Breaking
News
Breaking
News
27-Aug-2026
ଧାନ ମଣ୍ଡି ରେ ଚାଷୀଙ୍କ ନାମ ପଞ୍ଜିକରଣ ପାଇଁ ରାଜ ରାସ୍ତାକୁ ଓହ୍ଲାଇଲା ନବ ନିର୍ମାଣ କୃଷକ ସଂଗଠନ।
ଓଡିଶା ଜନମତ,ଜଗତସିଂହପୁର ଜ୍ୟୋତିରଞ୍ଜନ ପଟ୍ଟନାୟକ....
ଜଗତସିଂହପୁର “ଜିଲ୍ଲାରେ ଚାଷୀ ପଞ୍ଜିକରଣରେ ଅନିୟମିତତା” ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ସରକାରଙ୍କ ଗୁମର ଖୋଲିଲେ ନବନିର୍ମାଣ କୃଷକ ସଂଗଠନ। ସଂଗଠନର ରାଜ୍ୟ ସହ ସଂଯୋଜକ ରଶ୍ମି ରଂଜନ ସ୍ବାଇଁ ରାଜ୍ୟ କମିଟି ସଦସ୍ୟ ଦେବୀ ପ୍ରସାଦ ମହାରଣା, ଜିଲ୍ଲା ସଂଯୋଜକ ଅଶୋକ କୁମାର ସ୍ବାଇଁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଚାଷୀଙ୍କ ପଞ୍ଜୀକରଣ କାର୍ଯ୍ୟରେ ସରକାରଙ୍କ ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ଉଠାଇଥିଲେ। ସେମାନେ କ୍ଷୋଭ ପ୍ରକାଶ କରି କହିଥିଲେ ଯେ ଗତ ବର୍ଷ ଜିଲ୍ଲାରେ, ବିଜେପି ସରକାରଙ୍କ ଅପରିଣାମ ଦର୍ଷିତା ଏବଂ ଚାଷୀ ବିରୋଧୀ ମାନସିକତା ଯୋଗୁଁ ୩୬୬୨ ଜଣ ଚାଷୀ ପଞ୍ଜିକରଣରୁ ବଞ୍ଚିତ ହୋଇ ଅଭାବୀ ଧାନ ବିକ୍ରିର ଶିକାର ହୋଇଥିଲେ। ମଣ୍ଡିରେ ଗରିବ ଚାଷୀ ଙ୍କ ଧାନରୁ କ୍ଵିଣ୍ଟାଲ ପିଚ୍ଛା ୫ ରୁ ୧୦ କେଜି ପର୍ଯ୍ୟନ୍ତ ଜବରଦସ୍ତ କାଟି ନେଇଥିଲେ। ହଜାର ହଜାର ଚାଷୀଙ୍କର ନିଜର ପ୍ରକୃତ ବିକ୍ରି ପରିମାଣ ଧାନରୁ ୨୦%, ୬୦% ଧାନ କମ୍ କରି ସରକାର କ୍ରୟକରିଥିଲେ। ଚାଷୀଙ୍କ କଷ୍ଟ ଉପାର୍ଜିତ ଧାନକୁ କିଣିବାରେ ସରକାର ଅହେତୁକ ଅବହେଳା ପ୍ରଦର୍ଶନ କଲେ। ଯାହା ଫଳରେ ଚଳିତ ବର୍ଷ ପଞ୍ଜିକରଣ ପ୍ରକ୍ରିୟାରେ ଚାଷୀ ମାନଙ୍କ ସରକାରଙ୍କ କାର୍ଯ୍ୟ ପ୍ରଣାଳୀ ଉପରେ ସନ୍ଦେହ ଦୃଢୀଭୂତ ହୋଇଛି। କାରଣ ଅଗଷ୍ଟ ୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସରକାର ଦେଇଥିବା ପଞ୍ଜିକରଣ ସମୟ ସୀମା ସରିବାକୁ ଆଉ ମାତ୍ର ପାଞ୍ଚ ଦିନ ବାକି ଥିବା ବେଳେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୮ ହଜାର ଚାଷୀ ଅପେକ୍ଷାରେ ଏବଂ ଆଶଙ୍କାରେ ଅଛନ୍ତି। ବର୍ତ୍ତମାନ ଚାଷୀ ମାନେ ବିଲରେ ଧାନ ରୋଇବାରେ ବ୍ୟସ୍ତ ଥିବା ବେଳେ ଆର ପଟେ ସରକାରଙ୍କ ଅଦୂରଦୃଷ୍ଟି ସମ୍ପନ୍ନ ପଞ୍ଜିକରଣ ସମୟ ସୀମା କଠୋର ଏବଂ ପଞ୍ଜିକରଣ ପ୍ରକ୍ରିୟା ମନ୍ଥର ଗତିରେ ଚାଲିଛି। ଗୋଟିଏ ପଟେ ପାଗ ବିଗିଡି ଗଲେ ଚାଷ ଭୁଷୁଡି ଯିବାର ଭୟ ଆଉ ଗୋଟାଏ ପଟେ ସରକାରଙ୍କ ସମୟ ସରିଗଲେ ଧାନ ବିକ୍ରିରୁ ବଞ୍ଚିତ ହେବାର ଭୟ। ତେଣୁ ଗଣତାନ୍ତ୍ରିକ ଦେଶରେ ଚାଷୀଙ୍କ ସ୍ବାର୍ଥ ରକ୍ଷା ଦିଗରେ ସରକାର ଦୃଷ୍ଟି ଦେବା ସହିତ ପଞ୍ଜିକରଣ ସମୟ ସୀମା ବୃଦ୍ଧି ଏବଂ ସମସ୍ତ ଚାଷୀଙ୍କ ବଳକା ଧାନ କ୍ରୟର ସମସ୍ତ ବ୍ୟବସ୍ଥା କରିବାକୁ ସଂଗଠନ ତରଫରୁ ଆଜିର ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କୁ ଚେତାବନୀ ଦେଇଛନ୍ତି।
BACK TO TOP