Breaking
News
Breaking
News
29-Sep-2026
ଗରଦପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଜୟନ୍ତୀ ପାଳିତ l
ଓଡିଶା ଜନମତ, କେନ୍ଦ୍ରାପଡ଼ା
ଜ୍ୟୋତିରଞ୍ଜନ ପଟ୍ଟନାୟକ...
ମଧୁବାବୁ ପାଠାଗାର, ଗରଦପୁର ଠାରେ କବିବର ରାଧାନାଥ ରାୟଙ୍କ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଛି। ସଭାପତି ନବଘନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ନିରୋଦ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ଡ଼ ବିଚିତ୍ର ମଞ୍ଜରୀ ତ୍ରିପାଠୀ ଯୋଗଦେଇ କହିଥିଲେ ଯେ, କବିବର ରାଧାନାଥ ପାଶ୍ଚାତ୍ୟ ଓ ପ୍ରାଚ୍ୟ ସାହିତ୍ୟର ମିଳନ ଘଟାଇ ଓଡ଼ିଆ ସାହିତ୍ୟରେ ନୂତନତା ସୃଷ୍ଟି କରିଥିଲେ। ତାଙ୍କର କାବ୍ୟ `କେଦାର ଗୌରୀ`, `ଚିଲିକା` ହେଉଛି ଉତ୍ତମ ଉଦାହରଣ। ବର୍ତମାନ ସମାଜରେ ଯେଉଁ ଅଧୋଗତି ଘଟୁଛି ସେଥିପାଇଁ ଅତୀତକୁ ଭୁଲି ଭବିଷ୍ୟତ ଉପରେ ଚିନ୍ତା ନ କରି କେଵଳ ବର୍ତମାନ ର ସ୍ୱାର୍ଥରେ ବଂଚିବା, ଭାଷାର ମୃତ୍ୟ ଭାବ ବିହୀନ ଆବେଗ ବଢୁଛି l ଏଥିରେ ରୋକ ଲଗାଇବା ପାଇଁ ମହାପୁରୁଷ ମାନଙ୍କ ଇତିହାସ ଓ ଆଦର୍ଶକୁ ଅବଲୋକନ କରିବା ନିହାତି ଆବଶ୍ୟକ କରୁଛି l
ଏହି ଅବସରରେ କବି ରତ୍ନାକର ବେହେରା, ଗୀତି କବି କୁଞ୍ଜ ବିହାରୀ ପାଣି, ଚାଷୀ କବି ପ୍ରଭାତ ପରିଡା, କବି ହରିହର ପଣ୍ଡା, ସାମ୍ବାଦିକ ସୀତାକାନ୍ତ ନାୟକ, ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପଣ୍ଡିତ ସାରଦା ଶତପଥୀ, ହିନ୍ଦୀ ସାହିତିକ ଉମେଶ ଓଝା, ସମାଜସେବୀ ନରୋତ୍ତମ ପରିଡା, ଘନଶ୍ୟାମ କପ, ଦେବେନ୍ଦ୍ର ପାଣି ଓ ନବାବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
BACK TO TOP