Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |

30-Sep-2026

ବିନା ଡାକ୍ତରୀ ପରାମର୍ଶ ବା ପ୍ରେସକ୍ରିପସନରେ ଗର୍ଭପାତ ଅବା ଔଷଧ ବିକ୍ରି କଲେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ।।

ଓଡ଼ିଶା ଜନମତ, ଛତ୍ରପୁର ,ତା. ୩୦/ ୯ (କେ.ସତ୍ୟନାରାୟଣ ରେଡ୍ଡୀ)
ବିନା ବୈଧ ଡାକ୍ତରୀ ପରାମର୍ଶ ବା ପ୍ରେସକ୍ରିପସନରେ ଗର୍ଭପାତ ପାଇଁ ବ୍ୟବହୃତ ଔଷଧର ବିକ୍ରି ଉପରେ କଡ଼ା ନଜର ରଖିବାକୁ ଗଞ୍ଜାମ ଜିଲ୍ଲାର ସମସ୍ତ ଔଷଧ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୯ ସେପ୍ଟେମ୍ବର ୨୦୨୬ରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପିସି ଆଣ୍ଡ ପିଏନଡିଟି ଆଇନ ସମ୍ପର୍କିତ ଜିଲ୍ଲା ପରାମର୍ଶଦାତା କମିଟି ବୈଠକରେ ଏନେଇ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଛି।
    ଜିଲ୍ଲାର ବିଭିନ୍ନ ଔଷଧ ଦୋକାନରେ ବୈଧ ଡାକ୍ତରୀ ପ୍ରେସକ୍ରିପସନ୍‌ ବିନା ଗର୍ଭପାତ ପାଇଁ ବ୍ୟବହୃତ ଔଷଧ ଉପଲବ୍ଧ ହେଉଥିବା ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଏଭଳି ଔଷଧର ଅନଧିକୃତ ବ୍ୟବହାର ଫଳରେ ଅସୁରକ୍ଷିତ ଓ ବେଆଇନ ଗର୍ଭପାତ ସହ ମାତୃ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡୁଥିବା ଉଲ୍ଲେଖ କରାଯାଇଥିଲା। ଏଥିସହ ଲିଙ୍ଗ ଚୟନ ଆଧାରିତ ଗର୍ଭପାତ ଭଳି ବେଆଇନ କାର୍ଯ୍ୟକଳାପକୁ ରୋକିବା ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
     ଔଷଧ ନିରୀକ୍ଷକମାନଙ୍କୁ ଜିଲ୍ଲାର ସମସ୍ତ ଔଷଧ ଦୋକାନ ଓ ଫାର୍ମାସୀକୁ ଆବଶ୍ୟକ ନିର୍ଦ୍ଦେଶ ଦେବା ସହ ଗର୍ଭପାତ ପାଇଁ ବ୍ୟବହୃତ ମିଫେପ୍ରିଷ୍ଟୋନ୍‌, ମିସୋପ୍ରୋଷ୍ଟଲ୍‌ ମିଶ୍ରଣ ଏବଂ ଅନ୍ୟାନ୍ୟ ନିର୍ଦ୍ଦିଷ୍ଟ ଶ୍ରେଣୀର ଔଷଧ ବୈଧ ପ୍ରେସକ୍ରିପସନ୍‌ ବିନା ବିକ୍ରି ନକରିବାକୁ ସୁନିଶ୍ଚିତ କରିବାକୁ କୁହାଯାଇଛି। ଏଥିପାଇଁ ନିୟମିତ ନିରୀକ୍ଷଣ, ଅଚାନକ ଯାଞ୍ଚ ଏବଂ ଆବଶ୍ୟକ ସ୍ଥଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ରହିଛି।
ସୂଚନାଯୋଗ୍ୟ ଯେ, ଔଷଧ ଓ ପ୍ରସାଧନ ସାମଗ୍ରୀ ଆଇନ, ୧୯୪୦ ଏବଂ ନିୟମାବଳୀ, ୧୯୪୫ ଅନୁଯାୟୀ ନିର୍ଦ୍ଦିଷ୍ଟ ଶ୍ରେଣୀର ଔଷଧ ବୈଧ ପ୍ରେସକ୍ରିପସନ୍‌ ବିନା ବିକ୍ରି କରାଯାଇପାରିବ ନାହିଁ। ପିସି ଆଣ୍ଡ ପିଏନଡିଟି ଆଇନ, ୧୯୯୪ ଅନୁଯାୟୀ ଲିଙ୍ଗ ଚୟନ ଓ ଲିଙ୍ଗ ଚୟନ ଆଧାରିତ ଗର୍ଭପାତ ଭଳି ବେଆଇନ କାର୍ଯ୍ୟକଳାପ ଦଣ୍ଡନୀୟ ଅପରାଧ ଅଟେ।
  ଜିଲ୍ଲାର ସମସ୍ତ ଔଷଧ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ପ୍ରାପ୍ତିର ୭ ଦିନ ମଧ୍ୟରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

News Comment

You Might Also Like

BACK TO TOP