Breaking
News
Breaking
News
07-Sep-2026
ମୁକୁଳା ପୋଖରୀ ନେଲା ନିଷ୍ପାପ ଜୀବନ l
ଓଡିଶା ଜନମତ, କୋଦଳା :07/09/26
ନରେନ୍ଦ୍ରନାଥ ଗୌଡ଼
କୋଦଳା : 07/09/26 : ମୃତ୍ୟୁ ଏମିତି ବି ଆସେ ! ନିଷ୍ପାପ ଜୀବନ, ବୟସ ମାତ୍ର ପାଞ୍ଚ ବର୍ଷ, ଜୀବନର ପ୍ରଥମ ସୋପାନରେ ଥାଇ କିଛି ବୁଝିବା ଆଗରୁ ଚାଲିଗଲା ନିରୀହ ଜୀବନ l ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କୋଦଳା ଥାନା ଅନ୍ତର୍ଗତ କାଳିମେଘି ପଞ୍ଚାୟତରେ l ଆଜି ସକାଳ 9 ଘଣ୍ଟ ସମୟରେ କାଳିମେଘି ଗ୍ରାମର ନୁଆଁସାହି ବାସିନ୍ଦା ଲକ୍ଷ୍ମଣ ଜେନାଙ୍କ ସାନପୁଅ ଶ୍ରୀୟାଂଶୁ (05) ଟିୟୁସନରୁ ଆସି ନିଜ ମା` କୁ ନପାଇ ପୋଖରୀକୁ ଖୋଜିବାକୁ ଆସି ଦୁର୍ଭାଗ୍ୟବଶତଃ ଗୋଡ ଖସି ଜୀବନ ହରାଇବା ଘଟଣା ସମସ୍ତଙ୍କୁ ହତବାକ କରିଛି l ତୁରନ୍ତ ତାକୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯିବାପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ l ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା କାଳିମେଘି ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ନିକଟରେ ଥିବା ଏହି ପୋଖରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଆସୁଥିବା ରାସ୍ତା କଡରେ ଅଛି l ବହୁ ବାର ଜନସାଧାରଣ ଏବିଷୟରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ ଏଯାବତ ପୋଖରୀ କଡରେ ଗାଡ଼ୱାଲ କିମ୍ବା କୌଣସି ସୁରକ୍ଷା ପଦକ୍ଷେପ ନିଆଯାଇନାହିଁ l ହେଲେ ଏଥିରେ ପ୍ରଶ୍ନ ଉଠୁଛି ଏଥିପାଇଁ ଦାୟୀ କିଏ? ନିଷ୍ପାପ ଶିଶୁର ଜୀବନ ହାନି ନେଇ ପରିବାର ସମେତ ଗ୍ରାମବାସୀ ଦୁଃଖରେ ଭାଙ୍ଗିପଡିଛନ୍ତି l
BACK TO TOP