Breaking
News
Breaking
News
02-Aug-2026
ଫସଲ ବୀମାସମୟ ସୀମା ଅବଧି ବୃଦ୍ଧି ଦାବୀରେ ଓଡିଶା କୃଷକସଭା ପକ୍ଷରୁ ସ୍ମାରକପତ୍ର ପ୍ରଦାନ ।
ଓଡିଶା ଜନ ମତ,ଛତ୍ରପୁର, ତା. ୩୦ / ୭,
କେ.ସତ୍ୟନାରାୟଣ ରେଡ୍ଡୀ:-===
ଅଖିଳ ଭାରତ କୃଷକସଭା ଅନୁବନ୍ଧିତ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଲା କମିଟୀ ପକ୍ଷରୁ ଜିଲ୍ଲା ସଭାପତି କମ୍ରେଡ ପି. ହରିକୃଷ୍ଣ ରେଡ୍ଡୀ ଙ୍କ ସମେତ ଏକ ପ୍ରତିନିଧି ମଣ୍ଡଳୀ ଆସି ଗଞ୍ଜାମ ଜିଲ୍ଲାପାଳ ଙ୍କ ସହ ସାକ୍ଷାତ କରି ୮ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ଗୁରୁବାର ପ୍ରଦାନ କରିଛନ୍ତି ।
ଗଞ୍ଜାମ ଜିଲ୍ଲାର ଚାଷୀମାନଙ୍କ ସମସ୍ୟା କୁ ଭିତ୍ତି କରି କେତେକ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସାଂଗକୁ ଫସଲ ବୀମା ସମୟସୀମା ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି । ଏଥି ସମେତ ୮ଟି ଦାବୀ ନେଇ ଜିଲ୍ଲାପାଳ ୱି. କୀର୍ତ୍ତି ଭାସନ ଙ୍କ ସହିତ ଆଲୋଚନା କରି ଉକ୍ତ ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଆଲୋଚନାରେ ରାଜ୍ୟ ସରକାର ଙ୍କୁ ବୀମା ଅବଧି ବୃଦ୍ଧି କରିବା ପାଇଁ ଜଣାଇବା ସାଂଗକୁ ଅନ୍ୟାନ୍ୟ ଦାବୀ ପୂରଣ କରିବା ପାଇଁ ଦୃଷ୍ଟି ଆକର୍ଷଣ କରିବାରେ ଗଞ୍ଜାମ ଜିଲ୍ଲାପାଳ ନିର୍ଭର ପ୍ରତିଶୃତି ଦେଇଥିବା କୁହାଯାଇଛି । ଏହି ପ୍ରତନିଧି ମଣ୍ଡଳୀରେ କୃଷକ ସଭା ର ରବୀନ୍ଦ୍ର ଆଚାରୀ, ନିରଞ୍ଜନ ରେଡ୍ଡୀ. ଦେବରାଜ ବେହେରା ପ୍ରମୁଖ ଯୋଗଦେଇ ଗଞ୍ଜାମ ଜିଲ୍ଲାର ଚାଷୀ ଙ୍କ ହିତ ସାଧନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ଉପସ୍ଥାପନା କରିଥିଲେ ।।
BACK TO TOP