Breaking News

ପାଇକ ମାଳ ବ୍ଲକରେ ବିଜେଡିବର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ |   (26-Oct-2026)       ||      ହଳଦିଆ ପଦର ଓଭର ବ୍ରିଜ ରେ ପିଛା ଛାଡ଼ୁନି ଦୁର୍ଘଟଣା |   (26-Oct-2026)       ||      ଡ଼ାଇକି ଛକ ନିକଟରେ ଅଟୋ ବାଇକ ଧକ୍କା ||   (25-Oct-2026)       ||      ବର୍ଷା ଯୋଗୁଁ ସୋମବାରେ ଖୋଲିବାକୁ ଥିବା କଳିଙ୍ଗ ଘାଟି ରାସ୍ତା କିଛିଦିନ ପରେ ଖୋଲିବ    (25-Oct-2026)       ||      ନିଜ ପିଲାଙ୍କ ବିଷୟ ରେ ଏକ ଅଲଗା କଥା କହିଲେ ତୁକାରାମ ମୁଣ୍ଡେ |    (25-Oct-2026)       ||      ଆର ଏଣ୍ଡ ବି ର ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଭିଜିଲାନ୍ସ ରେ ଧରା ପଡିଲେ ||   (25-Oct-2026)       ||      "ସାବୁତ ନିଯୋଗ ଇଷ୍ଟେଟ ଚେସ ବ୍ୟାଟଲ ସିଜନ -1ରେ ପୁରୀରେ ଶୁଭମ ରଥ ଚାମ୍ପିୟାନ |   (25-Oct-2026)       ||      ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ର ନୂତନ ଷ୍ଟେସେନେରୀ ଦୋକାନ କୁ ଉଦଘାଟନ କଲେ ବ୍ରହ୍ମପୁର ମେୟର |   (25-Oct-2026)       ||      ବାୟୁସେନା କର୍ମଚାରୀ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ |    (25-Oct-2026)       ||      "ୱାନ ଷ୍ଟେସନ ୱାନ ପ୍ରଡକ୍ଟ ` ଷ୍ଟଲ କୁ ରାୟଗଡା ରେଳ ଷ୍ଟେସନ ରେ ଉଦଘାଟିତ |   (25-Oct-2026)       ||      କାଲିମେଘି ପଞ୍ଚାୟତ ରେ ବିକାଶରେ ବାଧକ ସାଜିଛି ରାଜ ନୈତିକ ତିକ୍ତତା |    (24-Oct-2026)       ||      ଅଜଣା ଟ୍ରାକ ଧକ୍କା ରେ ପ୍ରଥମ ବର୍ଷ ନର୍ସିଂ ଛାତ୍ର ମୃତ |   (24-Oct-2026)       ||      ପୋଲମା ପଞ୍ଚାୟତ ରେ ନିଜେପିର ପ୍ରଥମଶକ୍ତି କେନ୍ଦ୍ର କାର୍ଯ୍ୟାଳୟ ଉଦଘାଟିତ |    (24-Oct-2026)       ||      ସାମ୍ବାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ବିଜେପୁର ରେ ନାବାଳିକାକୁ ହତ୍ୟା ଅଭିଯୋଗ, ପୋଖରୀ କୂଳରୁ ମୃତ ଦେହ ଉଦ୍ଧାର ||   (24-Oct-2026)       ||      ପିସିସି ସଦସ୍ୟ ଙ୍କ ଦ୍ୱାରା ଶ୍ରମିକ କାର୍ଡ ବଣ୍ଟନ |   (24-Oct-2026)       ||      ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା କୁ ନେଇ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ଦଶହରା ପରେ ମା ଦୁର୍ଗା ଙ୍କୁ ଭକ୍ତି ପୂର୍ଣ୍ଣ ବିଦାୟ ଦେଲେ ଶ୍ରଦ୍ଧାଳୁ ଓ ଆୟୋଜକ ||   (23-Oct-2026)       ||      ସିଙ୍ଗାରି ଅଞ୍ଚଳର 300ରୂ ଉର୍ଦ୍ଧ କର୍ମୀ ଓସମର୍ଥକ ବିଜେପିରେ ମିଶିଲେ ||   (23-Oct-2026)       ||      ରକ୍ତ ହୀନତା ଯୋଗୁଁ ଜଣେ 20ବର୍ଷୀୟା ଯୁକ୍ତ ତିନିର ଛାତ୍ରୀଙ୍କ ମୃତ୍ୟୁ ||   (23-Oct-2026)       ||     

କଲ୍ୟାଣ ସିଂହ ପୁର ବ୍ଲକ ରାଉତ ପରଡ଼ିଗୁଡା ଗ୍ରାମର 70ବର୍ଷୀୟ ବୃଦ୍ଧା ଙ୍କ ଭତ୍ତା ଟଙ୍କା ଏକାଉଣ୍ଟ ରୁ ଗାଏବ ||

