଟା ପରେ କୋହଲା ପାଗ ଏବଂ ଅନ୍ଧାର ଯୋଗୁ ଚିଲିକା ମଝିରେ ଡ଼ଙ୍ଗା ଫସି ଯାଇଥିଲା ।
ପର୍ଯ୍ୟଟକ ମାନେ ଉଦ୍ଧାର କରିବାକୁ ସହାୟତା ଲୋଡିଥିଲେ। ବାଲୁଗାଁ ଅଗ୍ନି ଶମ ବାହିନୀ ସେମାନଙ୍କୁ ଚିଲିକା ମଝିରୁ ନିରାପଦରେ ଏସ୍କର୍ଟ କରି କୂଳକୁ ଆଣିଛନ୍ତି।
ସମସ୍ତ ଯାତ୍ରୀ ସୁସ୍ଥ ଓ ଭଲରେ ସାତପଡା ରେ ପହଞ୍ଚି ଛନ୍ତି |
BACK TO TOP