Breaking
News
Breaking
News
08-Sep-2026
ରଘୁନାଥପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି, ନିର୍ଦେଶ କିଛି କାର୍ଯ୍ୟକାରୀ ହେଉନି। ଲୋକ ଦୌଡ଼ି ଦୌଡି ହୀନସ୍ତା ଳ
ଓଡିଶା ଜନମତ,ଜଗତସିଂହପୁର
ଜ୍ୟୋତିରଞ୍ଜନ ପଟ୍ଟନାୟକ:----
. ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଜେ ସୋନାଲ ଉପସ୍ଥିତ ଥିବା ବେଳେ ଜିଲ୍କା ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଜିଲ୍ଲା ନିର୍ବାହୀ ଅଧିକାରୀ ଅକ୍ଷୟ ପିଲେ, ମଣ୍ଡଳ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ବେହେରା ଓ ତହସିଲଦାର ରାଜଲକ୍ଷ୍ମୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅଭିଯୋଗ ଶୁଣାଣି ଶିବିରରେ ବହୁଥର ଦୌଡ଼ି ଦୌଡି ଆସି ଲୋକଙ୍କୁ କିଛି ନ୍ୟାୟ ମିଳିପାରୁନି l ଯେଉଁ ଅଧିକାରୀ ଙ୍କୁ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଉଛି ସେମାନେ କାର୍ଯ୍ୟକ୍ଷେତ୍ରକୁ ନଯାଇ ମିଥ୍ୟା ରିପୋର୍ଟ ପ୍ରଦାନ କରି ବସି ପଡୁଛନ୍ତି, ହେଲେ ଆବେଦନ କାରି ଙ୍କୁ ସେ ସମ୍ପର୍କରେ ଜଣାଇ ଦିଆ ଯାଉନଥିବାରୁ ବାରମ୍ବାର ଦୌଡିବାକୁ ପଡୁଛିବୋଲି ବାହାରେ ଆଲୋଚନା ହେଉଥିଲା। ଏହି ଶିବିରରେ ମୋଟ ୧୧୯ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା ବେଳେ ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୧୦୪ ଟି, ଗୋଷ୍ଠୀଗତ ସମସ୍ୟା ଓ ଗ୍ରାମ୍ୟ ସମସ୍ୟା ସମ୍ପର୍କୀୟ ୧୫ ଟି ଅଭିଯୋଗ ହୋଇଥିଲା। ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ୍ କାର୍ଡ ସମ୍ବନ୍ଧୀୟ ୯ ଟି, ଆବାସ ଯୋଜନା ସମ୍ପର୍କୀୟ ୧୮ ଟି, ଜମିଜମା ସମସ୍ୟା ସମ୍ପର୍କୀୟ ୧୩ ଟି, ପୋଲିସ୍ ସହାୟତା ପାଇବା ପାଇଁ ୩ ଟି, ଭତ୍ତା ପାଇବା ପାଇଁ ୨ ଟି ଏବଂ ଅନ୍ୟାନ୍ୟ ୧୬ ଟି ଅଭିଯୋଗର ଶୁଣାଣି କରାଯାଇଥିଲା। ଏହି ଶୁଣାଣି ସମୟରେ ୪୩ ଟି ଅଭିଯୋଗର ତତକ୍ଷଣାତ ଫଇସଲା କରାଯାଇଥିଵା ବେଳେ ଜୟସୋଳ ପଞ୍ଚାୟତର ଏକ ରାସ୍ତା ନିର୍ମାଣ , ଷ୍ଟ୍ରିଟ ଲାଇଟ୍ ଓ ଅନ୍ୟାନ୍ୟ ମୌଳିକ ସମସ୍ୟା ସବୁକୁ ନେଇ ଦଳିତ ଶ୍ରେଣୀର କିଛି ମହିଳା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ବାରମ୍ବାର ଏ ନେଇ ଜିଲ୍ଲା ପ୍ରଶାସନ ଙ୍କ ପାଖେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଥିଲେ, ତେବେ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ସୋନାଲ ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ରଘୁନାଥପୁର ଥାନାରେ କିଛି ପୋଲିସ ଅଧିକାରୀଙ୍କ ଖରାପ ବ୍ୟବହାର ଯୋଗୁ ଲୋକଙ୍କୁ ସଠିକ ନ୍ୟାୟ ମିଳୁନି ଓ ଅଫିସ କୁ କର୍ମଚାରୀ ଠିକ ସମୟରେ ଆସୁନାହାନ୍ତି ବୋଲି ଅଭିଯୋଗ ବି ଆସିଥିଲା l କଟକ ପାରାଦୀପ ରାସ୍ତା କଡରେ ଏହି ଥାନାଟି ଥିଲେ ବି ନିଜସ୍ୱ ଗୃହ ଖଣ୍ଡିଏ ନଥିବାରୁ ଏହା ଭୁତ କୋଠିରେ ପରିଣତ ହେବାକୁ ବସିଲାଣିl ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ।