Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||

30-Sep-2026

ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

(ସାମାଜିକ ଗଣମାଧ୍ୟମ ବ୍ୟବହାରରେ ସଚେତନତା ହିଁ ସୁରକ୍ଷାର ପ୍ରଥମ ପଦକ୍ଷେପ)।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
ପୋଲସରା  ତା.୨୯/୦୯/୨୬:-
ତାଲୁକା ଆଇନ ସେବା କମିଟି, ପୋଲସରା ପକ୍ଷରୁ “ସାମାଜିକ ଗଣମାଧ୍ୟମ ଓ ଏହାର ଆଇନ” ସମ୍ପର୍କିତ ଏକ ବିଶେଷ ଆଇନ ସଚେତନତା କାର୍ଯ୍ୟକ୍ରମ  ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ତାଲୁକା ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ପୋଲସରା ଅଦାଲତର ମାନ୍ୟବର ବିଚାରପତି ଶ୍ରୀ ଏ. ଅବିନାଶ ନାଇଡୁ କାର୍ଯ୍ୟକ୍ରମକୁ  ଅଧ୍ୟକ୍ଷତା କରିଥିଲେ।ଯୁବପିଢ଼ିଙ୍କୁ ସାମାଜିକ ଗଣମାଧ୍ୟମର ସୁରକ୍ଷିତ, ଦାୟିତ୍ୱପୂର୍ଣ୍ଣ ଓ ଆଇନସମ୍ମତ ବ୍ୟବହାର ସମ୍ପର୍କରେ ସଚେତନ କରିବା ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ଥିଲା।
ଏଥିରେ ଅତିଥିଭାବେ  ପୋଲସରା ଓକିଲ ସଂଘର ସଭାପତି  କବିରାଜ ଦାସ, ସରକାରୀ ଓକିଲ  ଅବଧେଶ ପଟ୍ଟନାୟକ, ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଭଗବାନ ତ୍ରିପାଠୀ ଏବଂ ପୋଲସରା ଥାନାର ଆଇଆଇସି   କୌଶିକ ମାଝୀ ପ୍ରମୁଖ  ମଞ୍ଚାସୀନ ଥିଲେ। ଏହି ଅବସରରେ ତାଲୁକା ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ବିଚାରପତି ଶ୍ରୀ ଏ. ଅବିନାଶ ନାଇଡୁ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ଗଣମାଧ୍ୟମ ବ୍ୟବହାର ସମୟରେ ସଚେତନ ଓ ସତର୍କ ଏବଂ ଯେ କୌଣସି ଅଜଣା ଲିଙ୍କ୍ କିମ୍ବା ସନ୍ଦେହଜନକ ସଂଯୋଗରେ କ୍ଲିକ୍ ନକରିବା, OTP ଓ ପାସୱାର୍ଡ କାହା ସହିତ ମଧ୍ୟ ଅଂଶୀଦାର ନହେବା, ଗୋପନୀୟତା ସୁରକ୍ଷା ବ୍ୟବସ୍ଥା ସକ୍ରିୟ ରଖିବା, କୌଣସି ତଥ୍ୟ ପ୍ରସାରଣ ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରିବା ଏବଂ ଅନଲାଇନ୍ ଠକେଇ କିମ୍ବା ସାଇବର ଅପରାଧର ଶିକାର ହେଲେ ତୁରନ୍ତ ଆଇନଗତ ସହାୟତା ନେବା ଏବଂ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଥାନା ଆଇଆଇସି କୌଶିକ ମାଝୀ ସାଇବର ଅପରାଧର ବିଭିନ୍ନ ରୂପ ଓ ଏଥିରୁ ସୁରକ୍ଷିତ ରହିବାର ପ୍ରାଥମିକ ପଦକ୍ଷେପ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ। ଅଜଣା ବ୍ୟକ୍ତିଙ୍କ ଫୋନ୍, ମେସେଜ୍, ଲିଙ୍କ୍ କିମ୍ବା ଅନଲାଇନ୍ ପ୍ରସ୍ତାବ ପ୍ରତି ସତର୍କ ରହିବା ସହିତ ବ୍ୟାଙ୍କିଂ ଓ ବ୍ୟକ୍ତିଗତ ତଥ୍ୟ କାହା ସହିତ ମଧ୍ୟ ଅସାବଧାନତାରେ ଅଂଶୀଦାର ନକରିବାକୁ ସେ ପରାମର୍ଶ ଦେବାସହ ସାଇବର ଠକେଇର ଶିକାର ହେଲେ ବିଳମ୍ବ ନକରି ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାଇବା ଓ ଆଇନଗତ ପ୍ରତିକାର ନେବାର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ସରକାରୀ ଓକିଲ  ଅବଧେଶ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ବ୍ୟବହାର ସହ ସମ୍ପୃକ୍ତ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ବୁଝାଇଥିବା ବେଳେ, ଅନ୍ୟତମ ସରକାରୀ ଓକିଲ  ବ୍ରଜବନ୍ଧୁ ଦଳବେହେରା ସାଇବର ଅପରାଧର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।ଆଇନଜୀବୀ  ଜମିର ଅଲି ଖାନ ଆଇନର ବିସ୍ତୃତ ଦିଗ ଓ ଏହାର ପ୍ରାସଙ୍ଗିକତାକୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ।ଆଇନଜୀବୀ  ପ୍ରହଲ୍ଲାଦ ବିଷୋୟୀ ପ୍ରତିକାରାତ୍ମକ ପଦକ୍ଷେପ ସହ ପୂର୍ବସଚେତନତା ଓ ସତର୍କତାର ଗୁରୁତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ, ସଚେତନ ଓ ଦାୟିତ୍ୱପୂର୍ଣ୍ଣ ଭାବେ ସାମାଜିକ ଗଣମାଧ୍ୟମ ବ୍ୟବହାର କଲେ ଅନେକ ଅପ୍ରୀତିକର ଘଟଣାକୁ ପୂର୍ବରୁ ରୋକାଯାଇପାରିବ। ଓକିଲ ସଂଘ ସଭାପତି କବିରାଜ ଦାସ ନିଜ ବକ୍ତବ୍ୟରେ କହିଥିଲେ ଯେ, ଡିଜିଟାଲ୍ ଯୁଗରେ ସାମାଜିକ ଗଣମାଧ୍ୟମ ଜ୍ଞାନ, ଶିକ୍ଷା, ଯୋଗାଯୋଗ ଓ ସୂଚନା ପ୍ରସାରଣର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। କିନ୍ତୁ ଏହାର ଅସାବଧାନ କିମ୍ବା ଅବୈଧ ବ୍ୟବହାର ବ୍ୟକ୍ତିଗତ ଗୋପନୀୟତା, ସମ୍ମାନ, ସୁରକ୍ଷା ଓ ଆଇନଗତ ଅଧିକାରକୁ ପ୍ରଭାବିତ କରିପାରେ। ତେଣୁ କୌଣସି ତଥ୍ୟ କିମ୍ବା ବାର୍ତ୍ତା ପ୍ରସାରଣ ପୂର୍ବରୁ ତାହାର ସତ୍ୟତା ଯାଞ୍ଚ କରିବା ଏବଂ ଆଇନଗତ ସୀମା ସମ୍ପର୍କରେ ଅବଗତ ରହିବା ଆବଶ୍ୟକ ଅଟେ। ଏଥିସହିତ ମହାବିଦ୍ୟାଳୟର  ଅଧ୍ୟକ୍ଷ ଡଃ ଭଗବାନ ତ୍ରିପାଠୀଙ୍କ  ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ଗଣମାଧ୍ୟମର ସୁରକ୍ଷିତ ଓ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିବା ବେଳେ   ଓକିଲ ସଂଘର ଅନ୍ୟାନ୍ୟ ଆଇନଜୀବୀ ଅତିଥିମାନେ ସାମାଜିକ ଗଣମାଧ୍ୟମ ଏବଂ ସାଇବର ଆଇନର ବିଭିନ୍ନ ଦିଗ ଉପରେ ନିଜ ନିଜର ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ  ତାଲୁକା ଆଇନ ସେବା କମିଟି ସହ ସମ୍ପୃକ୍ତ ଅଦାଲତ କର୍ମଚାରୀ  ସେରୁ ସାମଲ, ଉପପ୍ରଶାସକ  ସନ୍ଦୀପ କୁମାର ପ୍ରଧାନ, ମୁଖ୍ୟ କିରାଣି ଦାୟିତ୍ୱରେ  ସଲିଲ କୁମାର ସାହୁ, ପ୍ରଯୁକ୍ତିକ ସହାୟକ ଏବଂ  ରୂପକ ଚନ୍ଦ୍ର ଆଚାର୍ଯ୍ୟ, କନିଷ୍ଠ କିରାଣି ଉପସ୍ଥିତ ଥିଲେ।  