08-Sep-2026

ବୃଦ୍ଧାଙ୍କ ଭତ୍ତା ଟଙ୍କା ଗାଏବ ଅଭିଯୋଗ

ଦୁଇ ବର୍ଷର ଟଙ୍କା ଅନ୍ୟ ଆକାଉଣ୍ଟରୁ ଉଠାଣ ଅଭିଯୋଗ

ଓଡିଶା ଜନମତ ରାୟଗଡା , ୦୭/୯,

କାମେଶ୍ୱର କରକରିଆ): -----

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡ଼ା ପଞ୍ଚାୟତ ରାଉତ ପରଡିଗୁଡ଼ା ଗ୍ରାମର ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ତାଙ୍କ ଅଜାଣତରେ ଉଠାଯାଇଥିବା ଅଭିଯୋଗ ହୋଇଛି। ବୃଦ୍ଧା ହିକକା ନୀଳାଇଙ୍କ ଭତ୍ତା ଟଙ୍କା ଗତ ଦୁଇ ବର୍ଷ ଧରି ଅନଲାଇନ୍‌ ମାଧ୍ୟମରେ ତାଙ୍କ ଏସ୍‌ବିଆଇ ଜମାଖାତା ନମ୍ବର ( ୩୫୩୩୨୩୫୦୯୪୭୯) କୁ ଆସୁଥିବା ବେଳେ ସେ ଟଙ୍କା ଉଠାଇ ପାରୁନଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ପୂର୍ବରୁ ବୃଦ୍ଧାଙ୍କୁ ହାତରେ ଭତ୍ତା ଟଙ୍କା ମିଳୁଥିଲା। ଅନଲାଇନ୍‌ ବ୍ୟବସ୍ଥା ହେବା ପରେ ତାଙ୍କ ବ୍ୟାଙ୍କ ଖାତାକୁ ପ୍ରତିମାସ ଭତ୍ତା ଟଙ୍କା ଜମା ହେଉଥିବା ଜଣାପଡ଼ିଥିଲା। ତେବେ ଶାରୀରିକ ଅସୁବିଧା ଯୋଗୁଁ ବୃଦ୍ଧାଙ୍କ ପକ୍ଷେ ବ୍ୟାଙ୍କ କିମ୍ବା ଜନସେବା କେନ୍ଦ୍ରକୁ ଯାଇ ଟଙ୍କା ଉଠାଇବା ସମ୍ଭବ ହେଉନଥିଲା। ସମ୍ପର୍କୀୟ ଭଣଜା ହୁଇକା ସୁବା ବୃଦ୍ଧାଙ୍କୁ ଧରି ମାଝୀଗୁଡ଼ାସ୍ଥିତ ଏସ୍‌ବିଆଇ ଶାଖାକୁ ଯାଇ ଖାତା ଯାଞ୍ଚ କରିଥିଲେ। ସେଠାରେ ଖାତାରେ ଟଙ୍କା ନଥିବା ଜଣାପଡ଼ିବା ପରେ ସେମାନେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସାମନ୍ତସିଂଙ୍କୁ ଭେଟିଥିଲେ। ଅଧିକାରୀଙ୍କ ପକ୍ଷରୁ ପ୍ରତିମାସ ଭତ୍ତା ଟଙ୍କା ଖାତାକୁ ଜମା ହେଉଥିବା କୁହା ଯାଇଥିଲା। ପରେ ଏକ ଜନସେବା କେନ୍ଦ୍ରରେ ମିନି ଷ୍ଟେଟମେଣ୍ଟ ଯାଞ୍ଚ କରିବାରୁ ଏକ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ଆଇଡି ମାଧ୍ୟମରେ ଟଙ୍କା ଉଠାଯାଇଥିବା ଜଣାପଡ଼ିଥିବା ବୃଦ୍ଧାଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ବୃଦ୍ଧା ଓ ତାଙ୍କ ସମ୍ପର୍କୀୟମାନେ କଲ୍ୟାଣସିଂହପୁର ଥାନାରେ ଜଣାଇଥିବା ବେଳେ ପୁଲିସ ପକ୍ଷରୁ ଘଟଣା ସମ୍ପର୍କରେ ତଦନ୍ତ କରାଯିବ ବୋଲି କୁହାଯାଇଥିବା ସେମାନେ କହିଛନ୍ତି। ଏନେଇ ସମ୍ପର୍କୀୟ ହୁଇକା ସୁବା କହିଛନ୍ତି ବୃଦ୍ଧାଙ୍କ ଭତ୍ତା ଟଙ୍କା ଯିଏ ଉଠାଇଥିବେ ସେ ଯଦି ଟଙ୍କା ଫେରାଇ ଦିଅନ୍ତି ତେବେ ସେମାନେ କୌଣସି ଅସୁବିଧା କରିବେ ନାହିଁ। ନଚେତ୍‌ ଆଇନର ଆଶ୍ରୟ ନେବେ ବୋଲି ସେ କହିଛନ୍ତି। ବୃଦ୍ଧାଙ୍କ ଭତ୍ତା ଟଙ୍କା କିପରି ଅନ୍ୟ ମାଧ୍ୟମରେ ଉଠାଯାଇଥିଲା ଏବଂ ଏଥିରେ କାହାର ସମ୍ପୃକ୍ତି ରହିଛି ତାହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ସହ ଟଙ୍କା ଫେରସ୍ତ କରିବାକୁ ଦାବି ହୋଇଛି।

News Comment

You Might Also Like

BACK TO TOP