Breaking
News
Breaking
News
06-Sep-2026
ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଦୋକାନୀଙ୍କ ୟୁପିଆଇ |
ଓଡିଶା ଜନ ମତ ବ୍ୟୁରୋ,
ସୂଚନା ମିଳୁଛି ଦୋକାନୀ କାରବାର କରୁଥିବା ୟୁପିଆଇ ସେପ୍ଟେମ୍ବର ୧୫ରୁ ବନ୍ଦ ହୋଇପାରେ ଯାହାଦ୍ୱାରା ବ୍ୟବସାୟୀ ଙ୍କ ଅନ୍ଲାଇନ ପେମେଣ୍ଟ ବ୍ୟବସ୍ଥାକୁ ନେଇ ଏବେ ଦେଶରେ ୧୦ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ସଙ୍କଟରେ ପଡ଼ିଛନ୍ତି। କାରଣ ସେମାନଙ୍କ କଓ୍ବୋଇସି ପ୍ରକ୍ରିୟା ଏ ପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ। ଫଳରେ ଅନ୍ଲାଇନ ପେମେଣ୍ଟ ପ୍ରକ୍ରିୟା ନେଇ ସମସ୍ୟା ଉପୁଜିପାରେ ବୋଲି ଆଶଙ୍କ ସୃଷ୍ଟି ହୋଇଛି। ଅନ୍ଲାଇନ ପେମେଣ୍ଟ ସେବା ଯୋଗାଉଥିବା କମ୍ପାନୀଗୁଡ଼ିକ ଦୋକାନୀମାନଙ୍କ ରି-କଓ୍ବୋଇସି ପାଇଁ ଧାର୍ଯ୍ୟ ହୋଇଥିବା ସେପ୍ଟେମ୍ବର ୧୫ ସମୟସୀମା ବୃଦ୍ଧିକରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)କୁ ନିବେଦନ କରିଛନ୍ତି। କିନ୍ତୁ ଦେଶର ଲକ୍ଷ ଲକ୍ଷ ଛୋଟ ବଡ଼ ଦୋକାନୀ ଏବଂ ଉଠାଦୋକାନୀ ମାନଙ୍କ କଓ୍ବୋଇସି ଯାଞ୍ଚ ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ। ଯଦି ଆର୍ବିଆଇ ଏହି ରି-କଓ୍ବୋଇସିର ସମୟସୀମା ବୃଦ୍ଧି ନ କରନ୍ତି ତେବେ ଲକ୍ଷ ଲକ୍ଷ ଦୋକାନୀଙ୍କ ଅନ୍ଲାଇନ ପେମେଣ୍ଟ ସିଷ୍ଟମ ବନ୍ଦ ହୋଇଯିବା ଆଶଙ୍କା ରହିଛି। ଯେତେବେଳେ କୌଣସି ଗ୍ରାହକ ରିଟେଲ ସ୍ତରର ଖୁଚୁରା ଦୋକାନ କିମ୍ବା ଅନ୍ଲାଇନରୁ ଜିନିଷ କିଣିବେ, ସେତେବେଳେ ୟୁପିଆଇ କିମ୍ବା କାର୍ଡ ମାଧ୍ୟମରେ ଦେୟ ପୈଠ କରିବାରେ ସମସ୍ୟା ଦେଖାଦେବ ଏବଂ ଡିଜିଟାଲ ପେମେଣ୍ଟ ସେବା ବାଧାପ୍ରାପ୍ତ ହୋଇପାରେ।
BACK TO TOP