Breaking
News
Breaking
News
25-Sep-2026
ସରସ୍ବତୀ ଶିଶୁ ମନ୍ଦିରରେ ‘ନମାମି ଭାରତ ବନ୍ଦେମାତରମ୍’ ପାଳନ
(ପୁରୁଷୋତ୍ତମପୁର ) – ୨୫.୦୯.୨୦୨୬ ରିଖ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିରରେ, ବନ୍ଦେମାତରମ୍ ରାଷ୍ଟ୍ରଗାନର ୧୫୦ ତମ ବାର୍ଷିକ ଉତ୍ସବ ଅବସରରେ ‘ନମାମି ଭାରତ ବନ୍ଦେମାତରମ୍’ ସାମୂହିକ ଗାୟନ କାର୍ଯ୍ୟକ୍ରମ ଦିବା ୧୧:୦୦ ଘଟିକାରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ଉତ୍ସବରେ ପରିଚାଳନା ସମିତିର କର୍ମକର୍ତ୍ତାବୃନ୍ଦ, ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ସେବକ, ସେବିକା, ଅଭିଭାବକ ଓ ଅଭିଭାବିକା ଯୋଗ ଦେଇଥିଲେ। ଉପଦେଷ୍ଟା ଶ୍ରୀଯୁକ୍ତ ରାଜକିଶୋର ଶାସମଲ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ଦିନ ୧୧:୦୦ ଘଟିକା ସମୟରେ ସାମୂହିକ ବନ୍ଦେ ମାତରମ୍ ଗାନ କରାଯାଇଥିଲା। ଆଚାର୍ଯ୍ୟା ଶ୍ରୀମତୀ ତ୍ରିପୁରା କୁମାରୀ ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶ୍ରୀମତୀ ସୁନାରାଣୀ ପାଳ ଅତିଥ୍ଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ ଏବଂ ଆଚାର୍ଯ୍ୟ ଶ୍ରୀଯୁକ୍ତ ତାରିଣୀ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ ଗୁରୁଜୀ ଓ ଗୁରୁମା ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥିଲେ।
BACK TO TOP