Breaking News
Breaking News
05-Dec-2024
ଲିଙ୍ଗ ଭିତ୍ତିକ ହିଂସା ଉପରେ ସଚେତନତା ରାଲି ।
ଓଡିଶା ଜନମତ ବ୍ୟୁରୋ,
ପୁରୁଷୋତ୍ତମପୁର - 05/12/
ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ୱାର୍ଡ ନମ୍ବର ଦୁଇ ଅଙ୍ଗନୱାଡି କେନ୍ଦ୍ର ପରିସରର କିଶୋରୀ ବାଳିକା ମାନଙ୍କୁ ନେଇ ଲିଙ୍ଗ ଭିତ୍ତିକ ହିଂସା ଉପରେ ସଚେତନ ଶିବିର ଅନୁଷ୍ଠିତହୋଇ ଯାଇଛି । ଅଙ୍ଗନୱାଡ଼ି କର୍ମୀ ଏନ .ଅନିତା ଙ୍କ ସଞ୍ଜୋଜନାରେଆୟୋଜିତ ଶିବିରରେ ୱାର୍ଡ କାଉନସିଲର ଭାସ୍କର ବେହେରା ମୁଖ୍ୟଅତିଥି ଭାବେଯୋଗଦେଇଥିବାବଳେ, ପୁରୁଷୋତ୍ତମପୁର ଏନଏସି ସେକ୍ଟର ଅଙ୍ଗନୱାଡି ସୁପର୍ ଭାଇଜର ମମତା ମହାନ୍ତି ଯୋଗ ଦେଇ ଉପସ୍ଥିତ ଥିବା କିଶୋରୀ ବାଳିକା ଓ ମାଆ ମାନଙ୍କୁ ସଚେତନତା ବାର୍ତ୍ତା ଦେଇ ଥିଲେ । ବାଲ୍ୟ ବିବାହ କୁ ବନ୍ଦ କରିବା, ଲିଙ୍ଗ ଭିତ୍ତିକ ଭେଦଭାବ ଦୂରକରିବା,କନ୍ୟା ଭ୍ରୁଣ ହତ୍ୟା ନକରିବା, ଝିଅ ମାନଙ୍କୁ ଶିକ୍ଷା ଦେବା ଓ ବଞ୍ଚି ବାର ଅଧିକାର ଦେବା ଉପରେ ସଚେତନ କରାଇଥିଲେ । ଶେଷରେ କେନ୍ଦ୍ର ଠାରୁ ଏକ ରାଲୀ ବାହାର କରି ହାତରେ ବିଭିନ୍ନ ପ୍ରକାର ସଚେତନତା ବାର୍ତ୍ତା ଲେଖା ଥିବା ଫ୍ଲାଏ କାର୍ଡ ଧରି ସ୍ଲୋଗାନ ଦେଇ ଆଖ ପାଖ ସାହି ବୁଲି ଜନସାଧାରଣ ଙ୍କୁ ସଚେତନତା କରାଇଥିଲେ । ଏଥିରେ କିଶୋରୀ ବାଳିକା ଓ ମାଆ ମାନଙ୍କ ସହପୁରୁଷୋ ତ୍ତମପୁର ସେକ୍ଟର ର ସମସ୍ତ ଅଙ୍ଗନୱାଡି କର୍ମୀ ଯୋଗ ଦେଇ ଶିବିରକୁ ଉତ୍ସାହିତ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ |
BACK TO TOP