Breaking
News
Breaking
News
07-Sep-2026
ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା କଲା ଅର୍ଥ ପିପାସୁ ସ୍ୱାମୀ |
ଓଡିଶା ଜନ ମତ, ଜଗତ ସିଂହ ପୁର,
ଜ୍ୟୋତି ରଞ୍ଜନ ପଟ୍ଟନାୟକ :---ମହିଳା ମାନଙ୍କୁ ସ୍ୱାବଲମୀ କରିବା ଉଦେଶ୍ୟରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାରେ ପ୍ରତେକ ମହିଳା ଯାହାଙ୍କ ସର୍ବନିମ୍ 22ବର୍ଷ ରୁ 60 ବର୍ଷ ମଧ୍ୟ ରେ ହୋଇଥିବ ସେମାନଙ୍କୁପାଞ୍ ବର୍ଷ ଭିତରେବର୍ଷକ 10ହଜାର ଲେଖାଏଁ 50 ହଜାର ଦେବେ | ତେବେ ଜଣେ ମଦ୍ୟପ ସ୍ୱାମୀ ରକ୍ଷା ବନ୍ଧନ କୁ ଆସିଥିବା ସୁଭଦ୍ରା ଟଙ୍କା ସ୍ତ୍ରୀକୁ ମାଗିବାରୁ ସେ ନଦେବାରୁ ତାକୁ ହତ୍ୟା କରିଛି |ଏହି ଘଟଣା ଘଟିଛି ବଳରାମପୁର ଗାଁରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଯେଉଁଥି ପାଇଁ ଏହି ଘଟଣା କୁନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ଜଗତସିଂହ ପୁର ଥାନା ର୍ଜକୋଟି ପଞ୍ଚାୟତ ବଳରାମ ପୁର ଗାଁ ରେ | ନିଶାସକ୍ତ ଅବସ୍ଥାରେ ସ୍ଵାମୀ ବାଦଲ ଓରଫ ଦିଗମ୍ବର ସ୍ଵାଇଁ ନିଜ ସ୍ତ୍ରୀ ପୁଷ୍ପାଲତା ସ୍ଵାଇଁଙ୍କ ବେକକୁ ତେଣ୍ଟାରେ ଭୁସି ନିଜେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିଲା I ଗ୍ରାମବାସୀ ତାକୁ କାବୁ କରିଛନ୍ତି। ଖବର ପାଇ ଜଗତସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଜଗତସିଂହପୁର ହସ୍ପିଟାଲରେ ରଖୁଛି। ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ ସ୍ଵାମୀ ବାଦଲ ଓରଫ ଦିଗମ୍ବର ସ୍ଵାଇଁକୁ ପୁଲିସ ଅଟକ ରଖୁ ଅଧିକ ପଚରାଉଚରା ଚଳାଇଛି । ସ୍ତ୍ରୀ ପୁଷ୍ପାଲତାଙ୍କୁ ମଦ ପିଇବା ପାଇଁ ସୁଭଦ୍ରା ଟଙ୍କା ମାଗିଥୁଲା ବାଦଲ । ହେଲେ ସେ ଟଙ୍କା ଦେବାକୁ ରାଜି ନହେବାରୁ ଏଥିରେ ଉତକ୍ଷିପ୍ତ ହୋଇ ସ୍ଵାମ ବାଦଲ ତାଙ୍କୁ ତେଣ୍ଟାରେ ଭୁସି ହତ୍ୟା କରିଥିବାର ସ୍ୱୀକାର କରିଛି।
BACK TO TOP