ସେରୁ ସାମଲ କାର୍ଯ୍ୟକ୍ରମର ପରିଚାଳନା କରିଥିବାବେଳେ  ପ୍ରାକ୍ତନ ସରକାରୀ ଓକିଲ  ରତ୍ନାକର ମହାନ୍ତି, ସରକାରୀ ଓକିଲ  ବ୍ରଜବନ୍ଧୁ ଦଳବେହେରା, ସଭାପତି  କବିରାଜ ଦାସ, ପ୍ରାକ୍ତନ ସଭାପତି  ସୁଶାନ୍ତ କୁମାର ସାହୁ, ସହକାରୀ ସମ୍ପାଦକ  ବିଜୟ ସାମଲ, ରଜନୀକାନ୍ତ ପ୍ରଧାନ,  ପ୍ରହଲ୍ଲାଦ ବିଷୋୟୀ,  ଏ. ପ୍ରଶାନ୍ତ କୁମାର ଆଚାର୍ଯ୍ୟ,  ଜମିର ଅଲି ଖାନ,  ଗଙ୍ଗାଧର ଦାସ,  ସୀତାକାନ୍ତ ମିଶ୍ର,  ଅନିଲ କୁମାର ମହାଙ୍କୁଡ,  ନାରାୟଣ ସାହୁ ଏବଂ  ବାସୁଦେବ ଡାକୁଆ ପ୍ରମୁଖ ଯୋଗଦେଇଥିଲେ। ଏହା ସହିତ ମହାବିଦ୍ୟାଳୟର ବହୁ ସଂଖ୍ୟକ 
ଛାତ୍ରଛାତ୍ରୀମାନଙ୍କ ସମେତ ମହାବିଦ୍ୟାଳୟର  ଅଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼, ଡଃ ମନୋଜ କୁମାର ସାହୁ, ଡଃ ବିରଞ୍ଚି ନାରାୟଣ ରଥ, ଉଷା ରଞ୍ଜନ ଦାଶ, କିଶୋର ଚନ୍ଦ୍ର ଜେନା, ପ୍ରକାଶ ଚନ୍ଦ୍ର ସାହୁ, ସେକ୍ ଫରିଦ, ସ୍ୱାଭିମାନ ସାହୁ, ବିଭୂତି ଭୂଷଣ ସାହୁ, ଆକାଶ କୁମାର ଜେନା, ଦେବାଶିଷ ସ୍ୱାଇଁ ଓ ଗୋପୀନାଥ ପାଣିଗ୍ରାହୀ ଏବଂ ଅଧ୍ୟାପିକା ଡଃ ଜ୍ୟୋସ୍ନାରାଣୀ ପଟ୍ଟନାୟକ, ପିଙ୍କି ପ୍ରଧାନ ଓ ସୁଜ୍ଞାନୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ବକ୍ତାମାନଙ୍କ  ଠାରୁ ଛାତ୍ରଛାତ୍ରୀଙ୍କୁ ଏକ ସଚେତନ ଏବଂ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲା ଯେ  ଛାତ୍ରଛାତ୍ରୀମାନେ ସାମାଜିକ ଗଣମାଧ୍ୟମର ସୁବିଧା, ଦାୟିତ୍ୱ, ଆଇନଗତ ସୀମା ଏବଂ ସାଇବର ଅପରାଧରୁ ନିଜକୁ ସୁରକ୍ଷିତ ରଖିବାର ଉପାୟ ସମ୍ପର୍କରେ ଏବଂ ସ୍ପଷ୍ଟ  ସାମାଜିକ ଗଣମାଧ୍ୟମ କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ଏହା ଏକ ଦାୟିତ୍ୱ ମଧ୍ୟ। ତେଣୁ “ପୋଷ୍ଟ କରିବା ପୂର୍ବରୁ ଭାବନ୍ତୁ, ଶେୟାର କରିବା ପୂର୍ବରୁ ଯାଞ୍ଚ କରନ୍ତୁ ଏବଂ ଅସୁବିଧାରେ ପଡ଼ିଲେ ଆଇନଗତ ସହାୟତା ନିଅନ୍ତୁ” ଏହି ବାର୍ତ୍ତା ସହ କାର୍ଯ୍ୟକ୍ରମଟି ଯୁବପିଢ଼ିଙ୍କ ମଧ୍ୟରେ ଆଇନ ସଚେତନତା ଓ ଡିଜିଟାଲ୍ ଦାୟିତ୍ୱବୋଧ ବୃଦ୍ଧିରେ ଏକ ସାର୍ଥକ ପ୍ରୟାସ ଭାବେ ପରିଣତ ହୋଇଥିବାର ଦେଖିବାକୁ ମିଳିଛି।

News Comment

You Might Also Like

BACK TO TOP