Breaking
News
Breaking
News
25-Sep-2026
ପୁରୁଷୋତ୍ତମପୁର ବ୍ଳକର 10ଗୋଟି ପଞ୍ଚାୟତ ର ହଜାର, ହଜାର ହେକ୍ଟର ଚାଷ ଜମିରେ ପଶିଲା ଋଷିକୁଲ୍ୟା ଓ ଖରଖରୀ ନଈ ପାଣି, ଚିନ୍ତାରେ ଚାଷୀ |
ଓଡିଶା ଜନ ମତ, ଶୁଭଙ୍କର ଦାଶ,
ପୁରୁଷୋତ୍ତମପୁର, ଗଞ୍ଜାମ, ତାରିଖ --26/09/26:---
ପୁରୁଷୋତ୍ତମପୁର ବ୍ଳକର10ଗୋଟି ପଞ୍ଚାୟତ ରେ ପଶିଲା ଋଷିକୁଲ୍ୟା ଓ ଖରଖରୀ ନଦୀ ପାଣି | ଯାହାଦ୍ୱାରା ହଜାର ହଜାର ଚାଷ ଜମି ଜଳମଗ୍ନ ହୋଈ ରହିଛି | ଧାର କରଜ କରି ଚାଷ କରିଥିବା ଚାଷୀ ଆଜି ଚିନ୍ତାରେ ରହିଛି | ଦୀର୍ଘ ଆଠ ରୁ ଦଶ ଦିନ ଧରି ଚାଷ ଜମିରେ ପାଣି ରହିବା ଦ୍ୱାରା ଧାନ ଗଛ ପଚି ନଷ୍ଟ ହୋଈ ଯିବାର ଆଶଙ୍କା ରହିଛି |କେତେ ଆଶା ଓ ସ୍ୱପ୍ନ ନେଇ ଚାଷୀଟି ବର୍ଷକ ର ଫସଲ ଅମଳ ପାଇଁ ସାଉକାର ଠାରୁ ଧାର କରଜ କରି ଚାଷ ଜମିରେ ଦଇବ ଦାଉ ସାଧିବ କେବେ ଭାବିନଥିଲା ଚାଷୀଟି | ଲଘୁଚାପ ଲଗାଣ ବର୍ଷା ଯୋଗୁଁ ଧାନ ଜମିରେ ପାଣି ପସି ଉଜୁଡି ଗଲା ତାର ସଂସାର , ସରକାର ଯଦି ତାକୁ ସହଯୋଗ ନକରିବେ ତେବେ ଧାରା କରଜ କରିଥିବା ଚାଷୀଟି ଆତ୍ମ ହତ୍ୟା ହି କରିବ ବୋଲି ମତ ଦେଇଛନ୍ତି ଚାଷୀ |ବ୍ଳକର ଗୋଟିଏ ସ୍ଥାନ ନୁହଁ, ଟଙ୍କା ଛାଇ, ଗାଙ୍ଗ ଦହଣୀ, ହାଣ୍ଡିଘର ମୁଳୁ କୁମାରୀ, ଆଛୁଲି, ଭୁତ ସରସିଙ୍ଗି, ବଡ଼ ବରଙ୍ଗା, ରାଣୀଙ୍ଗା, ପ୍ରତାପୁର, ଗୋଠି ଆଳି ଏପରି ଅନେକ ଗାଁ ର ଚାଷ ଜମିରେ ପଶିଛି ପାଣି |
ପଦର ଧାନ ସହିତ ଖାଲୁଆ ଅଞ୍ଚଳରେ ହୋଇଥିବା ଧାନ ପୁଡା ବାହାରି ଯାଇ ପାଚିବାକୁ ଥିଲା ବେଳେ ବର୍ତମାନ ତାହା ସବୁ ନଷ୍ଟ ହୋଈ ଯିବ ବୋଲି ଚାଷୀ ଆଶଙ୍କା କରି ଚିନ୍ତାରେ ରହିଛି | ଶୁଣନ୍ତୁ ଚାଷୀଙ୍କ ମତ,
BACK TO TOP